• About
  • Contact
Friday, September 11, 2026
Friday, September 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୫ ଅଗଷ୍ଟ ୨୦୨୬

କିଏ ହେବ ଓଡ଼ିଶାର ପରବର୍ତ୍ତୀ ପୋଲିସ ଡିଜି? ଏହି ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ମିଳିପାରୁନାହିଁ। ଏପରିକି ମାମଲା ଯାଇ ପହଞ୍ଚିଛି ସୁପ୍ରିମ କୋର୍ଟଙ୍କ ପାଖରେ। ଅଟକି ଯାଇଛି ଡିଜି ନିଯୁକ୍ତି ପ୍ରକ୍ରିୟା ଆସନ୍ତା ଅଗଷ୍ଟ ୧୮ ତାରିଖ ପର୍ଯ୍ୟନ୍ତ। ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି ପରେ ଓଡ଼ିଶାର ପରବର୍ତ୍ତୀ ପୋଲିସ ଡିଜି କିଏ ହେବ ଏହା ଉପରୁ ପରଦା ହଟିବ। ଏବେ ଓଡ଼ିଶାର ପୋଲିସ ଡିଜି ନିଯୁକ୍ତି ପ୍ରକ୍ରିୟା ଏକ ପ୍ରମୁଖ ପ୍ରସଙ୍ଗ ପାଲଟିବା ସହିତ ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

୨୦୦୬ ମସିହାରେ ସୁପ୍ରିମକୋର୍ଟ ପ୍ରକାଶ ସିଂହ ମାମଲାରେ ସ୍ପଷ୍ଟ ମତ ରଖିଥିଲେ ଓ ସମସ୍ତ ରାଜ୍ୟ ସରକାରଙ୍କୁ ଏହା ପାଳନ କରିବାକୁ କହିଥିଲେ। ଏହି ରାୟର ସାରାଂଶ ହେଉଛି ପ୍ରତ୍ୟେକ ରାଜ୍ୟ ସରକାର ନିର୍ଦ୍ଧାରିତ ସମୟରେ ଯୋଗ୍ୟ ଅଫିସରଙ୍କ ଏକ ତାଲିକା ପଠାଇବେ UPSC ପାଖକୁ,ସେହି ତାଲିକାରୁ UPSC ବରିଷ୍ଠତା ଓ ଦକ୍ଷତା ଆଧାରରେ ୩ ଜଣିଆ ତାଲିକା ପଠାଇବ ପୁଣି ରାଜ୍ୟ ସରକାରଙ୍କ ପାଖକୁ ଏବଂ ରାଜ୍ୟ ସରକାର ଏହି ୩ଜଣଙ୍କ ମଧ୍ୟରୁ ଜଣେ ଅଫିସରଙ୍କୁ ଡିଜି ଭାବେ ନିଯୁକ୍ତି ଦେବେ। ଏହା ଦ୍ୱାରା ଡିଜି ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆସିପାରିବ। ଏସବୁ ଜାଣିବା ସତ୍ତ୍ୱେ ଏଥରର ପୋଲିସ ଡିଜି ନିଯୁକ୍ତିରେ କାହିଁକି ବିବାଦ ସୃଷ୍ଟି ହେଲା ? କାହାର ଭୁଲ ଯୋଗୁଁ ଏବେ ଓଡ଼ିଶା ସରକାରଙ୍କ ଡିଜି ନିଯୁକ୍ତି ପ୍ରକ୍ରିୟା ବିଳମ୍ବ ହୋଇଛି ?

