• About
  • Contact
Thursday, August 27, 2026
Thursday, August 27, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ମିଶନ ୧୨୦ : ଏକ ଅଧୁରା କାହାଣୀ …..

ମିଶନ ୧୨୦ : ଏକ ଅଧୁରା କାହାଣୀ …..
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୬ ସେପ୍ଟେମ୍ବର ୨୦୨୨

ଶେଷ ହେଲା ଓଡ଼ିଶା ବିଜେପିର ୩ଦିନିଆ ପ୍ରଶିକ୍ଷଣ ଶିବିର । ଯୋଗ ଦେଲେ ବହୁ କେନ୍ଦ୍ରୀୟ ନେତା ଓ ଦଳୀୟ ପଦାଧିକାରୀ । ରାଷ୍ଟ୍ରୀୟ ମହାମନ୍ତ୍ରୀ ବି. ଏଲ୍‌ .ସନ୍ତୋଷଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପର୍ଯ୍ୟନ୍ତ ସମସ୍ତେ ରାଜ୍ୟ ବିଜେପି ନେତାଙ୍କୁ ଗୁରୁମନ୍ତ୍ର ଦେଲେ । ୨୦୨୪ ରେ ବିଜେପି କ୍ଷମତାକୁ ଆସିବାପାଇଁ ଯୋଜନା କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଲେ । ଜଣକ ପରେ ଜଣେ ଓଡ଼ିଶାର ବିଜେପି ନେତା ଗଣମାଧ୍ୟମ ଆଗରେ ବୟାନ ଦେଲେ ଯେ, ଏଥର ବିଜେପି ପଶ୍ଚିମବଙ୍ଗ ଭଳି ଓଡ଼ିଶାରେ ଲଢ଼ିବ । ମିଶନ ୧୨୦କୁ ସାକାର କରିବ । ବିଜେଡ଼ିକୁ ବଙ୍ଗୋପସାଗରରେ ପକାଇଦିଆଯିବ ଇତ୍ୟାଦି ଇତ୍ୟାଦି …

ଏହି ଚିନ୍ତନ ବୈଠକର ସାରକଥା ବୁଝିବାକୁ ହେଲେ ଟିକେ ପଛକୁ ଫେରିବାକୁ ପଡ଼ିବ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ “ବିଜେଡ଼ି ସରକାର ହେଉଛି ଏକ ପୋଡ଼ା ଟ୍ରାନ୍ସଫର୍ମର”, ବିଜେଡ଼ି ସରକାରକୁ ଲୋକେ ବଙ୍ଗୋପସାଗରକୁ ଫୋପାଡ଼ି ଦେବେ, ଓଡ଼ିଶାରେ ଡବଲ୍ ଇଞ୍ଜିନ୍ ସରକାର ଗଠନ ହେବ, ମିଶନ ୧୨୦ ସାକାର ହେବ ଏପରି ଅନେକ କିଛି । ବିଜେପି ର ଏହି ବାର୍ତ୍ତା ଗୁଡ଼ିକ ଏବେ ଅତୀତ ହୋଇଯାଇଛି । ମିଶନ ୧୨୦ ସ୍ୱପ୍ନ ଅଧୁରା ହୋଇ ରହିଛି । ପୁଣି ଆଉ ଏକ ନିର୍ବାଚନ ପୂର୍ବରୁ ରିହାରସାଲ୍ ଆରମ୍ଭ ହୋଇଯାଇଛି । ୨୦୧୯ ରେ ଫଳହେଲା ଯେ, ବିଜେପି ର ୨୩ ବିଧାୟକ ଓ ୮ ଜଣ ସାଂସଦ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ହେଲେ । ଭୋଟ୍ ପ୍ରତିଶତ ମଧ୍ୟ ୨୦୧୪ ତୁଳନାରେ ବଢ଼ିଲା । ମାତ୍ର କ୍ଷମତା ହାସଲ ଠାରୁ ବହୁ ପଛରେ ରହିଗଲା ଓଡ଼ିଶା ବିଜେପି । ଯଦି ବିଜେପି ର କେନ୍ଦ୍ରୀୟ ନେତାଙ୍କ ଗୁରୁମନ୍ତ୍ର ତଥା ମୋଦି ଓ ଶାହା ଙ୍କ ମିଶନ୍ ଓଡ଼ିଶାରେ ଫେଲ୍ ମାରିଲା ତେବେ ୨୦୨୪ ରେ ଏହା କିଭଳି ସମ୍ଭବ ହେବ ? କିଏ ଲଢ଼ିବ କାହା ସହିତ ? ବିଜେଡ଼ି ସହିତ ବିଜେପି ଲଢ଼ିବାର ସାହସ ରଖିଛି କି ? ଲୋକମାନେ ବିଜେପି ର ଏହି ସନ୍ଦେଶକୁ ବିଶ୍ୱାସ କରିବେ କି ?

