• About
  • Contact
Monday, May 25, 2026
Monday, May 25, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ବଡ଼ଭାଇ

ବଡ଼ଭାଇ
Share on FacebookShare on Xshare on Whatsappshare on Linkedin
ରଶ୍ମି ସାମଲ, ଭୁବନେଶ୍ଵର, ୧ ଡିସେମ୍ବର ୨୦୨୨

ସକାଳୁ ସକାଳୁ ନିତ୍ୟକର୍ମ ସାରି ଅମିତା ତାର ଅତି ପ୍ରିୟ ଚା କପ୍ ହାତରେ ଧରୁ ଧରୁ ବଡଭାଇ ଙ୍କ ଫୋନ ଆସିଥିଲା। ଏତେ ସକାଳୁ ପୁଣି ଭାଇଙ୍କ ଫୋନ, ଟିକେ ଡରି ଯାଇଥିଲା। ଭାଇ ଧୀର ସ୍ୱରରେ ଥର ଥର କଣ୍ଠରେ କହିଥିଲେ ଅମିତା ବୋଉ ହସ୍ପିଟାଲ ରେ, ତୁ ଆଜି ଆସି ପଂହଁଚିଲେ ଟିକେ ଭଲ ହେବ। ଭାଇ ଙ୍କ ସ୍ୱରଟା କିଛି ନିରସତାର ସୂଚନା ଦେଉଥିଲା। କିଛି ସମୟ ମନରେ ସ୍ତବ୍ଧତା ଯେପରି ଗ୍ରାସ କରି ବସିଲା।ବୋଉ କୁ ତ ଏବେ କିଛି ଦିନ ପୂର୍ବରୁ ଦେଖି ଆସିଥିଲି। କାହିଁ କିଛି ଏତେ ଦେହ ଖରାପ ପରି ଲାଗୁନଥିଲା। ସବୁ ବେଳେ ତ ତାର ସେହି ଥଣ୍ଡା ରୋଗ ଟା ଲାଗି ରହିଥାଏ। ଟିକେ ବଢ଼ି ଗଲେ ଘର ପାଖରେ ଥିବା ଡାକ୍ତରଙ୍କ ପାଖକୁ ଯାଇ ବଡ଼ ଭାଇ ଦେଖାଇ ନେଇ ଆସନ୍ତି। ଏଇଟା ତ ତା ନିତିଦିନିଆ ରୋଗ। କିନ୍ତୁ ଏଥର ଭାଇ ଙ୍କର ବ୍ୟସ୍ତ ବିବ୍ରତ ସ୍ବର କାହିଁ ଠିକ ଲାଗୁନି ମୋତେ। ନିର୍ବାକ ଓ ଅବିଚଳିତ ଲାଗିଲା। ଅମାନିଆ ଆଖି ଲୁହରେ ଲୁଗା କାନି ଭେଦି ସାରିଥାଏ ସେତେବେଳକୁ। ଶାଶୁ ଙ୍କୁ କିପରି ଏ କଥା କହିବ ପୁଣି ବାପ ଘରକୁ ଯିବ ବୋଲି। ସାନ ଭଉଣୀର ନିର୍ବନ୍ଧ ଓ ରାକ୍ଷୀ ପୁର୍ଣିମାକୁ ଯାଇ କିଛି ଦିନ ରହି ଏବେ ଏବେ ଫେରିଛି। ଶାଶୁ ଟିକେ ଭାରି ରାଗି ଲୋକ। ତାଙ୍କୁ କହିଲେ ସେ କହିବେ ଏତେ ବାହାନା ଆଉ ଦେଖାନି। ତୋ ବୋଉ ର ତ ଏ ନୀତି ଦିନିଆ ରୋଗ, ତୋର ଦୁଇ ଦୁଇ ଟା ଭାଇ ଭାଉଜ ଅଛନ୍ତି, ତୁ କଣ ପାଇଁ ଏତେ ଉଚ୍ଚାଟ ହେଉଛୁ ଯିବା ପାଇଁ, ତାଙ୍କର ସବୁ ପ୍ରଶ୍ନକୁ କିପରି ସାମ୍ନା କରିବ। ଆକାଶ ଟା ଯେପରି ଲଦି ହୋଇ ପଡ଼ୁଛି ମୁଣ୍ଡ ଉପରେ। ତଥାପି ବୁଝାଇ ସୁଝାଇ ମାନସିକ ଦୃଢତା ଓ ଧର୍ଯ୍ୟ ଧରି ଠିକ ସମୟରେ ଯାଇ ଟ୍ରେନ ରେ ବସିଲା। ଝରକା ପାଖରେ ବସି ବାହାରକୁ ଅନାଇ ଦେଖୁଥାଏ।