• About
  • Contact
Tuesday, May 26, 2026
Tuesday, May 26, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଭଲ ଲାଗେ ମୋତେ

ଭଲ ଲାଗେ ମୋତେ
Share on FacebookShare on Xshare on Whatsappshare on Linkedin
ଅନୁପମା ରାଉତ, ଅନୁଗୁଳ, ୨୮ ମଇ ୨୦୨୩

ଭଲ ଲାଗେ ଯଦି ଋତୁଶ୍ରାବ କଷ୍ଟ
ପଚାରି ବୁଝନ୍ତି କେହି

ଭାବେ ଯାହା ହେଉ ମୋ ଦୁଃଖ କଷ୍ଟକୁ
ଭାବିଲେଣି କେହି କେହି

ଖୁସି ଲାଗେ ଭାବି ଅନ୍ଧ ବିଶ୍ଵାସ ଟା
ଯାଉଛି ଧୀରେ ଦୁରେଇ

ଖୋଲି କହିବାକୁ ଡର ମାଡ଼ୁଥିଲା
ଆଉ ମଉନ ରହିବି ନାହିଁ

ଘରେ ମୋତେ ବାପା ପଚାରନ୍ତି ଏବେ
ଝିଅ ତୋ ପ୍ୟାଡ଼ ନେବିକି

ଭାଇ କହିଲାଣି ପିରିୟଡ଼ସ
ବେଳେ ବିଶ୍ରାମ ନେଉନୁ କାହିଁ

ମାଆ ମୋତେ ଆଉ ବାରଣ କରୁନି
ଅଛୁଆଁ ଅଶୁଦ୍ଧି କହି

ସହଯୋଗ ଏବେ କରୁଛନ୍ତି ସ୍ଵାମୀ
ଶାଶୁଘର ଲୋକ ମିଶି

ବୁଝାଉଛି ମାଆ ଲାଜ କରିବୁନି
ରତୁଶ୍ରାବ ଆମଶକ୍ତି

ଏଇ ରତୁଶ୍ରାବ ନାରୀ ପରିଚୟ
ନାରୀ ପାଇଁ ଆଦ୍ୟାଶକ୍ତି

ସଫା ସୁତୁରାର ଅନୁକୂଳ ନିତି
ଦେବି ସଭିଙ୍କୁ ବତାଇ

ଘର କି ଇସ୍କୁଲ କର୍ମ କ୍ଷେତ୍ର ଅବା
ମେଡିକାଲ ଆଦି ପାଇଁ

ସ୍ଵଚ୍ଛ ଓ ସୁଗମ ଶୌଚାଳୟ ବାର୍ତ୍ତା
ସ୍ୱାସ୍ଥ୍ୟ ଅଧିକାର ଏହି

ରତୁଶ୍ରାବ କଥା ଖୋଲିକି କହିଲେ
ପାପ କିଛି ହୁଏ ନାହିଁ

ପ୍ରାକୃତିକ ଏହା ନାରୀ ର ଶରୀରେ
ସଂକୋଚ ମନରେ କାହିଁ

ରତୁଶ୍ରାବ ଆଉ ସ୍ୱାସ୍ଥ୍ୟ ଅଧିକାର
ଦେବା ସଭିଙ୍କୁ ବୁଝାଇ

ସଫା ସୁତୁରା ଟି ମୂଳ ଲକ୍ଷ୍ୟ
ଏହା ମନରୁ ଭୁଲିବା ନାହିଁ

ସରକାରୀ ନିତି ବ୍ୟବସ୍ତା ରେ ଏବେ
ହେବ ଅନୁକୂଳ ସ୍ଥିତି

ଅଧିକାର ପାଇଁ ଉଠିଲାଣି କଥା
ସ୍ଵର ରେ ସ୍ଵର ମିଳେଇ

ଅନୁପମା ରାଉତ

ଅନୁପମା ରାଉତ

କବୟତ୍ରୀ ଅନୁପମା ରାଉତ ଏକ ବ୍ୟତିକ୍ରାନ୍ତ ସାରସ୍ବତ ଉଚ୍ଚାରଣ।
ଅନନ୍ୟ ଓ ଅସାଧାରଣ ତାଙ୍କର ଶବ୍ଦ ସ୍ଥାପତ୍ୟ।
ତାଙ୍କର ବିଭିନ୍ନ ଗଳ୍ପ, କବିତା, ପ୍ରବନ୍ଧ ଓଡ଼ିଆ ସାହିତ୍ୟକୁ ସମୁଜ୍ବଳ କରିଛି।
Mobile - 9437452719
Email - anupamarout04@gmail.com

Related Posts

ମାଆର ମୂଲ ଅମୂଲ ମୂଲ
Literature

ମାଆର ମୂଲ ଅମୂଲ ମୂଲ

by ଭକ୍ତ ଚରଣ ସାହୁ
May 10, 2026

ଭକ୍ତ ଚରଣ ସାହୁ, ଯାଜପୁର, ୧୦ ମଇ ୨୦୨୫ ମାଆର ମୂଲ ଅମୂଲ ମୂଲ ତା' ମୂଲ କିଏ ଦେବ। ମାଆର ଗେଲ ଅମୃତ ତୁଲ ତା'...

Read more
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
ମଧୁବାବୁ

ମଧୁବାବୁ

April 29, 2026
ଉତ୍କଳ ର ଗୌରବ

ଉତ୍କଳ ର ଗୌରବ

April 28, 2026
What You Call Right

What You Call Right

April 18, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.