• About
  • Contact
Friday, March 13, 2026
Friday, March 13, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଅସ୍ତିତ୍ବ

ଅସ୍ତିତ୍ବ
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୭ ଅଗଷ୍ଟ ୨୦୨୩

ନିଃଶ୍ବାସ ଓ ପ୍ରଶ୍ବାସ ର ଆରୋହ ଓ ଅବରୋହଣରେ
ଅସ୍ତିତ୍ବ ବି ବଞ୍ଚିପାରେ ଅଲିଖିତ ଚୁକ୍ତିର କାରାରେ
ମରିବାର ନାମ ନିଏ ବଞ୍ଚିବାର ରାହା ହୁଏ ନାହିଁ
ବିଶ୍ବାସ ଉଜିଆଁ ହୁଏ ଅବିଶ୍ବାସ ନିଡ଼ଟାରେ ରହି ।।

ଖୁପୁରୁ ଖୁପୁରୁ ଡେଇଁ ଜଞ୍ଜାଳ ର ଅମଡ଼ା ବାଟରେ
ଜୀବନ ଚଞ୍ଚୁରେ ଧରି ମୃତ୍ୟୁ ଦାନା ଭାଙ୍ଗେ ଅନିଶା ରେ
ଦରମରା ପାଦ ଦେହେ ଲେଖା କେତେ ଯୁଗର କାହାଣୀ
ପାଦକୁ ପଦୁଟେ ଥୁଆ ଆଗଚଲା ଅବା ଲେଉଟାଣି ।।

ପ୍ରତୀକ୍ଷା ନିରାଶା ନାଏ ଅଶରୀରି ଆଶା ଆବର୍ତ୍ତରେ
ଧୂଳି ବି ଧୂଷର ଲାଗେ ଟାଆଁସିଆ ଟାଣ ଖରକାରେ
ଜିଇଁ ଥାଉଁ ଥାଉଁ ମରେ ମୃତ୍ୟୁ ଦେହେ ଦେଇ ହସ୍ତାକ୍ଷର
ଦୁଃଖ ଦେହେ ସୁଖ ମାଖି ମାପୁଥାଏ ଘନତା ସୁଖର ।।

ଅସ୍ତଗାମୀ ଅସ୍ତିତ୍ବ ର ଦେହେ କିବା ଅସ୍ତରାଗ ଶୋହେ
ଅସ୍ତିତ୍ବ ନାଆରେ ବସି ଜୀବନକୁ ଜିଇଁ ହୋଇ ଯାଏ ।

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

ଶାସ୍ତ୍ରୀୟ ମୋ ଭାଷା
Literature

ଶାସ୍ତ୍ରୀୟ ମୋ ଭାଷା

by ଦେବେନ୍ଦ୍ର କୁମାର ସାହୁ
March 11, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ମାର୍ଚ୍ଚ ୨୦୨୬ ଦାରୁ ଏଠି ବ୍ରହ୍ମ ପୁଣି ଶବ୍ଦ ଏଠି ବ୍ରହ୍ମ ଜାତି କହେ ଅନ୍ନ ବ୍ରହ୍ମ ପବନ ବି...

Read more
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.