• About
  • Contact
Wednesday, June 17, 2026
Wednesday, June 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ବାଲିଯାତ୍ରା ବୁଲିଚାଲ

ବାଲିଯାତ୍ରା ବୁଲିଚାଲ
Share on FacebookShare on Xshare on Whatsappshare on Linkedin
ଗଦାଧର ସାହୁ, ବ୍ରହ୍ମଗିରି, ପୁରୀ, ୩୦ ନଭେମ୍ବର ୨୦୨୩

କଟକ ସହର
ମହାନଦୀ କୂଳେ
ବାଲିଯାତ୍ରା ମେଳା ହୁଏ,
ସାଧବ ବଣିକ
ନୌବାଣିଜ୍ୟ କଥା
ସ୍ମୃତି ଆଜି ଚେଇଁ ଥାଏ ।

ହଜାର ବରଷ
ପୁରୁଣା କାହାଣୀ
ସାତ ଦରିଆ ସେପାରେ,
ବାଲି ମାଳଦେଶ
ବୋର୍ଣ୍ଣିଓ ସୁମାତ୍ରା
ବୋଇତେ ବେପାର କରେ ।

ଧନ ରତ୍ନ ଧରି
ଧାଇଁ ଯାଉଥିଲେ
ପାଲଟଣା ବୋଇତରେ,
ଅଥଳ ସାଗର
ଲଙ୍ଘିଲେ ବେପାର
ଆମଦାନୀ ରପ୍ତାନୀରେ ।

କଳା ସଂସ୍କୃତିର
ଆଦାନ ପ୍ରଦାନ
ଭାଷା ଭାବ ବିନିମୟ,
ବାଣିଜ୍ଯରେ ଲକ୍ଷ୍ମୀ
ବୃଦ୍ଧି ଯେତେ ହୁଏ
ସରସ୍ଵତୀ ହିଁ ସଦୟ ।

ଲକ୍ଷ୍ମୀ ସରସ୍ଵତୀ
ଦୁଇ ସଉତୁଣୀ
ସମସ୍ତେ କୁହନ୍ତି ଏହା,
ବିଦେଶେ ବଣିଜ
ନୁହଁଇ ସମ୍ଭବ
ବିନା ସରସ୍ଵତୀ ଦୟା ।

ପ୍ରମାଣ ମିଳିବ
ନୁହେଁ ଅସମ୍ଭବ
ବାଲିଯାତ୍ରା ବୁଲିଚାଲ,
ଭାଷା ସଂସ୍କୃତିର
ତ୍ରିବେଣୀ ସଂଗମ
ବେପାରରେ ମୂଲଚାଲ ।

କବି ଗଦାଧର ସାହୁ

କବି ଗଦାଧର ସାହୁ

ବ୍ରହ୍ମଗିରି, ପୁରୀ
ଦୂରଭାଷ + ୭୨୦୫୪୦୧୨୧୩

Related Posts

ଦେଖଣା ସୁନ୍ଦର, କଖାରୁ ବଡ଼ି
Literature

ଦେଖଣା ସୁନ୍ଦର, କଖାରୁ ବଡ଼ି

by ଜୟ କୁମାର ମିଶ୍ର
June 15, 2026

ଜୟ କୁମାର ମିଶ୍ର, ଗଜପତି, ୧୫ ଜୁନ ୨୦୨୬ ଡଉଲ ଡାଉଲ, ରୂପ ଝଲ ମଲ ମିଠା ମିଠା, କଥା ଭାଷା, ଦେଖେ, ଶୁଣେ ଯିଏ, ଆକର୍ଷିତ...

Read more
କୃଷକ

କୃଷକ

June 3, 2026
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
ମଧୁବାବୁ

ମଧୁବାବୁ

April 29, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.