• About
  • Contact
Monday, August 24, 2026
Monday, August 24, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ନିଛକ ସତ୍ୟ – ମା ପାଇଁ ଦିନ ଟିଏ

ନିଛକ ସତ୍ୟ – ମା ପାଇଁ ଦିନ ଟିଏ
Share on FacebookShare on Xshare on Whatsappshare on Linkedin
ତାପସ୍ଵି ଜ୍ଞାନଦର୍ଶିନୀ, ଭୁବନେଶ୍ୱର, ୧୨ ମଇ ୨୦୨୪

ବୃଦ୍ଧାଶ୍ରମ ନିକଟରେ ଆସି ଲାଗିଲା ଗୋଟେ ଦାମିକିଆ ଗାଡ଼ି । କେହି ଜଣେ ବଡ ବଡିଆ ସେଇ ଗାଡିରୁ ଓହ୍ଲେଇ ଆସିଲେ । ରୂପ ଆଉ ରଙ୍ଗରେ ବେଶ୍ ବାରି ହେଉଥିଲା ଜଣେ ଆଭିଜାତ୍ୟ ସମ୍ପନ୍ନ ବ୍ୟକ୍ତିତ୍ଵ । ହାତରେ ଥିଲା ବହୁତ ଗୁଡେ ମିଠା ପକେଟ୍, ଦାମୀ ପାଟ ଶାଢ଼ୀ, ଆଉ ବୁକେ (ଫୁଲ ତୋଡା)। କେହି ଜଣେ ଆରପଟୁ ଆସି ନମସ୍କାର ଟିଏ ହେଲା । ବାବୁ ଜଣକ ଖୁସିରେ ପ୍ରତିନମସ୍କାର ଜଣେଇ ଦି ଫାଳିଆ ହସଟେ ଦେଇ କାନ୍ଧରେ ହାତ ପକାଇ ପଚାରିଲେ – କିରେ ଆଶ୍ରମ କେମିତି ସବୁ ଚାଲିଛି? । ଆଉ ରାତିରେ ଫୋନ୍ ରେ କହିଥିବା କଥା କେତେ ଦୁରଗଲା । ହଁ ବାବୁ ଆପଣଙ୍କ ଆଶ୍ରିବାଦରୁ ସବୁ ଠିକ୍ ଠାକ୍ ଚାଲିଛି । ହଁ ହଁ ଆସନ୍ତୁ ଆସନ୍ତୁ ଭିତରକୁ । ଆପଣକଂ କାମ କେତେବେଳରୁ ସରିଛି। ବାବୁ ଜଣଙ୍କ ଘର ଭିତରକୁ ପଶୁ ପଶୁ ରୁମାଲ୍ ବାହାର କରି ପାଟିରେ ରଖି ଧୀରେ ଧୀରେ କହିଲେ “କି ଦୁର୍ଗନ୍ଧ । ମୁଁ ଭିତରକୁ ଗଲେ ମୋର ଫଙ୍ଗଲ ହେଇଯିବ। ଏସବୁର ମୋର ଭାରି ଆଲାର୍ଜି। ଯାଓ ଯାଇକି ବୋଉକୁ କୁହ ଆଉ ଏ ମିଠା ପକେଟ୍ ନେଇ ସମସ୍ତଙ୍କୁ ବାଣ୍ଟି ଦେବ। ମୁଁ ଆସିଛି ତାକୁ ନେଇଯିବାକୁ । ଆଉ ହଁ ମୁଁ ବାହାରେ ଅପେକ୍ଷା କରିଛି।”

