• About
  • Contact
Tuesday, August 25, 2026
Tuesday, August 25, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ପଞ୍ଚସଖା

ପଞ୍ଚସଖା
Share on FacebookShare on Xshare on Whatsappshare on Linkedin
ପ୍ରମୋଦ କୁମାର ଦାଶ, କଟକ, ୨୫ ଫେବୃଆରୀ ୨୦୨୩

ହେ ଅଚ୍ୟୁତାନନ୍ଦ ଦାସ
ଅଣାକ୍ଷର ମନ୍ତ୍ର ତୁମ୍ଭର ଯଶ
ଜନମ ମାଘ ଶୁକ୍ଳ ଏକାଦଶ
ନିଧନ ଜ୍ୟେଷ୍ଠ ପୂର୍ଣ୍ଣିମା
ସମାଧୀପୀଠ ପଦ୍ମବନ ସୀମା
କଟକ ନେମାଳ ଦିବ୍ୟ ଉପମା । ୧ ।

ସଖା ଜଗନ୍ନାଥ ଦାସ ମନ୍ତ୍ର ଷୋଳନାମ ଶବ୍ଦ ବତିଶ
ଭାଦ୍ର ଶୁକ୍ଳାଷ୍ଟମୀ ଜନମ ମାସ
ଶୁକ୍ଳ ସପ୍ତମୀ ମକର
ତିରୋଧାନ କପିଳେଶ୍ୱରପୁର
ସମାଧି ପୀଠ ଯେ ପୁରୀ ମାଟିର । ୨।

ସେ ଶିଶୁ ଅନନ୍ତ ଦାସ
ସୂର୍ଯ୍ୟ ନାରାୟଣ ମନ୍ତ୍ରେ ଅବଶ୍ୟ
ସିଦ୍ଧି ଖୋର୍ଦ୍ଧା ଭୁବନେଶ୍ୱର ପାଶ
ଆର୍ବିଭାବ ମାର୍ଗଶୀର ଶୁକ୍ଳ ଚତୁର୍ଦ୍ଦଶୀ ଦିବସ ଠାର
ଲୀଳା ଅନନ୍ତ କଲେ ଜଗତର । ୩ ।

ତିରୋଧାନ ମାଘ ମାସ
ପୂର୍ଣ୍ଣିମା ତିଥି ଜୀବଗାର ଶେଷ
ବାଲିପାଟଣା ସମାଧି ରାହାସ
ସଖା ଦାସ ବଳରାମ
ରାମ ତାରକ ମନ୍ତ୍ରେ ବିଶ୍ୱକାମ
ରଜ ସଂକ୍ରାନ୍ତୀରେ ପ୍ରଭୁ ଜନମ । ୪ ।

ତ୍ରିବେଣୀ ଅମାବାସ୍ୟାରେ ସ୍ୱର୍ଗବାସୀ ସମହରା ପାଟରେ
ପୁରୀ ବେଗୁନିଆ ଖ୍ୟାତି ମହୀରେ
ସଖା ଦାସ ଯଶୋବନ୍ତ
ଶ୍ୟାମ ପଞ୍ଚକ୍ଷର ମନ୍ତ୍ରେ ବିଖ୍ୟାତ
ଅକ୍ଷୟ ତୃତୀୟାରେ ସ୍ୱନକ୍ଷତ୍ର ।୫ ।

ଓଢଣ ଷଷ୍ଠୀ ତିଥିଣ
ଅଢଙ୍ଗ ନନ୍ଦୀଗ୍ରାମେ ତିରୋଧାନ
ଜଗତ୍‌ସିଂହପୁର ମାଟି ମହାନ୍‌
ଏ ପଞ୍ଚ ସଖା ମହାନ୍‌
ପଞ୍ଚ ଆତ୍ମା ଜଗନ୍ନାଥେ ଦର୍ଶନ
ସାର୍ଥକ ଲଭିବା କରିଲେ ଧ୍ୟାନ । ୬ ।

ପ୍ରମୋଦ କୁମାର ଦାଶ

ପ୍ରମୋଦ କୁମାର ଦାଶ

ରାଜ୍ୟ ସରକାର ତଥା ଜାତୀୟ ପୁରସ୍କାର ପ୍ରାପ୍ତ ପରିବେଶ ସେବକ ଓ ସଭାପତି : ଜନମଙ୍ଗଳ । ଗୋପାଳପୁର, ନିଶ୍ଚିନ୍ତକୋଇଲି, କଟକ
ମୋ : ୯୩୩୭୫୪୭୨୪୨

Related Posts

ଭାରତର ସନ୍ତାନ
Literature

ଭାରତର ସନ୍ତାନ

by ଦେବେନ୍ଦ୍ର କୁମାର ସାହୁ
August 15, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୫ ଅଗଷ୍ଟ ୨୦୨୬ ମୁହିଁ ଭାରତର ଅମୃତ ସନ୍ତାନ ମୋ ଜନ୍ମ ପାଇଁକି ମୁହିଁ ଧନ୍ୟ ବିବିଧତା ମଧ୍ୟେ ଏକତା ଗୀତିକା...

Read more
You, Me and Tea

You, Me and Tea

August 1, 2026
ଛୋଟିଆ ରାତି ସପନ ଅତି

ଛୋଟିଆ ରାତି ସପନ ଅତି

July 23, 2026
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
ଘୋଷ ଯାତ୍ରା

ଘୋଷ ଯାତ୍ରା

July 16, 2026
ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.