ସମସ୍ତେ ଯେଝା ବାଟରେ ଯିଏ ଚାଲି ଯାଉଛନ୍ତି। ପକ୍ଷୀମାନେ ଗୀତ ଗାଇ ଗାଇ କିଚିରି ମିଚିରି ହୋଇ କୁଆଡ଼େ ଉଡ଼ି ଯାଉଥାନ୍ତି। କିଛି ସମୟ ଭାବନାରେ ହଜି ଯାଇଥିଲା। ମୋ ବୋଉ କହେ ଚଢ଼େଇ ଗୁଡାଙ୍କର କିଚିରି ମିଚିରି ଶବ୍ଦ ବିଲକୁଲ ଭଲ ନୁହେଁ। ମୋ ଅଲକ୍ଷଣା ମନ ଟା କାହିଁ ପାପ ଛୁଇଁଲା କେଜାଣିଏପରି ଭାବନା ସବୁ କୁଂଢ଼େଇ ହୋଇ ପଡ଼ୁଥାଏ ମନ ସାମ୍ନାରେ। ତଥାପି ସଜାଡ଼ି ହୋଇ ବସି ପଡ଼ୁ ପଡ଼ୁ କିଛି ପୂର୍ବର କଥା ଗୁଡ଼ାକ ଠେଲି ହୋଇ ପଶି ଆସୁଥାଏ ମନ ମଧ୍ୟକୁ। ସାନ ଭାଇ କଣ ଏଥର ଘରେ ତା ସ୍ତ୍ରୀ ପିଲାଙ୍କୁ ଛାଡ଼ି ଯାଇ ପାରିଲା ନାହିଁ। ହଁ କାନ କୁହା ସ୍ତ୍ରୀ ଟା ପାଇଛି ନିରୋଳାରେ ସବୁ କିଛି ଫୋଡ଼ି ଥିବ। ଅସଲ ଗୁଣ ଗୁଡ଼ାକ ତ ବାହାଘର ର ବହୁ ଦିନ ପରେ ଜଣା ପଡ଼ିଲା। ସାନ ଭାଇ ଟା ବି ମୋର ମାଇଚିଆ। ନ ହୋଇଥିଲେ ସ୍ତ୍ରୀ କଥାରେ ଉଠ ବସ ହୋଇଥାନ୍ତା କିପରି? ସେ ନିଆରା ଢଙ୍ଗରେ ବଡ଼ ଭାଇ ଙ୍କୁ ବୁଝାଇଦେଇଥିବ, ଝିଅର ଗୀତ କ୍ଲାସ ଆଉ ତା ପୁଅ ର ଜିମ କ୍ଲାସ। ମୋନା ଏଥି ଟିକେ ଗରମ ସହି ପାରିବନି। ବଡ଼ ଭାଇ ଙ୍କର ତ ଗୋଟିଏ କଥା, ଆରେ ଠିକ ଅଛି ଆମେ ଏଠାରେ ସବୁ କାମ ଚଳେଇ ଦେବୁ। ଭାଇ ଯେତିକି ସହଜରେ ଏହି କଥାକୁ କହି ଦିଅନ୍ତି ମୁଁ ବିଲକୁଲ ହଜମ କରି ପାରେନି। ମୁଁ ଅନୁଭବ କରେ ସାନ ଭାଇ ଆଉ ତା ସ୍ତ୍ରୀ ଦିଲ୍ଲୀ ସହରକୁ ଏତେ ଆଦରିଛନ୍ତି ଯେ ଗାଁ ଭିଟା ମାଟି ଆଉ ସେ ଠିକଣା ମନେ ରହୁନି ସେମାନଂକର। ବୋଉ କହୁଥିବା କଥା ସବୁ ଗୋଟି ଗୋଟି ମନେ ପଡ଼ିଗଲା। ସତେ ଯେପରି ଅତୀତ ଟା ଦଂସୀ ଦେଇ ଲୁଚି ଯାଉଥାଏ ସେ କଣରେ। ପିଲା ଦିନରୁ ଆମେ ବୋଉ ପାଖରେ ଗାଁ ରେ ରହି ପାଠ ପଢ଼ିଲୁ। ବାପା ସୁଦୂର କୋରାପୁଟୁରୁ ଦୁଇ ତିନି ମାସରେ ଥରେ ଆସନ୍ତି। ମାମୁଁ ଘର ମୋର ଗାଁ ପାଖରେ। ମାମୁଁଙ୍କର ବଡ଼ ସାହସରେ ସବୁ ଦାୟିତ୍ୱ ବୋଉ ଆମର ନେଇ ଯାଏ। ଆମେ କେବେ ଅସୁବିଧା ବେଶି ଅନୁଭବ କରିନୁ। ଜେଜେ ମା ଜେଜେ ବାପାଙ୍କର ସେବା ଯତ୍ନ ଆତ୍ମ ବିଶ୍ୱାସର ସହ ବୋଉ ମୋର କରି ନେଉଥିଲା। ମୁଁ ବଡ଼ ହେବା ପରେ ଆମେ ବାପା ଙ୍କ ପାଖରେ ନ ରହିବାର ଶୂନ୍ୟତା ଅନୁଭବ କଲି।