• About
  • Contact
Saturday, January 24, 2026
Saturday, January 24, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ବୀଣା ବାଦିନୀ

ବୀଣା ବାଦିନୀ
Share on FacebookShare on Xshare on Whatsappshare on Linkedin
ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୨୩ ଜାନୁୟାରୀ ୨୦୨୬

କର ପତ୍ର ଯୋଡ଼ି କରୁଛି ସ୍ତୁତି
ମାଘ ମାସ ଶୁକ୍ଳ ପଞ୍ଚମୀ ତିଥି।
ମରାଳ ବାହିନୀ-ମାତା ଆସୁଛନ୍ତି
ଉତ୍ସବ ପାଳନ୍ତି ମରତ ବାସୀ ।।

ବସନ୍ତ ପଞ୍ଚମୀ ଆଜିର ଦିନ
ବ୍ରହ୍ମା ମୁଖୁ ମାତା ହେଲେ ଉତ୍ପନ୍ନ।
ଚତୁର୍ଭୁଜା ହସ୍ତେ ବୀଣା ଶୋଭା ପାଏ
ପଦ୍ମ ଆସନରେ ଶୁଭ୍ରବସନ ।।

ଜନ୍ମନ୍ତେ ମାତାଙ୍କ ବୀଣାର ଧ୍ଵନୀ
ତ୍ରିପୁରେ ଶୁଭିଲା ରାଗ ରାଗିଣୀ।
ଜଡ ଚେତନାକୁ ଜାଗ୍ରତ କରିଲେ
ସୁନ୍ଦର ଦିଶିଲା ଧରଣୀ ରାଣୀ ।।

ସ୍ରଷ୍ଟାଙ୍କ ସୃଷ୍ଟିରେ ଲାଗିଲା ଗୋଳ
ପର୍ବତ ଶିଖରୁ ଝରଣା ଜଳ।
ଝର ଝର ହୋଇ ଝରି ପଡୁଅଛି
ସୃଷ୍ଠି ହେଲା ନଦୀ ହ୍ରଦର ଧାର ।।

ସୁଜଳା ସୁଫଳା ହେଲା ଅବନୀ
ଆଶ୍ରିବାଦ ଦେଲେ ବୀଣା ବାଦୀନି।
ସର୍ବସଙ୍କଟର ସମାଧାନ କଲେ
ବିଦ୍ୟା ବୁଦ୍ଧି ଦେଇ ବିଦ୍ୟା ଦାୟିନୀ ।।

ଜଗତ ଜନଙ୍କ ମଙ୍ଗଳ କରି
ଘରେ ଘରେ ଆଜି ପୂଜା ତୁମରି।
ଶ୍ରୀପଞ୍ଚମୀ ତିଥି ସବୁ ଶୁଭ କାର୍ଯ୍ୟ
କରୁଛନ୍ତି ମାତା ନାମ ସୁମରି ।।

ବିଦ୍ୟା ନିକେତନ ଆଜିର ଦିନ
ପିଲାଙ୍କର ମନ ଭାରି ପ୍ରସନ୍ନ।
ସାଜ୍ଜ ସଜ୍ଜା କରି ପ୍ରଫୁଲ୍ଲ ଚିତ୍ତରେ
ମାତାଙ୍କୁ ବସାଇ ଦିବ୍ୟଆସନ ।।

ଅଗରୁ ଚନ୍ଦନ ପୁଷ୍ପର ବାସ
ପୂଜା କରୁଛନ୍ତି କରି ଉପାସ।
ଶଙ୍ଖ ଘଣ୍ଟା ଆଉ ବେଦ ମନ୍ତ୍ର ଧ୍ଵନୀ
ମୁଖରିତ କରେ ସାରା ଜଗତ ।।

ଦୀନ ଅକିଞ୍ଚନ ଶିରି ଚରଣେ
ଭକ୍ତି ଭାବ ରହୁ ମୋହରି ମନେ।
ତୁମ ଆଶିଷରେ ବିତି ଯାଉ ଦିନ
କଲ୍ୟାଣ କରନ୍ତୁ ଜଗତ ଜନେ ।।

।। ଜୟ ମା’ ବୀଣାବାଦୀନି ।।

ବିଜୟ କୁମାର ପାଣି

ବିଜୟ କୁମାର ପାଣି

ସମାଜସେବୀ ଏବଂ କବି

Related Posts

ସରସ୍ଵତୀ ବନ୍ଦନା : ବିଦ୍ୟା, ବିବେକ ଓ ବୈଷୟିକ ପ୍ରଗତିର ସମନ୍ୱୟ
Literature

ସରସ୍ଵତୀ ବନ୍ଦନା : ବିଦ୍ୟା, ବିବେକ ଓ ବୈଷୟିକ ପ୍ରଗତିର ସମନ୍ୱୟ

by Saswat Ranjan Das
January 23, 2026

ଇଂ. ଶାଶ୍ଵତ ରଞ୍ଜନ ଦାସ, କଟକ, ୨୩ ଜାନୁୟାରୀ ୨୦୨୬ "ଯା କୁନ୍ଦେନ୍ଦୁ ତୁଷାର ହାର ଧବଳା, ଯା ଶ୍ୱେତ ପଦ୍ମସନା, ଯା ବୀଣା ବରଦଣ୍ଡ ମଣ୍ଡିତ...

Read more
ମନ୍ତ୍ରୀ ସେବେର

ମନ୍ତ୍ରୀ ସେବେର

January 22, 2026
ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

January 20, 2026
ସତରେ ଏମିତି ହୁଅନ୍ତା କି-୨୨

ସତରେ ଏମିତି ହୁଅନ୍ତା କି-୨୨

January 20, 2026
କହିଲେ ମଦୁଆ, ବାଧିଯାଏ କିଆଁ?

କହିଲେ ମଦୁଆ, ବାଧିଯାଏ କିଆଁ?

January 17, 2026
ଅପରାହ୍ନ

ସ୍ମୃତିରେ ମନୋଜ ଦାସ (ଭାଗ ୫୮)

January 14, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.