• About
  • Contact
Saturday, August 1, 2026
Saturday, August 1, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୩୧ ଜୁଲାଇ ୨୦୨୬

ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିରୋଧୀ ଦଳର କାମ ହେଉଛି ସରକାରଙ୍କୁ ପ୍ରଶ୍ନ କରିବା। ସରକାରଙ୍କୁ ଘେରିବା,କିନ୍ତୁ ସେହି ଜବାବ ମାଗିବାର ମାନଦଣ୍ଡ କ’ଣ ସବୁ କ୍ଷେତ୍ରରେ ସମାନ ରହୁଛି ? ଏହି ପ୍ରଶ୍ନ ଏବେ ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ ନେଇ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ନିଟ୍ ପ୍ରଶ୍ନପତ୍ର ଲିକ୍ ଓ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ବିଜେଡି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲା, ଅସରପା ଜନତା ପାର୍ଟିକୁ ସମର୍ଥନ କଲା। ବିରୋଧୀ ଦଳ ଭାବେ ଏହା ସେମାନଙ୍କର ଅଧିକାର। କିନ୍ତୁ ସେହି ଦଳ ୨୦୨୩ର ବାଲେଶ୍ୱର ରେଳ ଦୁର୍ଘଟଣା ପରେ କାହିଁକି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫାକୁ ଏକ ବଡ଼ ରାଜନୈତିକ ପ୍ରସଙ୍ଗ କରିନଥିଲା ?

ତଥ୍ୟ କହୁଛି, ୨୦୨୧ରୁ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଦେଶରେ ୨୭ଟି ପ୍ରମୁଖ ରେଳ ଦୁର୍ଘଟଣାରେ ଅତି କମରେ ୪୫୯ ଜଣଙ୍କ ମୃତ୍ୟୁ ହୋଇଛି। ସେଥିରୁ କେବଳ ବାଲେଶ୍ୱରରେ ୨୯୬ ଜଣ ପ୍ରାଣ ହରାଇଥିଲେ। ସ୍ୱାଧୀନ ଭାରତର ସବୁଠାରୁ ଭୟଙ୍କର ରେଳ ଦୁର୍ଘଟଣା ମଧ୍ୟରୁ ଏହା ଥିଲା ଅନ୍ୟତମ। ସେତେବେଳେ ନବୀନ ପଟ୍ଟନାୟକଙ୍କ ସରକାର ପ୍ରଶାସନିକ ସହାୟତା ଓ ଉଦ୍ଧାର କାର୍ଯ୍ୟରେ ସକ୍ରିୟ ଥିଲେ। କିନ୍ତୁ ରେଳମନ୍ତ୍ରୀଙ୍କ ନୈତିକ ଦାୟିତ୍ୱ ପ୍ରସଙ୍ଗରେ ବିଜେଡିର ରାଜନୈତିକ ସ୍ୱର ଶୁଣିବାକୁ ମିଳି ନଥିଲା । ତୁଳନାମୂଳକ ଭାବେ ନରମ ଥିଲା ନବୀନଙ୍କ ସ୍ୱର ।

