• About
  • Contact
Saturday, March 14, 2026
Saturday, March 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଗୀତଟିଏ ପରି ଆସିଲ ସେଦିନ

Comma, Semicolon; Hyphen-
Share on FacebookShare on Xshare on Whatsappshare on Linkedin
ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୯ ନଭେମ୍ବର ୨୦୨୩

ଗୀତଟିଏ ପରି ଆସିଲ ସେଦିନ
ମୋ ମନକୁ ମହକାଇ
ଛୁଇଁ ଦେଇଗଲ ଖିଆଲି ମନକୁ
ମୁଠାଏ ସପନ ହୋଇ ।

ଶରତ ନଈର ଜଳ ଅଇନାରେ
ତୁମରି ମନର ଛାଇ
ମୁଗ୍ଧ ଏ ମୋର ମଧୁପାୟୀ ମନ
ଖୋଜୁଛି ବିଭୋର ହୋଇ ।

କେଉଁ ଏଲୋରାର ମୁଖଶାଳା ତୁମେ
କୋଣାରକ କାରୁକଳା
ବିରହୀ କବିର କାବ୍ୟ ନାୟିକା
ସୂତନୁକା ଚାରୁଶିଳା
ତୁମେ ସତେ ଆଗୋ ପ୍ରୀତିର ପୂରବୀ
ମୋ ଭାବନା ଗଲ ଛୁଇଁ
ଗୀତଟିଏ ପରି ଆସିଲ ସେଦିନ
ମୋ ମନକୁ ମହକାଇ ।

ମନୋରମା ବିଶ୍ଵାଳ ମହାପାତ୍ର

ମନୋରମା ବିଶ୍ଵାଳ ମହାପାତ୍ର

ଡକ୍ଟର ମନୋରମା ବିଶ୍ଵାଳ ମହାପାତ୍ର ଓଡ଼ିଶା ଏବଂ ଭାରତର ଜଣେ ସୁପରିଚିତ ଓ ସୁନାମଧନ୍ୟ କବି।
ଫୋନ୍ - ୯୪୩୭୦୧୧୦୦୩

Related Posts

ଶାସ୍ତ୍ରୀୟ ମୋ ଭାଷା
Literature

ଶାସ୍ତ୍ରୀୟ ମୋ ଭାଷା

by ଦେବେନ୍ଦ୍ର କୁମାର ସାହୁ
March 11, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ମାର୍ଚ୍ଚ ୨୦୨୬ ଦାରୁ ଏଠି ବ୍ରହ୍ମ ପୁଣି ଶବ୍ଦ ଏଠି ବ୍ରହ୍ମ ଜାତି କହେ ଅନ୍ନ ବ୍ରହ୍ମ ପବନ ବି...

Read more
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.