ମାଆ ମନ କୁଣ୍ଢେମୋଟ ହେଉଥାଏ, ଏତେ ଦିନପରେ ଠାକୁର ତାହା କଷ୍ଟ ଦେଖିଛନ୍ତି । ନିଜ ପୁଅ ପାଖକୁ ଫେରେଇ ଦେଇଛନ୍ତି । ବାସ୍ ଏଥର ଆଉ ଶେଷ ସମୟ ପର୍ଯ୍ୟନ୍ତ ସେ ପୁଅ ସହ କଟାଇବ । ବେଶ୍ ଖୁସି ମନରେ ନିଜର ଲୁଗା ଖଣ୍ଡକ ସାଇତି ପୁଅ ଆଣିଥିବା ସମ୍ବଲପୁରି ପାଟ ଟାକୁ ପିନ୍ଧି ବାହାରି ପଡ଼େ। ବାହାରେ ଶୁଭିଲା ମା ଆପଣ ରେଡ୍ଡୀ ହେଲେଣି ତ। ବାବୁ ଆସି ଅପେକ୍ଷା କରିଛନ୍ତି ବାହାରେ । ମାଆ ବାହାରକୁ ଆସିଲେ । ଦେଖିଲେ ପୁଅ ଆଉ ବୋହୂ ସହ ନାତୁଣୀ ବି ଆସିଛି । ଦେଖା କରିବାକୁ ଆଉ ସାଙ୍ଗରେ ଫେରେଇ ନେବାକୁ । ଆଖିରେ ଖୁସିର ଲୁହ ବୋହିଯାଉଥାଏ । ପଣତ କାନିରେ ଲୁହକୁ ପୋଛି ପକାଉଥାଏ । ବାହାରୁ ବାହାରୁ ପୁଅ କହିଲା, “ମା କେତେ ଲେଟ୍ କରୁଛୁ। କେତେବେଲୁ ଆମେ ଆସି ଅପେକ୍ଷା କରିଛୁ। ” ହଉ ଆଂଗ୍ୟା ଜଲ୍ଦୀ ଜଲ୍ଦୀ ଗାଡ଼ିରେ ବସିପଡେ । ମାଆ ବସିବାକୁ ଗଲେ ଗାଡ଼ି ଭିତରେ । ବୋହୂ ଦେଖିଲା ପରେ ସତେ ଯେମିତି ନାକ ଟେକୁଥାଏ । କିନ୍ତୁ ଛୋଟ ନାତୁଣୀ ସଙ୍ଗେ ସଙ୍ଗେ ବାହାରି ପାଦ ଛୁଇଁ ପ୍ରଣାମ କରିଲା । ଜେଜେମା ତୁ କେମିତି ଅଛୁ ବୋଲି ପଚାରି ତା ମୁହଁରେ ହାତ ମାରିଦେଲା। ମାଆ ଆଉ କିଛି ଭାବିବା ଆଗରୁ ତା କାନିରେ ଲୁହ ପୋଛି ଦେଉଥାଏ । ଖୁସିର ମୁହୂର୍ତ୍ତ ଭିତରେ କୋଳେଇ ନିଏ ନାତୁଣୀକୁ । କିନ୍ତୁ ଗାଡ଼ି ଭିତରୁ କିଛି ଶବ୍ଦ ଆସି କାନରେ ବାଜୁଥାଏ , ଏ ବବ୍ଲି ତାଙ୍କୁ ଛୁନା । ଏପଟକୁ ଆସେ । କିଛି ସମୟ ନିରବତା ପରେ ଗାଡ଼ି ଚାଲିଲା କେଉଁ ଅଜଣା ପଥରେ …..

ଘଣ୍ଟାଏ ପରେ ଗାଡ଼ି ଆସି ଲାଗିଲା ଗୋଟେ ବଡ଼ ପାଞ୍ଚ ତାରକା ହୋଟେଲ୍ ନିକଟରେ । ମାଆ ସ୍ତ୍ରୀ ଆଉ ଝିଆକୁ ନେଇ ପୁଅ ପ୍ରବେଶ କଲେ । ସ୍ତ୍ରୀ ଙ୍କୁ କହିଲେ ମାଙ୍କୁ ଟିକେ ଠିକ୍ ଭାବରେ ସଜେଇ ଦିଅ ତ…ତାପରେ ଖାଇବା । ମୁଁ ଏପଟେ ଅର୍ଡର କରୁଛି । ସ୍ତ୍ରୀ ସ୍ଵାମୀଙ୍କ କଥା ମାନି ମୁଁହରେ ରୁମାଲ୍ ଦେଇ ମାଙ୍କୁ ନେଇଚାଲିଗଲେ । କିଛି ସମୟ ପରେ ମାଆ ଆଉ ସ୍ତ୍ରୀ ଆସି ପହଁଚିଗଲେ । ପୁଅ ନିଜର ମୋବାଇଲ ଫୋନ୍ ବାହାର କରି ମାଆଙ୍କ ଏକ ସୁନ୍ଦର ଫଟୋ ଉତ୍ତୋଳନ କଲେ । ଆଉ ରିଲସ୍ ଭିଡିଓ ବି କରିଲେ। ତା ସହ ଖାଇବା ବି କେତେ କଣ ଅର୍ଡର ହୋଇଛି । ସମସ୍ତେ ମାଆଙ୍କ ପାଖକୁ ଆସି କେତେଗୁଡ଼ିଏ ଫୋଟ ଉଠେଇଲେ । ଆଉ ସୋସିଆଲ ମିଡ଼ିଆ ରେ ସଙ୍ଗେ ସଙ୍ଗେ ପୋଷ୍ଟ କଲେ । ମୋ ମାଆ ପାଇଁ ଗୋଟେ ଦିନ। ଆଉ ମୋ ମାଆ ଦୁନିଆରେ ସବୁଠୁ ଭଲ ମା, I Love You, Maa…ଏପରି ଅନେକ । ମାଆ ପଚାରିଲା ବାପା ଆଜି କଣ କିଛି ଭଲ ଦିନ କି । ନାତୁଣୀ କହିଲା ଜେଜେମା ଆଜି ପରା ମଦରସ ଡେ । ପୁଣି ଜେଜେମା ପଚାରିଲା ଆଲୋ ମା ସେଇଟା ପୁଣି କଣ । ସେଇଟା ହେଉଛି ମାତୃ ଦିବସ ଉତ୍ତର ଆସିଲା ବୋହୂ ଠାରୁ ।

ଖାଇବା ପିଇବା ସବୁ ସରିଲା । ମାଆ ମନ ଭାରି ଖୁସି ଥାଏ । ଘରକୁ ଫେରିବାକୁ । ତେଣୁ ପୁଅକୁ ପଚାରିଲା ଵାପାରେ ଆମେ ଘରକୁ କେତେବେଳେ ଯିବା । ହଁ ହଁ ଯିବା ବୋଲି ପୁଅ ପ୍ରତି ଉତ୍ତର ଦେଉଥାଏ । ନାତୁଣୀ ଆସି ହାତରେ ଦୁଇଟା ