• About
  • Contact
Wednesday, June 24, 2026
Wednesday, June 24, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସର୍ତ୍ତ

ସର୍ତ୍ତ
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୧୭ ଅପ୍ରେଲ ୨୦୨୩

କେଉଁ ସର୍ତ୍ତ ର ଶ୍ଯାମଳିମା ଦେହେ ଅପରୂପା ଗୋଟେ ସ୍ମୃତି।
କେଉଁ ସର୍ତ୍ତ ର ଚଲାମେଘ ଦେହେ ଅଣଚାଶ ଗୋଟେ ରାତି।
କେଉଁ ସର୍ତ୍ତ ର ନିବୁଜ ପ୍ରେମରେ ଭୂଆଷୁଣୀ ସାଜେ ମେଘ।
କେଉଁ ସର୍ତ୍ତ ର ଖିଆଲି ତୁଠରେ ପ୍ରତୀକ୍ଷା ପ୍ରେମର ଦିଗ।

କେଉଁ ସର୍ତ୍ତ ର ଦିଗରେ ଦଉଡ଼ି ଭୁଆଁବୁଲେ ଜହ୍ନ ରାତି।
କେଉଁ ସର୍ତ୍ତ ର ନୀରବ ନିଆଁ ରେ ରାତି ଖୋଜେ ତୁଛା ରାତି।
କେଉଁ ସର୍ତ୍ତ ର ରିକ୍ତ ଆକାଶେ ରକ୍ତବର୍ଣ୍ଣୀ ହୁଏ ମନ।
କେଉଁ ସର୍ତ୍ତ ର ବଢ଼ି ଭୋଅରରେ ଅଳସ ଭାଙ୍ଗଇ ଜହ୍ନ।

କେଉଁ ସର୍ତ୍ତ ର ଶିରିପା ବନ୍ଧେଇ ବାହାସ୍ଫୋଟ ହୁଏ ମାରି।
କେଉଁ ସର୍ତ୍ତ ର ଅମା ଅମାରରେ ଅମେଇଷା ଚାନ୍ଦ ପରି।
କେଉଁ ସର୍ତ୍ତ ର କଜ୍ଜଳ ବନ୍ଧରେ ବନ୍ଧା ପଡ଼େ ଧାରେ ଲୁହ
କେଉଁ ସର୍ତ୍ତ ର ଦୋସୁମାଳି ଦାଉ ସହିଯାଉ ଥାଏ ଦେହ।

ସବୁ ସର୍ତ୍ତ ର ଏପାଖେ ସେପାଖେ ଲୋଟଣୀ ପାରାଟେ ପରି।
ବିତୁଥାଏ ଯୁଗ ସମୟ ସାଥିରେ ସର୍ତ୍ତ ଆଢୁଆଳ କରି।

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

ଗାଆଁ ଟାଉଟର
Literature

ଗାଆଁ ଟାଉଟର

by ଜୟ କୁମାର ମିଶ୍ର
June 22, 2026

ଜୟ କୁମାର ମିଶ୍ର, ଗଜପତି, ୨୨ ଜୁନ ୨୦୨୬ ଗାଆଁ ଟାଉଟର, ହୁଏ ହରବର ପ୍ରଭାତରୁ ମଧ୍ୟ ରାତ୍ର, ପାଠତ ଅଳପ, ବହୁତ ବହପ ଅବରଣେ ମଧ୍ୟପାତ୍ର...

Read more
ଦେଖଣା ସୁନ୍ଦର, କଖାରୁ ବଡ଼ି

ଦେଖଣା ସୁନ୍ଦର, କଖାରୁ ବଡ଼ି

June 15, 2026
କୃଷକ

କୃଷକ

June 3, 2026
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.