• About
  • Contact
Thursday, April 16, 2026
Thursday, April 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସିଏ ଆଉ ଏଠି ନାହିଁ

ସିଏ ଆଉ ଏଠି ନାହିଁ
Share on FacebookShare on Xshare on Whatsappshare on Linkedin
ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୯ ଅକ୍ଟୋବର ୨୦୨୩

ଗାଁରେ ପହଞ୍ଚି ମୁଁ ଗାଆଁକୁ ଖୋଜିଲି
କୁଆଡ଼େ ଥିଲା କେଜାଣି
ମୋତେ ଦେଖୁ କହିଲା ‘ହାଲୋ’ ।

ମୁଁ ଚମକି ପଡ଼ିଲି
ଇଏତ ଆମ ଗାଁ ନୁହେଁ,
ସଦ୍ୟ ବିଲାତରୁ ଫେରିଥିବା
ଆଉ ଜଣେ କିଏ ।

ମୁଁ ଆଶ୍ଚର୍ଯ୍ୟଚକିତ ହୋଇ
ପଚାରିଲି କିଏ ତମେ
ଏମିତି ଅଲଗା ଅଲଗା ଲାଗୁଛ ଯେ
ବିଶ୍ଵାସ କର ବା ନ କର
ତମରି ପ୍ରିୟ ଗାଁ ‘ଜଗାଇ’ ମୁଁ ।

କୁଆଡ଼େ ଗଲେ ସମସ୍ତେ
ମାମା, ପାରିଅପା, ଚୁଣ୍ଟିଆ ମାଆ ।
ସେମାନେ କିଏ ?
ମୋର ପରିଚୟ ନାହିଁ ସେମାନଙ୍କ ସହ ।

ଗାଁ ବଦଳି ଗଲାଣି
ମେଟାମରଫସିସ୍ ହୋଇଗଲାଣି ଗାଁର
ପ୍ରତିଦିନ ଭୁବନେଶ୍ୱରରୁ
ବସ୍ ଗାଁକୁ ଯାଉଛି, ଆସୁଛି
ଗାଁ ଏବେ ଯୋଡ଼ିହୋଇ ଗଲାଣି
ଜଗତିକରଣ ସହ
ଗାଁ ଆଉ ଗାଁ ହୋଇ ନାହିଁ ।

ଆମ ଗାଁରୁ ରାଜ୍ୟସଭାକୁ
ଯାଇଥିବା ଅସୀମ ଭାଇ
ପୁଅକୁ ତାଙ୍କର ଲଣ୍ଡନରେ ପଢାଉଛନ୍ତି ।
ସିଏ କେଉଁ ଭାରତରେ ଅଛନ୍ତି ଯେ
ଗାଁକୁ ଆସିବେ ।

ସୁଇଜରଲ୍ୟାଣ୍ଡରେ ସେ ଘର କରିଛନ୍ତି ।
ଇଂଲିଶ ମିଡ଼ିଅମ୍ ସ୍କୁଲ
ଛତୁ ଫୁଟିଲା ପରି
ଗଢ଼ି ଉଠିଲାଣି ଆମ ଗାଁରେ ।
ଆମ ଗାଁରେ ଟଙ୍କାଗଛ ସମସ୍ତଙ୍କ ବାଡ଼ିରେ ।

ତମେତ ପ୍ରତିବର୍ଷ ଗାଁକୁ ଆସୁଛ
ଯେଉଁ ଗାଁକୁ ତମେ
ଆରବର୍ଷ ଦେଖିଥିଲ
ସେ ଗାଁ ଏବେ ନିରୁଦ୍ଦିଷ୍ଟ ।

କେଉଁଠି ଖୋଜିବି ସେ ଗାଁକୁ
କେଉଁଠି ପାଇବି ସିଏ ଆଉ ଏଠି ନାହିଁ ।

ମନୋରମା ବିଶ୍ଵାଳ ମହାପାତ୍ର

ମନୋରମା ବିଶ୍ଵାଳ ମହାପାତ୍ର

ଡକ୍ଟର ମନୋରମା ବିଶ୍ଵାଳ ମହାପାତ୍ର ଓଡ଼ିଶା ଏବଂ ଭାରତର ଜଣେ ସୁପରିଚିତ ଓ ସୁନାମଧନ୍ୟ କବି।
ଫୋନ୍ - ୯୪୩୭୦୧୧୦୦୩

Related Posts

ମହା ବିଷୁବ ସଂକ୍ରାନ୍ତି
Literature

ମହା ବିଷୁବ ସଂକ୍ରାନ୍ତି

by ଦେବେନ୍ଦ୍ର କୁମାର ସାହୁ
April 14, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୪ ଅପ୍ରେଲ ୨୦୨୬ ତୁମେ ଓଡ଼ିଆ ର ଆରାଧ୍ୟ ପ୍ରଭୁହେ ତୁମେ ଓଡ଼ିଆ ର କର୍ମ ଧର୍ମ ତୁମେ ଓଡ଼ିଆ ର...

Read more
ଗାଆଁର ବିକାଶ, କରୁଛି ହତାଶ

ଗାଆଁର ବିକାଶ, କରୁଛି ହତାଶ

April 11, 2026
A Dying Ember

A Dying Ember

April 4, 2026
ମୋ ରାଇଜ ଓଡ଼ିଶା

ମୋ ରାଇଜ ଓଡ଼ିଶା

April 1, 2026
ଜୟ ଶ୍ରୀରାମ

ଜୟ ଶ୍ରୀରାମ

March 27, 2026
ଶେଷ ସଂଳାପ (ଭାଗ ୬୪)

ଶେଷ ସଂଳାପ (ଭାଗ ୬୪)

March 24, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.