ତେବେ ଆଜି କାହିଁକି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ୱର ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଦିଲ୍ଲୀରେ ପହଞ୍ଚିଲା ? ଏହାର କିଛି ନିର୍ଦ୍ଦିଷ୍ଟ ସମ୍ଭାବ୍ୟ ରାଜନୈତିକ କାରଣ ରହିଛି। ପ୍ରଥମ କାରଣ ହେଉଛି, ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ବିଜେପିର ସବୁଠାରୁ ପ୍ରଭାବଶାଳୀ ନେତାମାନଙ୍କ ମଧ୍ୟରୁ ଜଣେ। ରାଜ୍ୟରେ ବିଜେପିର ସଂଗଠନ ବିସ୍ତାରରେ ତାଙ୍କ ଭୂମିକା ଦୀର୍ଘଦିନର। ସେହିପରି ଜଣେ ନେତାଙ୍କୁ ଟାର୍ଗେଟ କଲେ ବିଜେଡି ନିଜର ବିରୋଧୀ ରାଜନୀତିକୁ ଅଧିକ ଶାଣିତ କରିପାରିବ ବୋଲି ଓଡ଼ିଶାର ଲୋକଙ୍କ ମନରେ ଏକ ଧାରଣା ତିଆରି କରି ହେବ ।
ଦ୍ୱିତୀୟ କାରଣ ହେଉଛି, ୨୦୨୪ ପରେ ଓଡ଼ିଶାରେ ରାଜନୈତିକ ସମୀକରଣ ବଦଳିଯାଇଛି। ଦୀର୍ଘ ଦୁଇ ଦଶକରୁ ଅଧିକ ସମୟ ଶାସନ କରିବା ପରେ ବିଜେଡି ବିରୋଧୀ ଦଳରେ ବସିଛି। ବିରୋଧୀ ଦଳ ଭାବେ ନିଜର ସକ୍ରିୟତା ପ୍ରମାଣ କରିବା ପାଇଁ ରାଜ୍ୟର ସବୁଠାରୁ ପ୍ରଭାବଶାଳୀ ବିଜେପି ନେତାଙ୍କୁ ରାଜନୈତିକ ଦୃଷ୍ଟିକୋଣରୁ ଚ୍ୟାଲେଞ୍ଜ କରିବା ଏକ ସ୍ୱାଭାବିକ କୌଶଳ ବୋଲି ଲୋକେ ବୁଝି ପାରିବେ ।
ତୃତୀୟ କାରଣ ହେଉଛି, ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରୁ ରାଜ୍ୟସଭା ସଦସ୍ୟ ହୋଇଥିଲେ ମଧ୍ୟ, ଓଡ଼ିଶାରେ ସେ ସିଧାସଳଖ ଭାବେ ବିଜେଡି ପ୍ରତି ବିପଦ ନୁହଁନ୍ତି,କିମ୍ବା ଧର୍ମେନ୍ଦ୍ର ପ୍ରଧାନଙ୍କ ପରି ଶକ୍ତିଶାଳୀ ନୁହଁନ୍ତି। ତେଣୁ ବିଜେଡିର ରାଜନୈତିକ ଆକ୍ରମଣର କେନ୍ଦ୍ରବିନ୍ଦୁ ଧର୍ମେନ୍ଦ୍ର ପ୍ରଧାନ ହେବା ଏକ ନିର୍ବାଚନୀ କୌଶଳ ବୋଲି ଲୋକଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଯାଇପାରେ ।
ମାତ୍ର ଏହା ସବୁ ନବୀନ ପଟ୍ଟନାୟକଙ୍କ ନିରୁତା ଛଳନା ବୋଲି ସାଧାରଣ ଲୋକ ବୁଝି ପାରିଛନ୍ତି। ଯଦି ନୈତିକ ଦାୟିତ୍ୱର ଆଧାରରେ ଜଣେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଉଛି, ତେବେ ସେହି ମାନଦଣ୍ଡ ସବୁ ମନ୍ତ୍ରୀଙ୍କ ପାଇଁ ସମାନ ହେବା ଉଚିତ ନୁହେଁ କି ? ବାଲେଶ୍ୱରରେ ଏତେ ବଡ଼ ଦୁର୍ଘଟଣା ପରେ ଯେଉଁ ଦାବି ଜୋରଦାର ହୋଇନଥିଲା, ଆଜି ତାହା କାହିଁକି ନିଟ୍ ପ୍ରସଙ୍ଗରେ ଉଠୁଛି ? ଏହି ପ୍ରଶ୍ନର ରାଜନୈତିକ ଉତ୍ତର ବିଜେଡିକୁ ଦେବାକୁ ପଡ଼ିପାରେ।

ଏହାର ପ୍ରଭାବ ଆଗାମୀ ସମୟରେ ଓଡ଼ିଶା ରାଜନୀତିକୁ ପ୍ରଭାବିତ କରିପାରେ । ଅଶ୍ବିନୀ ବୈଷ୍ଣବଙ୍କୁ ଛାଡ଼ି ଦେବା ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରିବା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇ ଦେଇଛି । ଏପରିକି ଜାତୀୟ ସ୍ତରର ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ଏକ ପୁସ୍ତକରେ ଲେଖା ଯାଇଛି ଯେ, ପ୍ରଥମରୁ ନବୀନ ପଟ୍ଟନାୟକଙ୍କର ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ଭୟ ରହିଛି । ଏକଥା ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ସାମ୍ନାରେ ନିଜେ ନବୀନ ପଟ୍ଟନାୟକ ସ୍ୱୀକାର କରିଛନ୍ତି ବୋଲି ଏହି ପୁସ୍ତକରେ ଉଲ୍ଲେଖ କରାଯାଇଛି ।