୨୦୧୯ରେ ଘଟିଥିବା ଘଟଣା ଗୁଡ଼ିକୁ ଟିକିଏ ତର୍ଜମା କରାଯାଇ ପାରେ । ନିର୍ବାଚନ ସରିବାପରେ ଓଡ଼ିଶା ବିଜେପିର କ୍ଷମତାଶାଳୀ ବୋଲି ନିଜକୁ କହୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିରବ ହୋଇଗଲେ । କଥା କଥାକେ ନାଲି ଆଖି ଦେଖାଉଥିବା ନେତା ନବୀନ ନିବାସରେ ପହଞ୍ଚି ଆତ୍ମସମର୍ପଣ କଲେ । ଏପରିକି ପରସ୍ପରକୁ ଅର୍ଥାତ ବିଜେଡ଼ି ସୁପ୍ରିମୋ ଓ ତୃତୀୟ ମହଲାକୁ ସମାଲୋଚନା କରିବେ ନାହିଁ ବୋଲି ଅଘୋଷିତ ବୁଝାମଣା ବି କରିନେଲେ ।

ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ପ୍ରାର୍ଥୀ କରି ବିଜେଡ଼ିର ସହଯୋଗରେ ରାଜ୍ୟ ସଭାକୁ ପଠାଇଲା । ସଂଖ୍ୟା ନଥାଇ ବିଜେପି ବିଜେଡ଼ିର ସହଯୋଗରେ ଗୋଟିଏ ରାଜ୍ୟସଭା ଆସନ ବି ଜିତି ପାରିଲା । ରାଷ୍ଟ୍ରପତି ଉପରାଷ୍ଟ୍ରପତି ନିର୍ବାଚନରେ ବିଜେପି ଓ ବିଜେଡ଼ିର ଅଘୋଷିତ ବୁଝାମଣା ମଧ୍ୟ ଲୋକଙ୍କ ଆଗରେ ସ୍ପଷ୍ଟ ହୋଇଗଲା । ଦ୍ରୌପଦୀ ମୁର୍ମୁଙ୍କୁ ନିର୍ବାଚିତ କରି ପଠାଇବାରେ ରାଜ୍ୟ ବିଜେପି ଠାରୁ ବିଜେଡ଼ିର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ ମନେ ହେଲା । ସଂସଦରେ ଅନେକ ଗୁରୁତ୍ୱପୂର୍ଣ ପ୍ରସଙ୍ଗରେ ବିଜେଡ଼ି ବିନା ମୂଲଚାଲରେ ମୋଦି ସରକାରଙ୍କୁ ସମର୍ଥନ ଦେଇଚାଲିଛି । ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ବିଜେପିର ପ୍ରଭାବଶାଳୀ ନେତା ତଥା ଗୃହ ମନ୍ତ୍ରୀ ଅମିତ ଶାହାଙ୍କର କୌଣସି ବୟାନ ମଧ୍ୟ ବିଜେଡ଼ି ସରକାର ବିରୋଧରେ ଶୁଣିବାକୁ ମିଳିଲା ନାହିଁ । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରତି ବିଜେପିର ନେତା ମାନଙ୍କ ରାଜନୈତିକ ଶତୃତା ଏବେ ବନ୍ଧୁତାରେ ରୂପାନ୍ତରିତ ହେଲା ଭଳି ଲାଗୁଛି । ଶାହାଙ୍କ ଘନିଷ୍ଠ ସହଯୋଗୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଓଡ଼ିଶା ସରକାର ପ୍ରତି ପୂର୍ବର ଆଭିମୁଖ୍ୟ ବଦଳାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡ଼ି ମଧ୍ୟରେ ଚାଲିଥିବା ଆକ୍ଷେପ ଓ ପ୍ରତି ଆକ୍ଷେପ ବନ୍ଦ ହୋଇଯାଇଛି । ବିଜେଡ଼ି ବିରୋଧରେ ମୁହଁ ଖୋଲୁଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡାଙ୍କୁ ବିଜେପି ଲଗାମ୍ ଦେଇ ରଖିବାକୁ ଚେଷ୍ଟା କରୁଛି । କେବଳ ସେତିକି ନୁହେଁ ଅନେକ ଗୁରୁତ୍ୱପୂର୍ଣ ପ୍ରସଙ୍ଗରେ ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା ଓ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ବିରୋଧରେ ରାଜ୍ୟ ବିଜେଡ଼ି ଓ ବିଜେପି ମିଳିତ ଭାବେ ଲଢ଼େଇ କରୁଥିବା ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି । ଏପରିକି ରାଜ୍ୟର ପ୍ରମୁଖ ଗଣମାଧ୍ୟମକୁ ମଧ୍ୟ ଉଭୟ ବିଜେଡ଼ି ଓ ବିଜେପି ନିଜ ନିୟନ୍ତ୍ରଣରେ ରଖି ଯୁଦ୍ଧବିରତି ଘୋଷଣା ଭଳି ପରିସ୍ଥିତି ତିଆରି କରିଛନ୍ତି। ରାଜ୍ୟ ବିଜେପି ଶାସକ ଦଳ ବିଜେଡ଼ି ସହ ଲଢ଼ିବା ଭୁଲିଯାଇ ନିଜ ଦଳ ନେତାଙ୍କ ସହ ଲଢ଼େଇରେ ମାତିଛି ।