କିନ୍ତୁ ମୋ ବୋଉ ଅନବରତ ଠିକ ସମୟରେ ତାର କାମ କରି ଚାଲିଥାଏ। କିଛି ଯେପରି ଆମର କି କାହାର ଉଣା ନହୁଏ। ଗୋଟେ ଦିନ ବହୁତ ସାହସ କରି ପଚାରିଲି, ବୋଉ ଆମେ କଣ ଅନ୍ୟ ମାନଙ୍କ ପରି ବାପାଙ୍କ ପାଖରେ ଯାଇ ରହି ପାରନ୍ତେନି? କିନ୍ତୁ ସେ ଦିନ ମୋ ମୁଂହରେ ହାତକୁ ଚାପି ଧରି ବୋଉ ଆଖିର ଇସାରାରେ କହିଥିଲା।ଜେଜେ ମା ଆଉ ଜେଜେ ବାପା ଅଛନ୍ତି ସେହି ରୁମ ରେ, ତାଙ୍କୁ ସୁଭିବ। ବାହାରକୁ ଟାଣି ନେଇ କହିଲା ଆରେ ବୋକି ହୁଣ୍ଡି ଟା କି? ସେମାନେ ହଇରାଣ ହେବେ ତୁ କଣ ଜାଣି ପାରୁନୁ? ଏହି ବୁଢ଼ା ବୁଢ଼ୀ ବୟସରେ ନିଜେ କଣ ରୋଷେଇ କରି ଖାଇବେ? ଚୁପ ରେ ବୁଝି ଯାଇଥିଲି ସବୁ କଥା। ତେଣୁ ଆଜି ଯାଏ କେବେ ନାଁ ଧରିନି ବାପା ଙ୍କ ସହ ଯିବା ପାଇଁ। ଆମେ ଭାଇ ଭଉଣୀ ଚାରି ଜଣ। ମୋ ବଡ଼ ଭାଇ ରାଜକୁମାର ପରି ଦେଖିବାକୁ। ବହୁତ ଭଲ ପାଠ ମଧ୍ୟ ପଢ଼ନ୍ତି। ଆଉ ଭଦ୍ର ମାର୍ଜିତ ମଧ୍ୟ। ସେଥି ପାଇଁ ବୋଉ ସବୁବେଳେ କୁହେ ବଡ଼ ଭାଇ ଘରର ମଉଡ଼ ମଣି। ଭାଇ ଙ୍କୁ ବି ସବୁ ବେଳେ ଆମ ଠାରୁ ଅଧିକ ସ୍ନେହ କରିଲା ଭଳି ଆମକୁ ଲାଗେ। ପୁଣି କୁହେ ବଡ଼ ମୁଣ୍ଡ ହିଁ ରାଜା ମୁକୁଟ ପିନ୍ଧିବ। ବେଳେ ବେଳେ ରାଗ ଲାଗୁଥିଲା ବୋଉ ଯାହା କରୁଛି ସବୁ ଭାଇ ଙ୍କ ପାଇଁ ପ୍ରଥମେ। ଆମେ ଭାବୁ ଥିଲୁ ସତେ ଯେପରି ତାଙ୍କରି ମୁଣ୍ଡରେ ହାତୀ ସୁନା କଳସ ଢ଼ାଳିଛି। ଆଗେ ଡ୍ରେସ ଆସିବ ଭାଇର। ଭଲ ଖାଇବା ଜିନିଷ ପ୍ରଥମେ ରଖାଯିବ ତାଙ୍କ ପାଇଁ। ଭାଇ ଙ୍କ ଡ୍ରେସ କେବେ ଧୂଳି ଟିକେ ବି ଲାଗେନି। ସନଲାଇଟ ସାବୁନ ଘଷି ଘଷି ବୋଉ ତାଙ୍କ ସାଟ ପ୍ୟାଂଟ ସଫା କରୁଥିଲା। ଭାବୁଥିଲି ମୁଁ ବଡ଼ ହୋଇଥିଲେ ଭଲ ହୋଇ ନଥାନ୍ତା। ହେଲେ ଆଜି ରେଳ ଗାଡ଼ିର ଛୁକ ଛୁକ ଶବ୍ଦରେ ଅନ୍ୟମନସ୍କ ମନଟା ଭାବୁଛି ନା ଏ ରାଜ୍ୟ, ଏ ରାଜା ମୁକୁଟ, ବଡ଼ ଭାଇଙ୍କ ସ୍ଥାନ, ମୋର କିଛି ଦରକାର ନାହିଁ। କାରଣ ମୁଁ ଅନୁଭବ କରୁଛି ଆମେ ସେତିକି ଯୋଗ୍ୟ ନୋହୁଁ ବଡ଼ ହେବା ପାଇଁ।