ଶେଷରେ ଗୋଟିଏ କଥା ସ୍ପଷ୍ଟ ହେବା ଉଚିତ ଯେ, ବାଲେଶ୍ୱରରେ ଘଟିଥିବା ଭୟାନକ ରେଳ ଦୁର୍ଘଟଣା ଯେଉଁଥିରେ ପାଖାପାଖି ୩୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା, ଦେଶବ୍ୟାପୀ ସମସ୍ତେ ରେଳ ମନ୍ତ୍ରୀ ବୈଷ୍ଣବଙ୍କ ଇସ୍ତଫା ଦାବୀ କରୁଥିଲେ, ସେହି ସମୟରେ ନବୀନ ପଟ୍ଟନାୟକ କାହିଁକି ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିନଥିଲେ ? ଅଶ୍ୱିନୀ ବୈଷ୍ଣବଙ୍କ ସହ ନବୀନ ପଟ୍ଟନାୟକଙ୍କ ସମ୍ପର୍କ କ’ଣ ? ତାହାର ସ୍ପଷ୍ଟ କାରଣ ସେ ସାର୍ବଜନୀନ ଭାବେ ଏପର୍ଯ୍ୟନ୍ତ କହିନାହାଁନ୍ତି। ମାତ୍ର ଜଣେ ଓଡ଼ିଆ ଭାବେ ରେକର୍ଡ଼ ସମୟ ଧରି କେନ୍ଦ୍ର ସରକାରଙ୍କ ମନ୍ତ୍ରୀମଣ୍ଡଳରେ ସଫଳତାର ସହ କାର୍ଯ୍ୟ କରି ଆସୁଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ଷେତ୍ରରେ ନବୀନ ପଟ୍ଟନାୟକଙ୍କ ଏପରି ଇସ୍ତଫା ଦାବୀ କରିବା ଘଟଣା ଓଡ଼ିଶା ଓ ଓଡ଼ିଆଙ୍କ ପ୍ରତି ଥିବା ନବୀନ ପଟ୍ଟନାୟକଙ୍କ “ଅସହିଷ୍ଣୁତା” ମନୋଭାବକୁ ରାଜ୍ୟବାସୀଙ୍କ ଆଗରେ ଧରାପକାଇ ଦେଇଛି ବୋଲି ସାଧାରଣ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି । ତେବେ ଆଉ କିଛି ଲୋକଙ୍କ କହିବା କଥା ହେଉଛି ବିଜେଡିର ଉତ୍ତରାଧିକାରୀ ହେବାକୁ ଯାଉଥିବା “ପାଣ୍ଡିଆନ ଦମ୍ପତି”ଙ୍କୁ ସୁରକ୍ଷା ଦେବା ଓ ସେମାନଙ୍କ ରାଜନୈତିକ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଏହା ହୁଏତ ନବୀନ ପଟ୍ଟନାୟକଙ୍କ ସୁଚିନ୍ତିତ ରଣନୀତି ହୋଇଥାଇପାରେ । ତେବେ କାରଣ ଯାହା ହୋଇଥାଉନା କାହିଁକି ନବୀନ ପଟ୍ଟନାୟକଙ୍କ ଏପରି ନିଷ୍ପତ୍ତି ଏବେ ପୁଣି ଥରେ ବିଜେଡି ଓ ନବୀନଙ୍କ “ଓଡ଼ିଆ ବିରୋଧୀ ମାନସିକତା” ବୋଲି ନୂଆ ଚର୍ଚ୍ଚା ଆରମ୍ଭ କରିଛି । ୨୦୨୪ ମସିହାରେ କୌଣସି ଓଡ଼ିଆ ନେତାଙ୍କ ଉପରେ ଭରସା ନକରି ଜଣେ ତାମିଲ ବ୍ୟକ୍ତିଙ୍କୁ ନିଜର ଉତ୍ତରାଧିକାରୀ ଭାବେ ସାମ୍ନାକୁ ଆଣିବାର ପ୍ରୟାସ କରିବାରୁ “ଓଡ଼ିଆ ଅସ୍ମିତା” ପାଇଁ ବିଜେଡି କ୍ଷମତାରୁ ଯାଇଥିବା ବେଳେ ଯଦି ପୁଣି ଲୋକମାନେ ନବୀନଙ୍କ “ଓଡ଼ିଆ ବିରୋଧୀ ମାନସିକତା” ଆଉ ବଦଳିବ ନାହିଁ ବୋଲି ଧରି ନେବେ, ତେବେ ବିଜେଡି ଭଳି ଏକ ଶକ୍ତିଶାଳୀ ଆଞ୍ଚଳିକ ରାଜନୈତିକ ଦଳର ଭବିଷ୍ୟତ ଆହୁରି ବିପନ୍ନ ହେବାକୁ ଯାଉଛି ବୋଲି ବୁଝାଯିବ ନା ନାହିଁ ?

Nirvik Bureau

Nirvik Bureau

Related Posts

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…
Politics

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

by Nirvik Bureau
July 22, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୨ ଜୁଲାଇ ୨୦୨୬ ପ୍ରତିବର୍ଷ ପରି ଏଥର ମଧ୍ୟ ସମସ୍ତେ ଚାହିଁ ବସିଥିଲେ କୋଟି ବ୍ରହ୍ମାଣ୍ଡର ଠାକୁରଙ୍କୁ ଟିକେ ଦେଖିବା ପାଇଁ ରଥଯାତ୍ରାରେ...

Read more
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
ଦୁଇ ବର୍ଷର ଗାଥା : କମ୍ ସଫଳତା ଅଧିକ ବିଫଳତା…

ଦୁଇ ବର୍ଷର ଗାଥା : କମ୍ ସଫଳତା ଅଧିକ ବିଫଳତା…

July 2, 2026
ସୁଜାତା ଆସିବା ପରେ …

ସୁଜାତା ଆସିବା ପରେ …

June 30, 2026
ଅସୁରକ୍ଷିତ ଲୋକସେବା ଭବନ ?

ଅସୁରକ୍ଷିତ ଲୋକସେବା ଭବନ ?

June 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.