ଯଦି ଓଡ଼ିଶା ସରକାରଙ୍କର ଏଥରର ଡିଜି ନିଯୁକ୍ତି ପ୍ରକ୍ରିୟା ଉପରେ ନଜର ପକାଯାଏ ତେବେ ପ୍ରଥମରୁ ହିଁ ବିବାଦ ଜଳଜଳ ହୋଇ ଦେଖାଯାଉଛି। ବରିଷ୍ଠତା ଓ ଦକ୍ଷତା ଆଧାରରେ ଓଡ଼ିଶା ସରକାର ପ୍ରଥମେ ପଠାଇଲେ ୩ ଜଣଙ୍କ ନାଁ । ସେମାନେ ହେଲେ ସୁଧାଂଶୁ ଷଡ଼ଙ୍ଗୀ, ସୁଶାନ୍ତ ନାଥ ଓ ଆର. ପି. କୋଚେ । ଯେତେବେଳେ UPSCର ବୈଠକ ସମୟ ସ୍ଥିର ହେଲା, ସେତେବେଳେ ଓଡିଶା ସରକାର ସୁଶାନ୍ତ ନାଥଙ୍କ ନାଁକୁ ପ୍ରତ୍ୟାହାର କରିବାକୁ ଚାହିଁଲେ ଓ ପୁନର୍ବାର ଆଉ ୮ ଜଣଙ୍କ ନାଁ ଥିବା ଏକ ତାଲିକା ପଠାଇଲେ, ମାତ୍ର ଏମାନଙ୍କ ମଧ୍ୟରେ ସମସ୍ତେ ଥିଲେ ଏଡିଜି ରାଙ୍କର । ପୁନର୍ବାର ଏମାନଙ୍କ ମଧ୍ୟରୁ ଦୁଇଜଣ ଅଫିସର ସଂଜୀବ ପଣ୍ଡା ଓ ଯଶୋବନ୍ତ ଜେଠୱାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଗଲା। ଏଇଠୁ ଆରମ୍ଭ ହେଲା ବିବାଦ। ଏପରିକି ମାମଲା ପହଁଚିଲା ସୁପ୍ରିମ କୋର୍ଟଙ୍କ ପାଖରେ। ଜୟନ୍ତ ଦାସ ନାମକ ଜଣେ ଆବେଦନକାରୀ ନିଜ ପିଟିସନରେ ଦର୍ଶାଇଲେ ଯେ, ନିଯୁକ୍ତି ପ୍ରକ୍ରିୟାରେ ଗଡ଼ବଡ଼ ହୋଇଛି, ସରକାର ନିଜ ମନ ମୁତାବକ ଜଣେ ଅଫିସରଙ୍କୁ ଡିଜି ପଦବୀରେ ଅବସ୍ଥାପିତ କରିବାକୁ ଚାହୁଁଛନ୍ତି ,ଏଣୁ ସୁପ୍ରିମକୋର୍ଟ ଏହି ମାମଲାର ତୁରନ୍ତ ଶୁଣାଣି କରିବାକୁ ଆବେଦନକାରୀଙ୍କ ଓକିଲ ପି. ଚିଦାମ୍ବରମ ଯୁକ୍ତି ରଖିଲେ।

ଏବେ ପ୍ରଶ୍ନ ଉଠୁଛି ଏହି ନିଯୁକ୍ତି ମାମଲା କାହିଁକି ବିବାଦୀୟ ହୋଇପଡିଲା ଓ ଏହାର କେଉଁ ପ୍ରମୁଖ ଦିଗ ସୂଚିତ କରୁଛି ଯେ, ନିଯୁକ୍ତି ପ୍ରକ୍ରିୟା ଠିକ୍ ହୋଇନାହିଁ ବୋଲି। ପ୍ରଥମତଃ ଓଡ଼ିଶା ସରକାର ଏକାଥରକେ ୧୧ ଜଣଙ୍କ ନାଁ ପଠାଇ ପାରିଥାନ୍ତେ, ମାତ୍ର କାହିଁକି ୩ ଜଣଙ୍କ ନାଁ ତରବରିଆ ଭାବେ ପଠାଇଦେଲେ? ପଠାଇଥିବା ୩ ଜଣଙ୍କ ନାଁ ବାବଦରେ ସରକାର ଆବଶ୍ୟକୀୟ ଯାଞ୍ଚ କରିଥିଲେ କି ? ଯଦି ଯାଞ୍ଚ ପ୍ରକ୍ରିୟା ଠିକ୍ ଥିଲା ପରବର୍ତ୍ତୀ ସମୟରେ ସୁଶାନ୍ତ ନାଥଙ୍କ ନାଁ ବାଦ ଦେବାର କାରଣ କ’ଣ ? ପରବର୍ତ୍ତୀ ସମୟରେ ଅନ୍ୟ ଏଡିଜି ମାନଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ନଦେଇ ଆଗୁଆ ତାଲିକା ପଠାଇବା ପଛର ଉଦ୍ଦେଶ୍ୟ କ’ଣ ଥିଲା ? ଡିଜି ନିଯୁକ୍ତି ଆଇନ ବାବଦରେ ଜାଣିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଶାଶ୍ୱତ ମିଶ୍ର ପରାମର୍ଶଦାତା ତଥା ପୂର୍ବତନ ଡିଜିପି ପ୍ରକାଶ ମିଶ୍ର, ରାଜ୍ୟର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ଗୃହ ସଚିବ ହେମନ୍ତ ଶର୍ମା ଆଦିଙ୍କ ଭୂମିକା କ’ଣ ଥିଲା ? ଏସବୁ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଗଣମାଧ୍ୟମରେ ଆଲୋଚିତ ହେଉଛି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଓ ତାଙ୍କର ପରାମର୍ଶଦାତାଙ୍କ ମଧ୍ୟରେ ମତପାର୍ଥକ୍ୟରୁ ଆରମ୍ଭ ହୋଇଛି ଏ ଲଢ଼େଇ। ମୁଖ୍ୟମନ୍ତ୍ରୀଙ୍କ ଅଫିସ ଜଣେ ନିର୍ଦ୍ଦିଷ୍ଟ ଅଫିସରଙ୍କୁ ଏହି ପଦବୀରେ ବସାଇବାକୁ ଚାହୁଁଥିବା ବେଳେ ତାଙ୍କର ପରାମର୍ଶଦାତାଙ୍କ ପସନ୍ଦ ହେଉଛନ୍ତି ଅନ୍ୟ ଜଣେ ବାବୁ। ଉଭୟଙ୍କ ମଧ୍ୟରେ ଏ ବିବାଦ ସମାଧାନ ନ ହେବାରୁ ନିଯୁକ୍ତି ପ୍ରକ୍ରିୟାରେ ଏପ୍ରକାର ବିଭ୍ରାଟ ଦେଖିବାକୁ ମିଳିଛି ବୋଲି ଏବେ ରାଜ୍ୟର ପାୱାର କରିଡରରେ ଚର୍ଚ୍ଚା ଚାଲିଛି।

