• About
  • Contact
Tuesday, February 17, 2026
Tuesday, February 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଓଦା

ଓଦା
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୧୬ ଫେବୃଆରୀ ୨୦୨୬

ବସନ ଭୂଷଣ ତିନ୍ତେ ତନୁ ତୀରେ ତୀରଣ ତିନ୍ତେନି
ରାତି ଆସେ ରାତି ଯାଏଁ ସବୁ ସ୍ବପ୍ନ ଆୟୁଷ ପାଏନି
କିଛି ରାସ୍ତା ରାହା ଧରି ରହିବାର ବାହାନାରେ କାନ୍ଦେ
ବାଟୋଇ ବାଟର ମୋହେ କୁହ କେବେ ବାଟକୁ କି ନିନ୍ଦେ

ତିନ୍ତିବା ତିନ୍ତେଇବାର ତୀଖା ରାସ୍ତା ଆସ୍ତେ ଖସିଯାଏ
ଭିଜୁ ଭିଜୁ ଭିଜିବାର ମୋହ କେବେ ଓଦା କରୁଥାଏ
ଚାଇଁ ଚାଇଁ ଖରା କେବେ ଓଦା କରେ ତାଳୁରୁ ତଳିପା
କେବେ ଢୁ ଢୁ ମେଘ ନାଇ ପାରେନାହିଁ ସନ୍ତିଲା ରଣପା

ଆଖି କିବା ଲୁହ ଖୋଜେ କିବା ଲୁହ ଆଖି ଖୋଜି ଆସେ
ଓଦା ଆଖି ଓଦା ମନ ଓଦା ଓଦା ହୃଦୟ ପରସେ
ଯେଉଁଠି ଯେମିତି ଥାଅ ଓଦା ହେବା ନିହାତି ଅଲଗା
ଦରଭିଜା ପଣତ ବି ଭିଜା ଠାରୁ ନିଏ ବେଶି ଯାଗା

ଓଦା ହେବା ଶୁଖିଯିବା ଓଦାପଣ ଦେହେ ଚରିଯାଉ
ସବୁ ଓଦା ପଣ ଆଗେ ପ୍ରେମ ଖାଲି ବାଟଟାଏ ହେଉ।।

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

ଅନୁଭୂତି ପାଠ
Literature

ଅନୁଭୂତି ପାଠ

by ଜୟ କୁମାର ମିଶ୍ର
February 15, 2026

ଜୟ କୁମାର ମିଶ୍ର, ଗଜପତି, ୧୫ ଫେବୃଆରୀ ୨୦୨୬ ଅନୁଭୂତି ପାଠ, ପଢ଼ି ଚାଲେ ବାଟ ଦେଖାଉଛି, ବୁଦ୍ଧି ବାଟ, ମଣିଷର ମାୟା, ସଂସାରର କାୟା ସବୁକୁ...

Read more
ଦେଖିବାକୁ ଇଚ୍ଛା

ଦେଖିବାକୁ ଇଚ୍ଛା

February 10, 2026
ନୀଳ ବର୍ଣ୍ଣ, ଶୃଗାଳ

ନୀଳ ବର୍ଣ୍ଣ, ଶୃଗାଳ

February 7, 2026
ସତରେ ଏମିତି ହୁଅନ୍ତା କି – ୨୩

ସତରେ ଏମିତି ହୁଅନ୍ତା କି – ୨୩

February 2, 2026
ବିସ୍ମୟ ପୁରୁଷ, “ବାପୁ”

ବିସ୍ମୟ ପୁରୁଷ, “ବାପୁ”

January 30, 2026
ପ୍ରାତଃ ସ୍ମରଣୀୟ ସନ୍ଥ ଅଚ୍ୟୁତାନନ୍ଦ

ପ୍ରାତଃ ସ୍ମରଣୀୟ ସନ୍ଥ ଅଚ୍ୟୁତାନନ୍ଦ

January 29, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.