• About
  • Contact
Monday, August 24, 2026
Monday, August 24, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଥରେ ବାପା ହେଲା ପରେ

ଥରେ ବାପା ହେଲା ପରେ
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୧୪ ଅକ୍ଟୋବର ୨୦୨୫

ଥରେ ବାପା ହୁଅ
ଦେଖିବ କେମିତି କମିଯିବ
ଆଖି ପାଉନଥିବା ଦିଗ୍ ବଳୟର ଦୂରତା
ପାଖକୁ ଆସିବାକୁ ଡରିବେ ଭୋକ,ଭୟ
ଆଉ ନିପାରିଲାପଣ
ସାହସ କୁଳେଇବେନି ପଛଘୁଞ୍ଚା ଦେବାର
ଇଛା
ଆଉ କାହା କଥା କୁହ
ଆଖିଭର୍ତ୍ତି ଲୁହ ମାନେ ବି ଖୁବ ଭୋଗିବେ
ଗୋଟେ ମୁହଁ ଲୁଚା ନୀରବତା।

ଅଚଳ ପାଦ ଉଠିଯାଉଥିବ
ଚାଲ୍ କହିବା ପୂର୍ବରୁ
ପରଳପକା ଆଖିକୁ ଦେଖା ଯାଉଥିବ
ଯୋଜନ ଦୁରର ସୁଖ
ନିଜଭାଷାରେ ଠିକ୍ ରେ କଥା କହୁ ନ ଥିବା ପାଟିରୁ
ଅନର୍ଗଳ ବାହାରିବ ସବୁ ଭାଷାର ବ୍ୟାକରଣ
କିଏ ବୁଝୁ କି ନ ବୁଝୁ
ବାପା ହେଲାପରେ
ବାପା ମାନେ ହିଁ ସମର୍ଥ
ହେବାକୁ
ସବୁ ବାଆ କୁ ବତା
ସବୁ କଥାର ଗୋଟେ ସଠିକ୍ ଉଚ୍ଚାରଣ।

ବାପା ହେଲା ପରେ ତ
ଲୁଚେଇ ହୁଏ ସବୁ ନ ଲୁଚେଇ ପାରିବାର କଳା
ମେଞ୍ଚେ ହସର ମୁଖା ତଳେ
ବଞ୍ଚେଇ ରଖିବାକୁ ହୁଏ ନିଜର
ସବୁତକ ସଉକ ପିଲାଙ୍କ ସଉକରେ
ନିଜ ହସ ଟିକକର ସମାଧି ଉପରେ
ଖୋଲି ଦେବାକୁ ହୁଏ ଟୋଟେ ହସର ବିପଣୀ
ପିଲାଙ୍କ ପାଇଁ ସୂର୍ଯ୍ୟୋଦୟ ଯୋଗାଡ଼ୁ ଯୋଗାଡ଼ୁ
କିଏ ପଚାରିଦେଲେ
ବାପା ମାନେ ହିଁ
କହି ପାରନ୍ତି
ଏବେ ତ….
ପିଲାଙ୍କ ପାଦରେ ବଳ ଦେବାର ବେଳ
ତାଙ୍କ ଆଖି ପାଇଁ ଯୋଗାଡ଼ି ଦେବାକୁ
ଫୁଲପକା ସତେଜ ସକାଳ
ପାପୁଲିରେ ପାପୁଲିଏ ଆଶାର ବଉଳ
ମୋ ପାଇଁ ବେଳ କାଇଁ
ସଞ୍ଜ ଆସି ନଇଁଲାଣି
ରତରତ ଲେଉଟାଣି ବେଳ।

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

ଭାରତର ସନ୍ତାନ
Literature

ଭାରତର ସନ୍ତାନ

by ଦେବେନ୍ଦ୍ର କୁମାର ସାହୁ
August 15, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୫ ଅଗଷ୍ଟ ୨୦୨୬ ମୁହିଁ ଭାରତର ଅମୃତ ସନ୍ତାନ ମୋ ଜନ୍ମ ପାଇଁକି ମୁହିଁ ଧନ୍ୟ ବିବିଧତା ମଧ୍ୟେ ଏକତା ଗୀତିକା...

Read more
You, Me and Tea

You, Me and Tea

August 1, 2026
ଛୋଟିଆ ରାତି ସପନ ଅତି

ଛୋଟିଆ ରାତି ସପନ ଅତି

July 23, 2026
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
ଘୋଷ ଯାତ୍ରା

ଘୋଷ ଯାତ୍ରା

July 16, 2026
ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.