ତେବେ ପୋଲିସ ଡିଜି ନିଯୁକ୍ତି ପ୍ରକ୍ରିୟା ପ୍ରଥମରୁ ଗୋଳମାଳ ହେବା, ସରକାର ଡିଜି ନିଯୁକ୍ତି ନିୟମ ଜାଣିବା ସତ୍ତ୍ୱେ ଦୁଇ ଦୁଇ ଥର ଅଫିସରଙ୍କ ତାଲିକା ପଠାଇବା, ପୁଣି ଦୁଇଜଣ ଏଡିଜିଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେବା,ଜଣେ ବରିଷ୍ଠ ଅଫିସରଙ୍କ ନାଁ ବାଦ ଦେବା ପାଇଁ UPSCକୁ କହିବା ଆଦି ଘଟଣା ଏହି ପ୍ରକ୍ରିୟାକୁ ସନ୍ଦେହ ଭିତରକୁ ଟାଣି ଆଣିଛି। ଏପରିକି ଏକ ଜନସ୍ୱାର୍ଥ ସମ୍ବଳିତ ମାମଲା ସୁପ୍ରିମ କୋର୍ଟରେ ପହଞ୍ଚିବା ଅଧିକ ବିଳମ୍ବ କରିଛି ଏହି ଡିଜି ନିଯୁକ୍ତି ପ୍ରକ୍ରିୟାକୁ ଓ ସାଧାରଣ ଲୋକଙ୍କ ମନରେ ସନ୍ଦେହ ଉପୁଜିଛି । ଶେଷରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଅଧାରେ ଅଟକିଥିବା ଏହି ଡିଜି ନିଯୁକ୍ତି ପ୍ରକ୍ରିୟା ପରୋକ୍ଷରେ ପ୍ରମାଣିତ କରୁଛି ଯେ, ଏବେ ବି ଡିଜି ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛତାର ସହ କରାଯାଉନାହିଁ ଓ ବିଗତ ୨୦ବର୍ଷ ଧରି ଚାଲିଥିବା ନିଯୁକ୍ତି ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ ହୋଇନାହିଁ ଦେଶର ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମଧ୍ୟ।

ଏପରିକି ପୁନର୍ବାର ଏହା ବର୍ତ୍ତମାନର ସରକାରଙ୍କ ଅପାରଗତା ଓ କାର୍ଯ୍ୟକରିବା କ୍ଷେତ୍ରରେ ଥିବା ଦୁର୍ବଳତାକୁ ସାଧାରଣ ଲୋକଙ୍କ ସାମ୍ନାକୁ ଆଣିବା ସହ ରାଜ୍ୟ ସରକାର ଓ ସରକାରର ମୁଖ୍ୟଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି ।

Nirvik Bureau

Nirvik Bureau

Related Posts

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?
Politics

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

by Nirvik Bureau
September 6, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୬ ସେପ୍ଟେମ୍ବର ୨୦୨୬ ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ ଆଇଏଏସ୍ ଅଧିକାରୀ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର...

Read more
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.