• About
  • Contact
Thursday, March 12, 2026
Thursday, March 12, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଜହ୍ନରାତି

ଜହ୍ନରାତି
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୨୮ ନଭେମ୍ବର ୨୦୨୩

ଗାଁ ମୁଣ୍ଡ ଶେଷଘର ସୀମାଡେଇଁ ଅନ୍ଧାର ସେପାଖୁ ।
ଡେଉଁଥାଏ ତୋଫାପଣ ଏ ସୀମାର ଛଡ଼ାଇ ମଳଖୁ।।
ନଈ ବି ଲାଗଇ ତୋରା ତୀରେ ତାର ତାରା ଫୁଲ ଗୁନ୍ଥି।
ନିରବ ନଅର ଦେହେ ହସିଉଠେ ହସ ପେନ୍ଥିପେନ୍ଥି।।

ବିଲ ବି ଶୁଣାଏ ଗୀତ ଗମାତରେ ପବନକୁ ବସି।
ହିଡ଼ ଡେରିଥାଏ କାନ ଲାଗୁଥାଏ ଅଳସୀ ଅଳସୀ।।
ଜହ୍ନପାଖେ ମନରଖି କଇଁ ତା’ର ଆଖି ଖୋଲୁଥାଏ।
କାକରକୁ ସାକ୍ଷୀ ରଖି ରୂପାରଙ୍ଗ ଦେହେ ମାଖୁଥାଏ।।

ଦୁରକୁ ଦୁରକୁ ଧାଏଁ ଆଖିଆଗୁଁ ସବୁ ଚିତ୍ରପଟ।
ଚେନାଏ ଅନ୍ଧାର ପାଇଁ ଖୋଜାପଡ଼େ ଅସରା ଆକଟ।।
ଏପଟେ ଅନ୍ଧାର ପିନ୍ଧି ଆଲୁଅର ଜରିଲଗା ଶାଢ଼ୀ।
ସେପଟରୁ ବଗପଞ୍ଝେ ଧାଉଁଥାନ୍ତି ଡେଣା ଝାଡ଼ି ଝୁଡ଼ି।।

ଜହ୍ନ ବି ଓହ୍ଲଉଥାଏ ଗୋଧୁଳିରୁ ପାହାନ୍ତିଆ ଯାଏଁ
ଜୀବନ ଉଛୁଳୁଥାଏ ସତେ ଅବା ଜହ୍ନରାତିଟାଏ।।

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

ଶାସ୍ତ୍ରୀୟ ମୋ ଭାଷା
Literature

ଶାସ୍ତ୍ରୀୟ ମୋ ଭାଷା

by ଦେବେନ୍ଦ୍ର କୁମାର ସାହୁ
March 11, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ମାର୍ଚ୍ଚ ୨୦୨୬ ଦାରୁ ଏଠି ବ୍ରହ୍ମ ପୁଣି ଶବ୍ଦ ଏଠି ବ୍ରହ୍ମ ଜାତି କହେ ଅନ୍ନ ବ୍ରହ୍ମ ପବନ ବି...

Read more
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.