ମୋ ଭାଇ ଙ୍କ ଭଳି ସହନ ଶୀଳ ହୋଇ ଏହି ସଂସାର ବୋଝ ମୁଣ୍ଡେଇ ପାରି ନ ଥାନ୍ତି । ସେ ଦିନ ରାକ୍ଷୀ ପୁର୍ଣିମା ରେ ବୋଉ ସକାଳୁ କହିଲା ଜାଣିଛୁ ତୋ ପାଇଁ ଭାଇ ଗୋଟେ ସମ୍ବଲପୁରୀ ଶାଢ଼ୀ ଅର୍ଡର କରିଛି ଅନଲାଇନ ରେ। ଖୁସିରେ ଫାଟି ପଡ଼ିଥିଲି। କାଁହିକି ନା ମୋ ଭାଇ ଠିକ ଜାଣିଛନ୍ତୁ ମୁ ସମ୍ବଲପୁରୀ ସାଢ଼ି କୁ ଭାରି ପସନ୍ଦ କରେ। ଭାଇ ଭଉଣୀ ସମସ୍ତେ ଏକାଠି ହୋଇଥିଲୁ ଏତେ ଦିନ ପରେ। ମୁଁ କେମିତି ଜଲଦି ରାକ୍ଷୀ ବାନ୍ଧିବି ବୋଲି ସକାଳୁ ଉଠି ଗାଧୋଇ ପାଧୋଇ ଫୁଲ ଧୂପ ଦୀପ ଅରୁଆ ଚାଉଳ ନେଇ ଭାଇଙ୍କୁ ବଂଦେଇ ରାକ୍ଷୀ ବାନ୍ଧି ମୁଣ୍ଡିଆ ଟେ ମାରିଲି। ମିଠା ଟେ ଖୁଆଇଲି। ହେଲେ ସେତିକି ସରାଗ ଦେଖି ପାରିଲିନି ଭାଇ ଙ୍କ ପାଖରେ। ଆଗରୁ ଯେପରି କହୁଥିଲେ ଯିଏ ଆଗେ ରାକ୍ଷୀ ବାନ୍ଧିବ ସେ ବହୁତ ପଇସା ପାଇବ। ମୋ ଭଉଣୀର ମୋର ପ୍ରତିଯୋଗିତା ଚାଲୁଥିଲା। ମୋ ଭଉଣୀଟା ଭାରି ବଦରାଗି, ଯାହା କହିବ ଠୋ ଠୋ କହିବ। ପଥର ରେ ପିଟି ହେଲା ପରି କଥା ଗୁଡ଼ାକ। ବୋଉ ତାକୁ ସବୁ ବେଳେ କୁହେ ଝିଅ ପିଲା ଟା ଏତେ ବଡ଼ ପାଟିରେ କଣ କଥା ହେଉଛୁ। ହେଲେ ସେ କୁହେ କଥା କହିବାରେ ବି ଝିଅ ପୁଅ। ଏବେ କିଛି ଦିନ ତଳେ ସେହି ଭଉଣୀ ର ନିର୍ବନ୍ଧ ସରିଛି। ହେଲେ ଏଥର ଭାଇ ମୁଂହରେ ସେତିକି ସରଗତା ଅନୁଭବ କରି ପାରି ନଥିଲି। ଚୁପ ଚାପ ରାଖୀ ଟିଏ ବାନ୍ଧି ଦେଇ କାମରେ ବାହାରିଗଲେ। ସାନ ଭାଇ ତା ପିଲା ଛୁଆ ଙ୍କୁ ନେଇ ବାହାରେ ରହୁଛି।ବାପା ମାଙ୍କ ଦେହ ଖରାପ ଠୁ ଆରମ୍ଭ କରି ବନ୍ଧୁ ବାନ୍ଧବ ସମସ୍ତ ଦାୟିତ୍ୱ ଭାଇର। ଉଦାସୀନତା ଯେପରି ଘର କରି ରହିଛି ସତରେ ବଡ଼ ଭାଇ ଙ୍କ ପାଖରେ। ସାନ ଭଉଣୀ ର ବାହାଘର ଆଗକୁ ଅଛି ସେଥି ପାଇଁ ବହୁତ ବ୍ୟସ୍ତ ବି ଜଣା ପଡୁଥିଲେ। ସାନ ଭଉଣୀ ଅନ୍ୟ ପ୍ରଦେଶର ଅନ୍ୟ ଜାତିର ପୁଅ କୁ ଠିକ କରିଛି ବାହା ହେବା ପାଇଁ, ଆଉ ସେମାନେ ଆସିବେ କୋଉ ହୋଟେଲ ରେ ରହିବେ ସବୁ ଦାୟିତ୍ୱ ଭାଇର। ମୁଁ ଲକ୍ଷ କରୁଥାଏ ଭାଇ କଣ ତା ପାରିବାରିକ ଜୀବନରେ ଖୁସି ନାହିଁ। ଭାଇ ର କଣ ସବୁ ସେହି ପୁରୁଣା କଥା ଗୁଡ଼ାକ ମନେ ପଡୁଛି କି? ହଁ ଏବେ ଘରେ ସମସ୍ତେ କହୁଛନ୍ତି ଯୁଗ କୁଆଡେ ବଦଳି ଯାଇଛି। ଦଶ ବର୍ଷରେ କଣ ଯୁଗ ବଦଳିଗଲା? ବଡ଼ ଭାଇ ଯେତେବେଳେ ବାହାରେ ପିଜି କରୁଥିଲେ ତାଙ୍କର ଜଣେ ସହ ପାଠୀଙ୍କୁ ଭଲ ପାଉଥିଲେ ଆଉ ସେତେ ବେଳେ ବିବାହ ପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲେ। କିନ୍ତୁ ବାପା ବୋଉ ସିଧା ସିଧା ମନା କରି ଦେଇଥିଲେ। ତୁ ଆମ ଘରର ବଡ଼ ପୁଅ। ଆମର ମାନ ସମ୍ମାନ ଇଜ୍ଜତ ମହତ କଣ ସବୁ ତଳେ ପକେଇବୁ? ସେ ଝିଅ ଘର ଆମ ସମାସ୍କନ୍ଦ ନୁହେଁ, କୌଣସି ପ୍ରକାର ତୋର ବାହା ଘର ସେଠାରେ ହୋଇ ପାରିବ ନାହିଁ। ବଡ଼ ଭାଇ ତାଙ୍କ ବଡ଼ ପଣ ରକ୍ଷାକରି ନିଜକୁ କଷ୍ଟ ହେଉ ପଛେ ବାପା ବୋଉ ଙ୍କ କଥାରେ ରାଜି ହୋଇଯାଇଥିଲେ। ମୋର ଠିକ ମନେ ଅଛି ସେ ଦିନ ଭାଇଙ୍କ ମନରେ ଥିବା ସବୁ ଉତ୍କଣ୍ଠା ଝଲସୁଥିଲା, ସବୁ ପ୍ରେମର ପରିଭାଷା ତାଙ୍କ ମୁଖ ମଣ୍ଡଳରୁ ପରି ପ୍ରକାଶ ହେଉଥାଏ। ହେଲେ ମୁ ଜାଣେ ବଡ଼ ଭାଇ ସେହି ମୁହୂର୍ତ୍ତରେ ନିଜ ହୃଦୟରେ ପଥର ରଖି ତାଙ୍କୁ ଏଭଳି ନିଷ୍ପତି ନେବାକୁ ପଡିଥିଲା। ଯାହା ବାପା ବୋଉ ଙ୍କୁ କଷ୍ଟ ନ ହେଉ। ସେହି ଛଳଛଳ ଆଖିକୁ ନେଇ ବୋଉ କାନିରେ ପୋଛି ଦେଇଥିଲେ। ସବୁ ପୁଞ୍ଜିଭୁତ କୋହକୁ ପେଟରେ ପୁରାଇ ଆଗକୁ ଚାଲିଥିଲେ ଭାଇ। ସେଦିନ ଘର ର ରାଗ ପରିବେଶକୁ ଅକ୍ଳେଶରେ ସମାଧାନ କରିଥିଲେ।ତାଙ୍କ କଥାରେ ଥିଲା ସେହି ନରମ ପ୍ରତିଛବି। ସତରେ ବଡ଼ ଭାଇ ଙ୍କ ପାଖରେ ଆମ ମୁଣ୍ଡ ନଇଁ ଯାଏ। ଆଜି ଯେତେ ବେଳେ ସାନ ଭଉଣୀ ତା ନିଜ ଇଚ୍ଛାରେ ତା ସହ ପାଠୀକୁ ବାହା ହେବ ବୋଲି ଠିକ କଲା, ଭାଇ ମୋର ଅକ୍ଳେଶରେ ରାଜି ହୋଇଗଲେ। ଭାଇ ତ ଯୁଗ କଥା କିଛି ଦୋହରାଇ ନଥିଲେ।

