• About
  • Contact
Monday, July 27, 2026
Monday, July 27, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୪ ଫେବୃଆରୀ ୨୦୨୬

କୈଳାଶ ଭାଇ ଚାଲିଗଲେ। ମୋଠୁ ଆଠବର୍ଷ ବଡ଼ ହେବେ। ଦେହ ଦୁଇବର୍ଷ ହେଲା ଭଲ ନ ଥିଲା। ବାଂଗାଲୋର ଯାଇ ଫେରିଥିଲେ। ପୁରୀ-ଭୁବନେଶ୍ବର ଭିତରେ ଚିକିତ୍ସା ଚାଲିଥିଲା। ଆମର ସଂପର୍କ ଅନାମ ଆନ୍ଦୋଳନ ସମୟରୁ, ପ୍ରାୟ ପଚାଶ ବର୍ଷ ଧରି, ବର୍ଷେ ଦେଢ଼ବର୍ଷ ତଳେ ଝୁନୁନାନୀଙ୍କ ବହି ଉନ୍ମୋଚନରେ ଆମର ନାୟକ ପ୍ଲାଜାରେ ଦେଖା ହୋଇଥିଲା।

କୈଳାଶ ଭାଇଙ୍କ ସହ ମୋର ପରିଚୟ ୧୯୭୫ ମସିହାରେ କବି କୁମାର ମହାନ୍ତିଙ୍କ ଦଇତାପଡ଼ା ସାହି ଘରେ ହୋଇଥିଲା। ଧୀରେ ଧୀରେ ମୁଁ ଅନାମ ଆନ୍ଦୋଳନରେ ମିଶିଗଲି। ସେ ଆଗରୁ ସେହି ଆନ୍ଦୋଳନରେ ଥିଲେ।

୧୯୭୬ ମସିହା, ବିଶୁ ମିଶ୍ର ଏମାର ମଠ ଚକଡ଼ାରେ କବିତା ପାଠୋତ୍ସବଟିଏ ଆୟୋଜନ କଲେ। ଜରୁରୀ ପରିସ୍ଥିତି ଜାରି ହେବାର ବର୍ଷେ ହୋଇଥାଏ। ସେ କବିତା ପାଠୋତ୍ସବର ଶୀର୍ଷକ ଥିଲା “ବନ୍ଧୁ ବିହୁନେ ବରଷେ ବିତିଲା…” ସେଇଠି ମୋର କୈଳାଶ ଭାଇଙ୍କ ସହ ପୁଣି ଥରେ ଦେଖାହେଲା। ବିଶୁ ମିଶ୍ର ଓ ସେ ଏକା ଅଫିସରରେ ଥିଲେ।

୧୯୭୬ରେ କଲେଜ ଗଲା ପରେ ମୋର କୈଳାଶ ଭାଇଙ୍କ ସହ କେଉଁଠି ନା କେଉଁଠି ଦେଖା ହୋଇଗଲା। କଲେଜରେ ଆମର ଜଣେ ଅଧ୍ଯାପକ ଥିଲେ କୈଳାଶ ଚନ୍ଦ୍ର ଟିକାୟତ ରାୟ। ସେ ବି ଥିଲେ କୈଳାଶ ରାୟଙ୍କର ବଂଧୁ। ଡି.ଏ.ଜି. ଅଫିସରେ ଥିଲେ ଗୌରାଙ୍ଗ ଚରଣ ପରିଡ଼ା, ରହୁଥିଲେ ଦତ୍ତତୋଟାରେ। କୈଳାଶ ଭାଇଙ୍କ ବନ୍ଧୁତ୍ବ ଏତେ ବ୍ୟାପକ ଥିଲା ଯେ କଲେକ୍ଟର ସଚ୍ଚି ରଥଙ୍କ ଠାରୁ କଲେଜର ପିଅନ ପର୍ଯ୍ୟନ୍ତ ସେଥିରେ ଥିଲେ। ଗୌରାଙ୍ଗ ଭାଇ ଓ କୈଳାଶ ରାୟ ପରେ କର୍ମଚାରୀ ବର୍ଗର ନେତୃତ୍ବ ନେବା ଆରମ୍ଭ କଲେ। ଏ ଭିତରେ ମୁଁ ବି.ଏ. ପାଶ୍ କରି ପ୍ରଥମେ ରେଭେନ୍ସା ଓ ପରେ ଏସ୍.ସି.ଏସ୍ କଲେଜରେ ପହଞ୍ଚିଲି। ଶନିବାର ସାହିତ୍ୟ ସଂଧା ନିୟମିତ ଚାଲୁଥାଏ। କୈଳାଶ ଭାଇଙ୍କ ସହ ସାହିତ୍ୟ ସଭାମାନଙ୍କରେ ଦେଖା ହୋଇଯିବା ଥିଲା ନିୟମିତ।

