• About
  • Contact
Tuesday, March 10, 2026
Tuesday, March 10, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଜୀବନ ବିଚିତ୍ର ଫୁଲ

ଜୀବନ ବିଚିତ୍ର ଫୁଲ
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୭ ନଭେମ୍ବର ୨୦୨୨

ଜୀବନ ବିଚିତ୍ର ଫୁଲ କେବେ କେତେ ରଙ୍ଗର ଆକାଶ।
ଆକାଶ ବି ଭାଙ୍ଗିପଡେ ଭେଟ ହେଲେ ଶେଷତମ ଶୋଷ।।
ଶୋଷର କି ଯାଏ ଆସେ ମିଳିଗଲେ ତୃପ୍ତି ର ମୁହାଣ।
ମୁହାଣ ମହଣେ ସ୍ବପ୍ନ ଶିରି ତୁଟା ଶୋଷ ପଦଚିହ୍ନ।।

ଚିହ୍ନକୁ ବି ଚିହ୍ନି ହୁଏ କେବେ କେଉଁ ଅଚିହ୍ନା ରାସ୍ତାରେ।
ରାସ୍ତା ଖୋଲେ ହୃଦୟକୁ ଛୁଇଁ ହୁଏ ଅଦେଖା ପାଦରେ।
ପାଦରେ ପଦୁଟେ ଲେଖି ଅଳତାକୁ ସାକ୍ଷୀ ରଖିଦେଲେ।
ଦେହକୁ ପରଖି ହୁଏ ମୋହମଗ୍ନା ପାଦଟିଏ ହେଲେ।।

ହେଲେ ହେଉ ଜୀବନଟା ଏଇ ଅଛି ଏଇ ନାହିଁ ରଙ୍ଗ।
ରଙ୍ଗ ଭର୍ତ୍ତି ଆକାଶ ଟା ନାଉଥାଉ ମେଘର ସରାଗ।।
ସରାଗେ ଶିଶିର ଢାଙ୍କୁ ଯେତେ ସବୁ ଅମାନିଆ ପଣ।
ପଣରେ ପରାଣ ଲଭୁ ଜୀବନଠୁଁ ଦୁରରେ ନିର୍ବାଣ।।

ନିର୍ବାଣ ମୋ ଲୋଡ଼ା ନାହିଁ ଲୋଡ଼ା ନାହିଁ ସରଗେ ରହଣୀ।
ରହଣିଆ ମନ ମୂନେ ପ୍ରେମ ହେଉ ନାକର ବଷଣୀ।।

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

ଯୁଦ୍ଧ ସରୁ ବୋଲି କହନ୍ତିନି କେହି
Literature

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

by Manas Ranjan Mahapatra
March 10, 2026

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୦ ମାର୍ଚ୍ଚ ୨୦୨୬ କୁଳୁକୁଳୁ ଝରଣାମାନଙ୍କୁ 'ନଈ ହେଇ ଯା' ବୋଲି ଆଜିକାଲି କହନ୍ତିନି କେହି ସବୁ ଝର୍କାରେ ଭୟ କାଳେ...

Read more
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
The Season of Board Exams: A Mother’s Tale

The Season of Board Exams: A Mother’s Tale

March 2, 2026
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.