• About
  • Contact
Wednesday, June 24, 2026
Wednesday, June 24, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଘର

ଘର
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୨୧ ନଭେମ୍ବର ୨୦୨୩

ଭାବରେ ଭାବରେ ବନ୍ଧା ଚାରିକାନ୍ଥେ ମମତାର ନଈ।
ଅଭାବ ଘୁଷୁରୁଥାଏ ମୁଣ୍ଡପୋତି ଚାଲିଯିବା ପାଇଁ।।
ଅମଡ଼ା ବି ମାଡ଼ି ମାଡ଼ି ମହତ ତା ସୀମାରେ ଅଟକେ।
ଭାଙ୍ଗିବା ଶୁଭେନି କାଇଁ ଯାହାଘଟୁ ସେନେହ କଟକେ।।

କଂସେ ତୋରାଣିରେ ବୁଡ଼େ ପାଞ୍ଚହାତ ଶୋଚନା ନଥାଏ।
ଭୋକର ବି ଦକଥାଏ ସରମରେ ଡୁବ ମାରୁଥାଏ।।
ପ୍ରାସାଦର ସ୍ବପ୍ନଠାରୁ କୁଡ଼ିଆର କିମିଆଁ ଲୋଭରେ।
ଯେଉଁଠି ଲୁଚିକି ଥାଏ ଦୁକୁଦୁକି ମମତା ରୂପରେ।।

ସବୁ ଅକଲ୍ଯାଣ ଢ଼ୋକି କଲ୍ୟାଣର ଠିକଣାଟେ ହୋଇ।
ସ୍ବପ୍ନଙ୍କୁ ସଜାଉଥାଏ ଶାସନର ପୁଟ ଦେଇ ଦେଇ।।
ସନ୍ତୁଳି ହୁଏ ସେ ଆପେ ଆହାଃ ରଟି ଲେଉଟା ଢେ଼ଉରେ।
ମାଞ୍ଜାପରି ବଳଦେଇ ଲୋଟୁଥାଏ ମନ ନଟେଇରେ।।

ଘର ବି ଘରୁଆ ଲାଗେ ଘେରିକରି ସମ୍ପର୍କକୁ ରଖି।
ତୁଟିଲା ସମ୍ପର୍କ ପାଇଁ ଘର କିବା ରହିଥାଏ ସାକ୍ଷୀ??

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

ଗାଆଁ ଟାଉଟର
Literature

ଗାଆଁ ଟାଉଟର

by ଜୟ କୁମାର ମିଶ୍ର
June 22, 2026

ଜୟ କୁମାର ମିଶ୍ର, ଗଜପତି, ୨୨ ଜୁନ ୨୦୨୬ ଗାଆଁ ଟାଉଟର, ହୁଏ ହରବର ପ୍ରଭାତରୁ ମଧ୍ୟ ରାତ୍ର, ପାଠତ ଅଳପ, ବହୁତ ବହପ ଅବରଣେ ମଧ୍ୟପାତ୍ର...

Read more
ଦେଖଣା ସୁନ୍ଦର, କଖାରୁ ବଡ଼ି

ଦେଖଣା ସୁନ୍ଦର, କଖାରୁ ବଡ଼ି

June 15, 2026
କୃଷକ

କୃଷକ

June 3, 2026
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.