• About
  • Contact
Saturday, June 27, 2026
Saturday, June 27, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ନିର୍ବାଚନ ଆସିଗଲେ

ନିର୍ବାଚନ ଆସିଗଲେ
Share on FacebookShare on Xshare on Whatsappshare on Linkedin
ସେବତୀ ସିଂ , କେନ୍ଦୁଝର, ୬ ଅକ୍ଟୋବର ୨୦୨୩

ନିର୍ବାଚନ ଆସିଗଲେ
ଫମ୍ପା ପ୍ରତିଶୃତିରେ
ମୋ ଗାଁ ଚେଇଁ ଉଠେ
କୁଜି ନେତା ଙ୍କର
ଲମ୍ବା ଲମ୍ବା ଭାଷଣରେ.
ବର୍ଷ ବର୍ଷ ପାଞ୍ଚ ବର୍ଷ
ବିତିଗଲା ଛିଣ୍ଡା ପଲିଥିନ ଭିତରେ
ବର୍ଷା ଖରା କେତେ ଶିତ
ବିତିଗଲା ଦୁର୍ଦ୍ଧିନରେ
ନେତା ତୁମେ ଛତା ପାର୍ଟି
ଟେକା ଟେକି କର
ଏ କୌଶଳ ଜଣା ଅଛି ବୋଲି
ଭୁଜାଲୀ ରୁ ଖଣ୍ଡା ଯାଏ
ମୁଣ୍ଡରେ ଦିଅ ଝୁଲି
ବିକଳରେ ନମସ୍କାର ନମସ୍କାର
କରିଚାଲ ପାଇବାକୁ ପାୱାର
ଭାଇ ଟଙ୍କାକିଆ ଚାଉଳର
ଏ କି କମାଲ
କାଳିଆରୁ ବଳିଆ
ସବୁ କଲ ବଢିଆ
ଚାଷ ଛାଡ଼ି ମହୁଲିର
ନିଶାରେ ଆମେ ବେହାଲ
ଶସ୍ତା ଚାଉଳ ର ହିନସ୍ଥା ନିଶାରେ
ବାବୁ ହୋଇଗଲୁ ଚାଷ ଛାଡ଼ିରେ
ତୁମ ପ୍ରତିଶ୍ରୁତି ବେଦରେ ଗାର
ମୁଣ୍ଡରେ ଆଜି ମୋ ଋଣର ଭାର
ସୋୟଙ୍ଗ ସହାୟକ ଗୋଷ୍ଟିରେ ମିଶି
ଋଣ ପରେ ଋଣ କରିଲେ ବସି
ବୁଝି ପାରିଲେନି ଏ ସୋୟଙ୍ଗ କିପରି
ସବୁ ଯୋଜନା ଚାଲେ ସରକାରୀ
ପଲ୍ଲୀ ସଭାରେ ଖାତାଟା ବୁଲେ
ଗରିବର ସ୍ୱର ବଖାଣି ଭଲେ
ଚୋରି ହୋଇଯାଏ ଆବାସ
ବିଜୁ ଇନ୍ଦିରା ପି ଏମ୍ ନିବାସ
ଫୋଟ ଲଗା ରାଜନୀତି
ପଦାରେ ପଡ଼ିଛି ତୁମ ର ନୀତି
ଧିକ ତୁମେ ନେତା ଧିକ ତୁମ
ପରକିଆ ପ୍ରୀତି
ସବୁ ଥିରେ ତୁମେ ମାହି
ଅଞ୍ଜନା ଠାରୁ ଅର୍ଚନା କିମ୍ବା ପରି
ନ୍ୟାୟ ଅନ୍ୟାୟ ସବୁ କଳା ଧଳା କରି
ତୁମେ ଖୁବ୍ ଚାଲାକ ସର୍ବପରି
ସବୁ ଅଲୋଡ଼ା କରି
ନିର୍ବାଚନ ଆସିଲେ
ପାଖକୁ ଆସିଯିବ
ଆମେ ହେବୁ ଦରକାରୀ
ତୁମେ ଏକ ପରିବା ଆଳୁ ପରି
ଦରକାର ହେଲେ ମିଶିଯିବ ତୁମେ
ଆମେ ହେବୁ ଦରକାରୀ
ଆମେ ହେବୁ ଦରକାରୀ
ଭୋଟ ଟିଏ ଲାଗି
ବିକିଦେବ ତୁମେ ମୋ ଗାଁ ମସାଣି
ମରଣର ସେହି ମୃତୁଯାନ୍ତା ରୁ
ଆଣିବ ଘୋଷାରି ଘୋଷାରି
ତୁମେ ପାରି ହେବା ଲାଗି
ନିର୍ବାଚନ ବୈତରଣୀ
ଆମ ପିଠିପରେ ନୌକା କରି
କେମିତିବି ତୁମେ ହୋଇଯିବ ପାରି
ଆମେ ନିର୍ବୋଧ ଭାଇ
ଗରିବର ସାହା ତୁମେ ଚଉବାହା
ଆଗକୁ କରିବ କେ ଆହା.

ସେବତୀ ସିଂ

ସେବତୀ ସିଂ

କବି

Related Posts

ଗାଆଁ ଟାଉଟର
Literature

ଗାଆଁ ଟାଉଟର

by ଜୟ କୁମାର ମିଶ୍ର
June 22, 2026

ଜୟ କୁମାର ମିଶ୍ର, ଗଜପତି, ୨୨ ଜୁନ ୨୦୨୬ ଗାଆଁ ଟାଉଟର, ହୁଏ ହରବର ପ୍ରଭାତରୁ ମଧ୍ୟ ରାତ୍ର, ପାଠତ ଅଳପ, ବହୁତ ବହପ ଅବରଣେ ମଧ୍ୟପାତ୍ର...

Read more
ଦେଖଣା ସୁନ୍ଦର, କଖାରୁ ବଡ଼ି

ଦେଖଣା ସୁନ୍ଦର, କଖାରୁ ବଡ଼ି

June 15, 2026
କୃଷକ

କୃଷକ

June 3, 2026
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.