ଦୁଇ ଭାଇରେ ଆମେ ଦୁଇ ଭଉଣି।ମୋର ସ୍କୁଲ କଲେଜ ରୁ ପାଠ ସରିବା ପରେ ମୋତେ ଇଞ୍ଜିନିୟର ବର ଦେଖି ବିବାହ ଦେଇଦେଲେ। ମୁଁ ବି ମୋ ସଂସାର ରେ ଲିପ୍ତ ରହିଲି। ଆଉ ସମସ୍ତେ ନିଜ ନିଜ ଚିନ୍ତାରେ। ହେଲେ ବଡ଼ ଭାଇ ଭାଉଜ ବୋଉ ବାପାଙ୍କର ଭଲ ମନ୍ଦ ସବୁ ବୁଝନ୍ତି। ହଁ ମୋର ଠିକ ମନେ ଅଛି ସେତେବେଳେ ବୋଉ ବାପା ଙ୍କର ଏକା ଜିଦି ଥିଲା ତୁ ସରକାରୀ ଚାକିରୀ କରି ଏହି ଭୁବନେଶ୍ୱର ରହିବୁ। ମୋ ଭାଇ ବି କୁହନ୍ତି ମୁ ଯେଉଁଠାରେ ରହିବି ମୋ ବୋଉ ବାପା ସେଠାରେ ରହିବେ।ତାହା ହିଁ ସତ୍ୟ ହେଲା, ଭାଇ ମଧ୍ୟ ସରକାରୀ ଚାକିରୀ କରି ଏହି ଭୁବନେଶ୍ୱର ରେ ରହିଲେ। ଏହି ଅନ୍ୟମନସ୍କ ଭିତରେ ଷ୍ଟେସନରେ ପଂହଁଚି ସାରିଥିଲି।

