• About
  • Contact
Monday, March 16, 2026
Monday, March 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ସଂକେତ ନା ସଲାକୁସ୍ତି ?

ସଂକେତ ନା ସଲାକୁସ୍ତି ?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୭ ସେପ୍ଟେମ୍ବର ୨୦୨୨

ଓଡ଼ିଶା ରାଜନୀତିରେ ଆସନ୍ତା ସେପ୍ଟେମ୍ବର ୨୯, ୩୦ ତାରିଖ ଦୁଇ ଦିନରେ କିଛି ସଂକେତ ମିଳିବାର ସୂଚନା ରହିଛି । ଏହି ଦୁଇ ଦିନରେ ରାଜ୍ୟ ବିଜେପି ଓ ଶାସକ ବିଜେଡି ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା କର୍ମୀ ମାନଙ୍କୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ଥିବା ବେଳେ ଶାସକ ବିଜେଡି ମଧ୍ୟ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବାପାଇଁ ସମାନ୍ତରାଳ କାର୍ଯ୍ୟକ୍ରମ ରଖିଛି । ଉଭୟ ଦଳ ୨୦୨୪ ପୂର୍ବରୁ କର୍ମୀ ମାନଙ୍କୁ କ’ଣ ସଂକେତ ଦେବେ ତାହା ଉପରେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ମଧ୍ୟ ଅପେକ୍ଷା ରହିଛି ।

ଯଦି ଦୁଇ ଦଳ ଶକ୍ତି ପ୍ରଦର୍ଶନ କରିବାପାଇଁ ଏହିଦିନ ବାଛିଛନ୍ତି ତେବେ କିଏ କାହା ଆଗରେ ଶକ୍ତି ପ୍ରଦର୍ଶନ କରିବ ? ଶକ୍ତି ପ୍ରଦର୍ଶନର ଉଦ୍ଦେଶ୍ୟ କ’ଣ ହେବ ? କର୍ମୀଙ୍କ ପାଇଁ ଏହା ଉଦ୍ଦିଷ୍ଟ ନା ରାଜ୍ୟର ଭୋଟରଙ୍କ ପାଇଁ ? ୨୦୧୯ ସାଧାରଣ ନିର୍ବାଚନ ପରେ ଓଡ଼ିଶାରେ ରାଜନୈତିକ ହଟଚମଟ ଦେଖିବାକୁ ମିଳୁନାହିଁ । ଏପରିକି ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ମଧ୍ୟ ଶାସକ ବିଜେଡିର ବିଜୟ ଆଗରେ ବିଜେପିର ରଣନୀତି ଫିକା ପଡିଯାଇଛି । ରାଜ୍ୟର ଅନ୍ୟତମ ବିରୋଧୀ ଦଳ କଂଗ୍ରେସର କଥା ନକହିଲେ ଭଲ । ସେହିପରି ପ୍ରମୁଖ ବିରୋଧୀ ଦଳ ବିଜେପିର ରାଜ୍ୟ ନେତୃତ୍ୱ ଭିତରେ କନ୍ଦଳ ତୀବ୍ର ହୋଇଛି । କାହା ନେତୃତ୍ୱରେ ଦଳ ୨୦୨୪ ନିର୍ବାଚନ ଲଢ଼ିବ ତାହା ମଧ୍ୟ ସ୍ଥିର ହୋଇପାରୁ ନାହିଁ । ଅମିତ ଶାହାଙ୍କ ଗତ ଓଡ଼ିଶା ଗସ୍ତରୁ ଠୋସ୍ ସଂକେତ ମଧ୍ୟ କିଛି ମିଳିପାରିନାହିଁ । ଏବେ ଆସୁଛନ୍ତି ଜେ.ପି.ନଡ୍ଡା । ରାଷ୍ଟ୍ରୀୟ ସଭାପତିଙ୍କ ଓଡ଼ିଶା ଆସିବା ଯେତିକି ଗୁରୁତ୍ୱପୂର୍ଣ ନୁହେଁ ସେ ଏଠାର ବିଜେଡି ବିରୋଧରେ କଣ କହୁଛନ୍ତି ତାହା ଲକ୍ଷ୍ୟ କରିବାର କଥା ।

ଗତ ରାଷ୍ଟ୍ରପତି ନିର୍ବାଚନ ପରଠାରୁ ଓଡ଼ିଶାରେ ପୁଣି ବିଜେଡି ଓ ବିଜେପି ଭିତରେ ଲଢ଼େଇ ହେବ ଏହା କେହିବି ବିଶ୍ୱାସ କରିପାରିବେ ନାହିଁ । ଏପରିକି ୨୦୨୪ ରେ ହେବାକୁ ଥିବା ନିର୍ବାଚନ ଏକ ବନ୍ଧୁତ୍ୱପୁର୍ଣ ଲଢ଼େଇ ଦୁଇ ଦଳ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଏପର୍ଯ୍ୟନ୍ତ ନିଷ୍ପତି ନେଇ ପାରୁନାହାନ୍ତି ଓଡ଼ିଶା ବାବଦରେ । ବିଜେଡି ଭଳି ଏକ ବିଶ୍ୱସ୍ତ ସହଯୋଗୀ ଦଳକୁ ନେଇ ହଠାତ କୌଣସି ନିଷ୍ପତି ନେବା ବିଜେପି ପକ୍ଷରେ କାଠିକର ପାଠ।

