• About
  • Contact
Thursday, October 16, 2025
Thursday, October 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Governance

ଲୋକସେବାରେ ଲୋକସେବକଙ୍କ ରେକର୍ଡ …

ଲୋକସେବାରେ ଲୋକସେବକଙ୍କ ରେକର୍ଡ …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧ ମାର୍ଚ୍ଚ ୨୦୨୩

ସଚିବାଳୟର ନାଁ ପରିବର୍ତ୍ତନ ହେବାପରେ ଏହା ଲୋକସେବା ଭବନ ଭାବେ ପରିଚିତ ହୋଇଛି । ଏହାର ଉଦ୍ଦେଶ୍ୟ ଏଠାରେ ରହୁଥିବା ବାବୁମାନେ ନିଜକୁ ଲୋକମାନଙ୍କର ସେବକ ଭାବି କାର୍ଯ୍ୟ କରିବେ ଓ ଲୋକଙ୍କ ସେବାପାଇଁ ସର୍ବଦା ଉତ୍ସର୍ଗୀକୃତ ରହିବେ। ତାହା କିଭଳି ଏବେ ପ୍ରତିପାଦିତ ହୋଇଛି ରାଜ୍ୟ ଲୋକସେବା ଭବନରେ ତାର ପ୍ରମାଣ ମିଳିଛି ବିଧାନସଭାରେ ସରକାର ଦେଇଥିବା ତଥ୍ୟରୁ। ବିଧାନସଭାରେ ମିଳିଥିବା ତଥ୍ୟ ଅନୁଯାୟୀ ଲୋକସେବା ଭବନରେ କାର୍ଯ୍ୟ କରୁଥିବା ବାବୁ ତଥା ରାଜ୍ୟର ବରିଷ୍ଠ ପଦାଧିକାରୀ ମାନେ ସେମାନଙ୍କର ନିଷ୍ଠାପର ସେବା ପାଇଁ ଗୋଟିଏ ଗୋଟିଏ ବିଭାଗରେ ବର୍ଷ ବର୍ଷ ଧରି କାର୍ଯ୍ୟ କରିବାର ରେକର୍ଡ ସ୍ଥାପନ କରିସାରିଲେଣି । ଏହି ତାଲିକାରେ ସବୁଠୁ ଆଗରେ ରହିଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ଜି. ମାଥିଭାତାନନ ।

ସେ କାର୍ଯ୍ୟ କରୁଥିବା ଏକାଧିକ ବିଭାଗରେ ଦୀର୍ଘ ସମୟ ଧରି କାର୍ଯ୍ୟ କରିବା ସହ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ସଂସଦୀୟ ବ୍ୟାପାର ବିଭାଗରେ ସେ ୧୩ ବର୍ଷ ଧରି କ୍ରମାଗତ ଭାବେ କାର୍ଯ୍ୟ କରି ଚାଲିଛନ୍ତି । ଏହା ସହ ଗୃହ ଓ ନଗର ଉନ୍ନୟନ ବିଭାଗରେ ମଧ୍ୟ ପ୍ରାୟ ୯ବର୍ଷ ହେଲା ସେ କାର୍ଯ୍ୟ କରି ଆସୁଛନ୍ତି । ବିଧାନସଭାରେ ସରକାର ଦେଇଥିବା ତଥ୍ୟ ଅନୁସାରେ ସେ ସଂସଦୀୟ ବ୍ୟାପାର ବିଭାଗରେ ୨୦୧୦ ରୁ ଏବଂ ନଗର ଉନ୍ନୟନ ବିଭାଗରେ ୨୦୧୪ରୁ କାର୍ଯ୍ୟ କରି ଚାଲିଛନ୍ତି ।

