• About
  • Contact
Thursday, March 12, 2026
Thursday, March 12, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

କବି ତମେ ଜୀବନର କବି

କବି ତମେ ଜୀବନର କବି
Share on FacebookShare on Xshare on Whatsappshare on Linkedin
ଡାଃ. ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୫ ଫେବୃଆରୀ ୨୦୨୩

ନିଛାଟିଆ ଧୂ ଧୂ ଖରାବେଳ
କପୋତୀର କାନ୍ଦିବାର ବେଳ
ବରପାଲିର ଗାଉଁଲୀ ସକାଳ
ଅବା କେତେବେଳେ ଧାଡ଼ିବାନ୍ଧି ସ୍କୁଲ ପିଲାଙ୍କର
“ସତ୍ୟ ପଥେ ଧର୍ମ ପଥେ
ଘେନି ଯାଅ ମୋତେ”
ପ୍ରାର୍ଥନାର ଉଚ୍ଚାରଣ
କେଉଁଠାରେ ତମ ବୁଢ଼ାରଜା
ହୀରାକୁଦ, ବର୍ଷା ଏବଂ
ବସନ୍ତ କବିତାର
ଲଳିତ ଝଙ୍କାର ତ ଆଉ କେଉଁଠାରେ
ତମ ନିଖୁଣ ହାତର ସ୍ଵର
ବଗିଚାରେ, ଗଛରେ, ଫୁଲରେ,
କବିତ୍ଵର ଅମୂର୍ଭ ଅକ୍ଷର।
ହେ ଦରଦୀ କବି ତମେ ଜୀବନର କବି
ବରପାଲି ପବିତ୍ର ମାଟିରେ
ଆଙ୍କିଗଲ ଯେତେ ଯେତେ ଛବି
ସବୁ ଆଜି ତମରି ସ୍ମୃତିରେ ସ୍ମୃତିମୟ
ମେଘମୟ
ଅଧା ରହିଯାଇଥିବ କେତେ ସ୍ୱପ୍ନ
କେତେ ସ୍ମୃତି
ଭାଷାହୀନ ଭାଷା କେତେ
ଶବ୍ଦହୀନ ଶବ୍ଦ କେତେ
ଆଚ୍ଛନ୍ନ ଆବେଗ ଭରା
କବି ହୃଦୟର
କେତେ ମୁଗ୍ଧ ଅନୁଭୂତି ।

ମନୋରମା ବିଶ୍ଵାଳ ମହାପାତ୍ର

ମନୋରମା ବିଶ୍ଵାଳ ମହାପାତ୍ର

ଡକ୍ଟର ମନୋରମା ବିଶ୍ଵାଳ ମହାପାତ୍ର ଓଡ଼ିଶା ଏବଂ ଭାରତର ଜଣେ ସୁପରିଚିତ ଓ ସୁନାମଧନ୍ୟ କବି।
ଫୋନ୍ - ୯୪୩୭୦୧୧୦୦୩

Related Posts

ଶାସ୍ତ୍ରୀୟ ମୋ ଭାଷା
Literature

ଶାସ୍ତ୍ରୀୟ ମୋ ଭାଷା

by ଦେବେନ୍ଦ୍ର କୁମାର ସାହୁ
March 11, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ମାର୍ଚ୍ଚ ୨୦୨୬ ଦାରୁ ଏଠି ବ୍ରହ୍ମ ପୁଣି ଶବ୍ଦ ଏଠି ବ୍ରହ୍ମ ଜାତି କହେ ଅନ୍ନ ବ୍ରହ୍ମ ପବନ ବି...

Read more
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.