ବିଜେପିକୁ ଯେତେବେଳେ ସହଯୋଗୀ ଦଳ ମାନେ ଗୋଟିଏ ପରେ ଗୋଟିଏ ହାତ ଛାଡ଼ି ଦେଉଛନ୍ତି ସେତିକି ବେଳେ ବିଜେପିର ବନ୍ଧୁ ଭାବେ ସଂସଦରେ ନିଃସର୍ତ୍ତ ସମର୍ଥନ ଦେଇଚାଲିଛି ବିଜେଡି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଫିସ୍ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ଭିତରର ସମ୍ପର୍କ ସମସ୍ତଙ୍କୁ ବେଶ୍ ଭଲ ଭାବରେ ଜଣାଅଛି । ଏଭଳି ସ୍ଥିତିରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ବିଜେପି ର ସର୍ବମାନ୍ୟ ନେତା ମୋଦି ଓ ଶାହାଙ୍କ ବିନା ଅନୁମତିରେ ନବୀନଙ୍କ ଉପରେ ହମଲା କରିପାରିବେ କି ? ୨୦୧୯ ପୂର୍ବର ଆଭିମୁଖ୍ୟ ବିଜେପି କ’ଣ ବିଜେଡି ଆଗରେ ଦେଖାଇପାରିବ ? ହୁଏତ ଏହା ସମ୍ଭବ ହୋଇ ନପାରେ, ମାତ୍ର ରାଜ୍ୟ ବିଜେପିର ନେତାମାନେ ଆଶା ବାନ୍ଧିଛନ୍ତି ଯେ ଆଗକୁ ଏକ ବିଧାନସଭା ଉପ ନିର୍ବାଚନ ଥିବାରୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ କିଛି ବି ଇଶାରା ଦେଇପାରନ୍ତି । ୨୦୧୯ ରେ ବିଜେପି ଓଡ଼ିଶାରେ ୨୩ ଟି ଆସନ ପାଇଥିବା ବେଳେ, ଜଣେ ବିଧାୟକଙ୍କ ମୃତ୍ୟୁପରେ ଏହି ଆସନ ଟି ବିଜେଡି ବିଜେପି ଠାରୁ ଛଡ଼ାଇ ନେଇଛି । ଏବେ ବିଜେପିର ଆଉ ଜଣେ ବିଧାୟକଙ୍କ ବିୟୋଗ ଘଟିଛି ଓ ଆଗକୁ ଏହି ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ତେଣୁ ଆସୁଥିବା ଉପନିର୍ବାଚନରେ ନିଜର ଆସନ ରକ୍ଷା କରିବା ପାଇଁ ହୁଏତ ବିଜେପି ନେତୃତ୍ୱ ଚିନ୍ତା କରୁଥାଇ ପାରନ୍ତି । ଯଦି ଉପନିର୍ବାଚନକୁ ଜିତିବା ପାଇଁ ରାଜ୍ୟ ବିଜେପି ଚାହେଁ, ତେବେ ହୁଏତ ବିଜେଡି ପ୍ରତି କଠୋର ହେବା ପାଇଁ କେନ୍ଦ୍ରୀୟ ନେତୃତ୍ୱକୁ ଅନୁରୋଧ କରିପାରେ ।

ମାତ୍ର ଓଡ଼ିଶାର ଭୋଟର ୩ ବର୍ଷ ଧରି ରାଜ୍ୟ ବିଜେପିର ଆଭିମୁଖ୍ୟ ଯାହା ଦେଖୁଛନ୍ତି ଓ ବିଜେଡି ସହ ବିଜେପିର କେନ୍ଦ୍ରୀୟ ନେତୃତ୍ୱର ସମ୍ପର୍କ ଯେତେ ନିବିଡ଼ ହୋଇଛି ସେ ପରିପ୍ରେକ୍ଷୀରେ ବିଜେପି ଯେ ଓଡ଼ିଶାରେ ବିଜେଡି ସହ ଲଢ଼ିବ ଏ ବିଶ୍ୱାସ କେହି କରିପାରୁନାହାନ୍ତି । ଏଣୁ ଗୋଟିଏ ଦିନରେ ଆୟୋଜିତ ହେବାକୁ ଥିବା ଦୁଇଟି ରାଜନୈତିକ କାର୍ଯ୍ୟକ୍ରମ ଆଗାମୀ ଦିନପାଇଁ ସଂକେତ ଦେବ ନା ସଲାକୁସ୍ତି ର ମଇଦାନ ହେବ ?

Nirvik Bureau

Nirvik Bureau

Related Posts

ଘୋଡ଼ା ବେପାରକୁ ସ୍ୱୀକୃତି !
Politics

ଘୋଡ଼ା ବେପାରକୁ ସ୍ୱୀକୃତି !

by Nirvik Bureau
March 14, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୪ ମାର୍ଚ୍ଚ ୨୦୨୬ ନିର୍ବାଚନ ରାଜନୀତିରେ "ଘୋଡ଼ା ବେପାର" ଶବ୍ଦଟି ନୂଆ ନୁହେଁ। ମାତ୍ର ଚଳିତ ଥର ଓଡ଼ିଶାର ୪ଟି ରାଜ୍ୟସଭା ଆସନ...

Read more
ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

March 5, 2026
ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

February 28, 2026
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.