ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୧ ଅକ୍ଟୋବର ୨୦୨୬
ମହାତ୍ମା ଗାନ୍ଧୀ ମାର୍ଗ ରାଜଧାନୀର
ରହିଥାଏ ତାହା ସଦା ଭରପୁର
ଗର୍ଜନ ଶୁଭେ ସେଠି ପ୍ରତିପକ୍ଷର
ବିକ୍ଷୋଭ ଅସ୍ତ୍ର ସାଜେ ପ୍ରତିବାଦର
ଧାରଣା ଚାଲଇ ଦାବି ପୂରଣର ।।୧।।
ମହାତ୍ମା ଗାନ୍ଧୀ ମାର୍ଗ ରାଜଧାନୀର
ବେରିକେଡ଼୍ ଲାଗେ ସେଠି ବରାବର
ବର୍ଷ ସାରା ଆତଯାତ ପଟୁଆର
ସରକାର ବିରୋଧୀ ଧ୍ୱନି ନିରନ୍ତର
ହିସାବ ନିକାଶ ହୁଏ ଶାସନର ।।୨।।
ମହାତ୍ମା ଗାନ୍ଧୀ ମାର୍ଗ ରାଜଧାନୀର
ପରେଡ଼ ହୁଏ ସେଠି ରାଜ୍ୟସ୍ତରର
ଅଭିବାଦନ ଘେନନ୍ତି ମାନ୍ୟବର
ଚଳାଚଳ ସେତେବେଳେ କଷ୍ଟକର
ବଦଳୁଥାଏ ସର୍ବଦା ରୂପ ତାର ।।୩।






