• About
  • Contact
Wednesday, March 4, 2026
Wednesday, March 4, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଜୀବନ

ଜୀବନ
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୨୧ ଅଗଷ୍ଟ ୨୦୨୩

ସାରିବାକୁ କଥା ଦେଇ ସରିବାର ନାମ ନିଏ ନାହିଁ
ସରୁଥିବା ସମୟକୁ ଚାଲୁଥାଏ ଅଣ୍ଟିରେ ପୁରେଇ ।
ଜଞ୍ଜାଳକୁ ଜାଳ କରି ଜଳୁଥାଏ ତା ସାଥିରେ ମିଶି
ଦୁଃଖ କୋଳେ ନିଦ ଶୋଇ ସୁଖ ପାଦ ଦେଉଥାଏ ଘସି ।

ଇଛାମତୀ ଇଛାମାନେ ଇଛାମତେ ଧାଇଁଲା ବାଟରେ
ଅପେକ୍ଷାର ପଦ୍ମାସନେ ଜପୁଥାଏ ସ୍ବପ୍ନ କୁ ମନରେ ।
ମନରେ ମଉନେ ଲେଖେ ମରମର ମଉଳା ସମୟ
ଯେଉଁଠାରେ ଖେଳୁଥାଏ ତେଲ-ଲୁଣେ ପାଣିଚିଆ ଦେହ ।

ପ୍ରେମର ପିତୁଳା ଆଗେ ଲେଖୁଥାଏ ପିଛିଲା ତାରିଖ ।
ଅଲୋଡ଼ା ଦେହ ମନରେ ଲୋଡ଼ୁଥାଏ ଦୁଃଖ ମିଶା ସୁଖ
ଭାଙ୍ଗିବାର ସୁଅ ମୁହେଁ ଦରଭଙ୍ଗା ନାଆଟିଏ ପରି
ତୋଳୁଥାଏ ଭାଙ୍ଗୁଥାଏ ବାଲି ଦେହେ କେତେ ଢଙ୍ଗ କରି ।

ସରିବାର ସାରିବାର ଆୟୁଷରେ ସମୟକୁ ଭୋଗି
‘ଜୀବନ’ ତ ହସିପାରେ ନିଜେ ସାଜି ଶୂନ୍ୟ ବଇରାଗୀ ।

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

ଭାଇଚାରା ର ରଙ୍ଗ
Literature

ଭାଇଚାରା ର ରଙ୍ଗ

by ଦେବେନ୍ଦ୍ର କୁମାର ସାହୁ
March 4, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୪ ମାର୍ଚ୍ଚ ୨୦୨୬ ସ୍ନେହରେ ପ୍ରେମରେ ଜୀବନ ଭିଜିଲେ କଷ୍ଟ ଦିଏ ନାହିଁ ଭବ ବନ୍ଧନ ମନିଷୀ ଚିନ୍ତକ ସେଥିପାଇଁ ସିନା...

Read more
The Season of Board Exams: A Mother’s Tale

The Season of Board Exams: A Mother’s Tale

March 2, 2026
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
ସତରେ ଏମିତି ହୁଅନ୍ତା କି – ୨୪

ସତରେ ଏମିତି ହୁଅନ୍ତା କି – ୨୪

February 23, 2026
ମା’ର ଭାଷା ମୋର ପ୍ରିୟ

ମା’ର ଭାଷା ମୋର ପ୍ରିୟ

February 21, 2026
ଅସାମାନ୍ଯ ଯୁଧୂଷ୍ଠିର

ଅସାମାନ୍ଯ ଯୁଧୂଷ୍ଠିର

February 18, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.