ଏ ଭିତରେ କୈଳାଶ ଭାଇ ବାହାହେଲେ। ବିଦ୍ୟୁତ୍ କଲୋନୀରେ କ୍ଵାଟର୍ସ ପାଇଲେ। ତାଙ୍କ ସ୍ତ୍ରୀ ଅନି ଭାଉଜ ବୋଧେ ଅନ୍ୟ କେଉଁ ସ୍କୁଲରେ ଥିଲେ। ଶୈଳ ଓ ମୋର ପ୍ରେମ ସେତେବେଳେ ଗଭୀର। ସେ ରେବଣା ନୂଆଗାଁରେ ମଧ୍ଯ ଇଂରାଜୀ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବରେ ଯୋଗଦେଲା। ବସଷ୍ଟାଣ୍ଡ ସେତେବେଳେ ବଡ଼ଶଙ୍ଖ ଓ ହସ୍ପିଟାଲ୍ ଛକ ମଝିରେ। ବେଳେବେଳେ ଜଟିଆ ବାଆଜି ଛକରୁ ଟ୍ରେକର, ମାଟାଡୋର ବି ମିଳେ। ସେଇ ଛକରେ ଦିନେ କୈଳାଶ ଭାଇ ଓ ଭାଉଜଙ୍କୁ ଭେଟିଲି। ଜାଣିଲି, ସେ ରେବଣା ନୂଆଗାଁ ପ୍ରାଇମେରିରେ ଅଛନ୍ତି।

କୈଳାଶ ଭାଇ ମେଳାପି ଯେ ଥିଲେ, ସେତିକି ନୁହେଁ। ଦେଖାହେଲେ ଚାହା ଜଳଖିଆ ନଖୋଇ ଛାଡ଼ୁନଥିଲେ। ତାଙ୍କ ସହ ସେହି ଅଫିସରେ ବିଶୁ ମିଶ୍ର ତ ଥିଲେ, ତପନ ପଟ୍ଟନାୟକ ବି ବାଲୁଗାଁରୁ ବଦଳି ହୋଇ ସେଇଠି ଆସି ଯୋଗଦେଲେ। ତପନ ଭାଇ ଏବେ ସ୍ବର୍ଗରେ, ବିଶୁ ଭାଇନା ଆଗରୁ ଯାଇଥିଲେ, ଏବେ କୈଳାଶ ଭାଇ ଗଲେ। ତିନି ଲେଖକ ବଂଧୁ ସେଇଠି ଦେଖା ହୋଇଯିବେ। ଚାହା ଦୋକାନଟିଏ ବି ସେଠି ହୁଏତ ଥିବ, ଆମେ ସବୁ ଧୀରେ ଧୀରେ ତାଙ୍କ ଆଡ୍ଡାରେ ଯୋଗଦେବୁ।

ମନେଅଛି, ତପନ ଭାଇ ଗୀତ ଲେଖୁଥିଲେ। କୈଳାଶ ଭାଇ ଦେବଦତ୍ତ ଭାଇଙ୍କ ସହ ମିଶି ଉଦୟନର ବା ଅନ୍ୟ କେଉଁ ସଂସ୍ଥାର ସଂଗୀତ ଉତ୍ସବ ଆୟୋଜନ କରୁଥିଲେ। ଉର୍ମିଳା ଅପା, ମହୀମୋହନ, ଅଶୋକ ମହାନ୍ତି, ପ୍ରଫୁଲ୍ଲ ବେହେରା, ମହମ୍ମଦ ରଫିକ୍- ଏଭଳି ଅନେକ ସଂଗୀତ ଶିଳ୍ପୀ ପୁରୀରେ ଥିଲେ। ସେମାନଙ୍କ କାର୍ଯ୍ୟକ୍ରମର ସଂଚାଳକ ଓ ଘୋଷକ ଥିଲେ କୈଳାଶ ରାୟ। ବେଶୀ ବୟସ ହୋଇନଥିଲା ତାଙ୍କୁ। ହରିଭାଇନା, ରମାଦେବୀ, ପ୍ରତିମା ମାଉସୀ, କୈଳାଶ ଟିକାୟତ ସାର୍ ଏବେ ବି ଅଛନ୍ତି। ତାଙ୍କଠୁ ସାନ ସେ। କାହିଁକି ଏତେ ଶୀଘ୍ର ଗଲେ।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ଛୋଟିଆ ରାତି ସପନ ଅତି
Literature

ଛୋଟିଆ ରାତି ସପନ ଅତି

by ଜୟ କୁମାର ମିଶ୍ର
July 23, 2026

ଜୟ କୁମାର ମିଶ୍ର, ଗଜପତି, ୨୩ ଜୁଲାଇ ୨୦୨୬ ଛୋଟିଆ ରାତି ସପନ ଅତି ଆକାଶ ସେତ ଛୁଏଁ, ରାତି ନିଅଣ୍ଟ, ଭାବନା ଆଣ୍ଟ ଅବଶୋଷଟି କୁହେ...

Read more
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
ଘୋଷ ଯାତ୍ରା

ଘୋଷ ଯାତ୍ରା

July 16, 2026
ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

July 16, 2026
ନିର୍ବାଚନ ପୂର୍ବ, ରାତି

ନିର୍ବାଚନ ପୂର୍ବ, ରାତି

July 11, 2026
କେମିତିକା ଯୁଗ ଇଏରେ

କେମିତିକା ଯୁଗ ଇଏରେ

July 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.