କେବଳ ମାଥିଭାତାନନ ନୁହଁନ୍ତି, ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ମଧ୍ୟ ଏହି ବିଭାଗରେ ୨୦୧୭ରୁ ସାଢ଼େ ୫ ବର୍ଷରୁ ଅଧିକ ସମୟ କାମ କରି ଚାଲିଛନ୍ତି । ସେହିପରି ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ମୋନା ଶର୍ମା ଏହି ବିଭାଗରେ ୨୦୧୯ ରୁ,ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ତାଙ୍କ ବିଭାଗରେ ୨୦୧୯ ରୁ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବ ଭାସ୍କର ଜ୍ୟୋତି ଶର୍ମା ଆଦି ମଧ୍ୟ ନିଜ ନିଜ ବିଭାଗରେ ପାଖାପାଖି ସାଢ଼େ ୩ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରି ଚାଲିଛନ୍ତି । ଏହି ତଥ୍ୟରୁ ଯାହା ଜଣାପଡ଼ୁଛି ଅନେକ ବରିଷ୍ଠ ଅଧିକାରୀ ନିଜ ନିଜ ବିଭାଗରେ ଲମ୍ବା ସମୟ ପର୍ଯ୍ୟନ୍ତ କାର୍ଯ୍ୟକରି ଏବେ ଅଲୋଡ଼ା ରେକର୍ଡର ଅଧିକାରୀ ଭାବେ ପରିଚିତ ହୋଇଗଲେଣି ।

କେବଳ ଯେ, ଏହି ବରିଷ୍ଠ ଅଧିକାରୀ ମାନେ ନିଜ ନିଜ ବିଭାଗରେ ଲମ୍ବା ସମୟ ଧରି କାର୍ଯ୍ୟ କରିବାର ସୁଯୋଗ ପାଇଛନ୍ତି ତାହା ନୁହେଁ, ବହୁ ଅଫିସର ମାନଙ୍କୁ ଏକାଧିକ ବିଭାଗ ମଧ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଏପରିକି ନିର୍ଦ୍ଦିଷ୍ଟ କିଛି ଅଫିସରମାନଙ୍କୁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦିଆଯାଇଥିବା ବେଳେ ଅନେକ ବରିଷ୍ଠ ଓ ଦକ୍ଷ ଅଫିସରଙ୍କୁ ଅପେକ୍ଷାକୃତ କମ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦେଇ ଲୋକସେବା ଭବନରୁ ଦୂରେଇ ଦେଇଛନ୍ତି । ଲୋକସେବା ଭବନରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ସରକାର ନିର୍ଦ୍ଦିଷ୍ଟ କିଛି ଅଫିସରଙ୍କୁ ଖୁସି କରିବାକୁ ଚେଷ୍ଟା କରିଛନ୍ତି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦେବାସହ ଗୋଟିଏ ଗୋଟିଏ ବିଭାଗରେ ବର୍ଷ ବର୍ଷ ଧରି କାର୍ଯ୍ୟ କରିବାର ସୁଯୋଗ ଦେଇ । ଯାହାଦ୍ୱାରା ଅନ୍ୟ ଅଫିସର ମାନେ ସରକାରଙ୍କର ଏହି କାର୍ଯ୍ୟକୁ ଖୋଲାଖୋଲି ବିରୋଧ ନ କଲେ ମଧ୍ୟ ଏନେଇ ଅସନ୍ତୋଷ ଏବେ ଦାନା ବାନ୍ଧିଲାଣି ବୋଲି ଶୁଣିବାକୁ ମିଳୁଛି । କେବଳ ସେତିକି ନୁହେଁ ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍, ଆଇପିଏସ୍ ଓ ବହୁ ଓଏଏସ୍ ଅଫିସରଙ୍କୁ ମଧ୍ୟ ସରକାର ବିଭିନ୍ନ ପଦପଦବୀରେ ଥଇଥାନ କରିଛନ୍ତି । ନିକଟରେ ମୁଖ୍ୟ ଶାସନ ସଚିବ ଭାବେ ଦୁଇ ଦୁଇ ଥର କାର୍ଯ୍ୟକାଳ ବୃଦ୍ଧି ହୋଇଥିବା ସୁରେଶ ମହାପାତ୍ରଙ୍କୁ ମଧ୍ୟ ଅବସର ପରେ ଓଇଆରସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ମଧ୍ୟ ଏକାଧିକ ଅବସରପ୍ରାପ୍ତ ଅଫିସର ଏବେବି କାର୍ଯ୍ୟରତ ଅଛନ୍ତି ।