ଏଭଳି ପରିସ୍ଥିତିରେ ପୁଣି ବିଜେପି ଯଦି କହେ ବିଜେଡ଼ି ସହିତ ୨୦୨୪ ରେ ଲଢ଼େଇ ହେବ, ଏ କଥାକୁ କିଏ ବିଶ୍ୱାସ କରିବ ? ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ କ’ଣ ରାଜ୍ୟ ବିଜେଡ଼ି ନେତୃତ୍ୱକୁ ନାଲି ଆଖି ଦେଖାଇ ପାରିବେ ? ଏଥର ସିଧା ସଳଖ ନିର୍ବାଚନ ଲଢ଼ି ଲୋକସଭା ଯିବାକୁ ଚାହୁଁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କ’ଣ ବିଜେଡ଼ିର ନେତୃତ୍ୱ ବିରୋଧରେ ରଣହୁଂକାର ଦେଇପାରିବେ? ପଶ୍ଚିମ ଓଡ଼ିଶାର ଜୁଏଲ ଓରାମ୍ ଓ ଉପକୂଳରେ ବିଶ୍ୱେଶ୍ୱର ଟୁଡୁ କ’ଣ ବିଜେପିର ମିଶନ ୧୨୦ କୁ ପୂରଣ କରିପାରିବେ?

ଏ ସବୁ ପ୍ରଶ୍ନର ଉତ୍ତର ଗୋଟିଏ – ମୋଦି ଓ ଶାହା ନଚାହିଁବା ପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ପରିବର୍ତନ ହୋଇପାରିବ ନାହିଁ, କାରଣ “ଓଡ଼ିଶାର ବିଜେଡ଼ିର ସ୍ଥାୟୀତ୍ୱ, କେନ୍ଦ୍ର ବିଜେପିର ଦାୟିତ୍ୱ” ବୋଲି ଲୋକେ ବୁଝିବା ଆରମ୍ଭ କଲେଣି ।

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.