ସତରେ ବୋଉ ବହୁତ ଅସୁସ୍ଥ ହୋଇ ପଡ଼ିଥିଲା। ଯାହା ସ୍ବାସ୍ଥ୍ୟଗତ ସମସ୍ୟା ଥିଲା ତାହା ଡାକ୍ତର କହି ସାରିଥିଲେ। ବିଶେଷ ଚିକିତ୍ସା ପାଇଁ ତାକୁ ଆଇ.ସି.ଇଉ. ଭିତରକୁ ନିଆ ସରିଥିଲା। ଆଖି ଦେଖୁଥାଏ ସେହି କଳା ଧଳା ଅତୀତକୁ ଓ ନିଷ୍ଠୁର ସତ୍ୟକୁ। ଟିକେ ଦୂରରେ ଥାଇ ଭାଉଜ କହୁଥାନ୍ତି ଆସିବା ଡେରି ଟିକେ କରିଦେଲ ଅମିତା, ସାନ ଭାଇ ଛଡ଼ା ଆଉ ସମସ୍ତେ ସେଠାରେ ଉପସ୍ଥିତ ଥିଲୁ। ସବୁ ଅଳି ଅର୍ଦ୍ଦଳି ସହି ମଣିଷ କରିଥିବା ବୋଉ……ଆମ ପାଖରୁ ଅଫେରା ରାଇଜ ଚାଲିଗଲା। ଏହି ସମୟରେ ବଡ଼ ଭାଇ ବାପାଙ୍କୁ ଜାବୁଡ଼ି ଧରି ଭୋ ଭୋ କାନ୍ଦୁଥିଲେ।

ରଶ୍ମି ସାମଲ

ରଶ୍ମି ସାମଲ

ରଶ୍ମି ସାମଲ, ଭୁବନେଶ୍ୱର, ବିଶିଷ୍ଟ କବି ଓ ଗାଳ୍ପିକ

Related Posts

ମାଆର ମୂଲ ଅମୂଲ ମୂଲ
Literature

ମାଆର ମୂଲ ଅମୂଲ ମୂଲ

by ଭକ୍ତ ଚରଣ ସାହୁ
May 10, 2026

ଭକ୍ତ ଚରଣ ସାହୁ, ଯାଜପୁର, ୧୦ ମଇ ୨୦୨୫ ମାଆର ମୂଲ ଅମୂଲ ମୂଲ ତା' ମୂଲ କିଏ ଦେବ। ମାଆର ଗେଲ ଅମୃତ ତୁଲ ତା'...

Read more
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
ମଧୁବାବୁ

ମଧୁବାବୁ

April 29, 2026
ଉତ୍କଳ ର ଗୌରବ

ଉତ୍କଳ ର ଗୌରବ

April 28, 2026
What You Call Right

What You Call Right

April 18, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.