ଲୋକସେବା ଭବନରେ ନିର୍ଦ୍ଦିଷ୍ଟ କିଛି ଲୋକସେବକ ମାନଙ୍କୁ ମିଳୁଥିବାଏହି ସୁବିଧା ସୁଯୋଗ ଅନେକଙ୍କୁ ଭାବିବା ପାଇଁ ବାଧ୍ୟ କରିଛି । ଲମ୍ବା ସମୟ ଧରି ବିନା ବଦଳିରେ ବରିଷ୍ଠ ଅଧିକାରୀ ମାନେ କିଭଳି ଗୋଟିଏ ଗୋଟିଏ ଜାଗାରେ କାର୍ଯ୍ୟକରୁଛନ୍ତି? ଏହା ତାଙ୍କ କାର୍ଯ୍ୟ କରିବାର ଦକ୍ଷତା ନା ଆନୁଗତ୍ୟ ଦ୍ୱାରା ନିର୍ଦ୍ଧାରିତ ହେଉଛି? ଯେଉଁ ବିଭାଗରେ ଅଧିକ ସମୟ ଧରି ବରିଷ୍ଠ ଅଧିକାରୀ ମାନେ କାର୍ଯ୍ୟକରୁଛନ୍ତି ସେହି ବିଭାଗର କାର୍ଯ୍ୟ ବାବଦରେ ସମୀକ୍ଷା ହେବା ଉଚିତ ନୁହେଁ କି? ଜଣେ ଜଣେ ଅଧିକାରୀଙ୍କୁ ଗୋଟିଏ ଗୋଟିଏ ବିଭାଗରେ ବହୁ ସମୟ ଧରି ରଖିବା ଓ ଅବସର ପରେ ମଧ୍ୟ ବରିଷ୍ଠ ପଦାଧିକାରୀମାନଙ୍କୁ ପୁନଃ ଥଇଥାନ କରିବା ପ୍ରଶାସନିକ ସେବା କ୍ଷେତ୍ରରେ ଏକ ଭଲ ସଙ୍କେତ ଦେଉଛି କି? ଲୋକସେବା ଭବନର ଏଭଳି ନିଷ୍ପତ୍ତି ଲୋକସେବକ ମାନଙ୍କୁ ଲୋକସେବା କରିବାକୁ ଉତ୍ସାହିତ କରୁଛି ନା ପ୍ରଶାସନିକ ସେବାକୁ ଦୁର୍ବଳ କରୁଛି ତାହା ଏବେ ଚିନ୍ତା କରିବାର କଥା ।

Nirvik Bureau

Nirvik Bureau

Related Posts

ବିଧାନସଭାରେ ବାବୁଙ୍କ ଚର୍ଚ୍ଚା…
Governance

ବିଧାନସଭାରେ ବାବୁଙ୍କ ଚର୍ଚ୍ଚା…

by Nirvik Bureau
March 16, 2023

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୬ ମାର୍ଚ୍ଚ ୨୦୨୩ ବିଧାନସଭାର ବଜେଟ ଅଧିବେଶନ ଚାଲିଛି । ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେଉଥିବା ବେଳେ ଲୋକସେବା...

Read more
ବଦଳିଲେ ବାବୁ..

ବଦଳିଲେ ବାବୁ..

February 27, 2023
କେମିତି ଅଛନ୍ତି ବାବୁ ମାନେ… ?

କେମିତି ଅଛନ୍ତି ବାବୁ ମାନେ… ?

September 15, 2022
ଲୋକ ସେବା ଭବନର ଅପେକ୍ଷା ଓ ଉପେକ୍ଷା …

ଲୋକ ସେବା ଭବନର ଅପେକ୍ଷା ଓ ଉପେକ୍ଷା …

August 26, 2022
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.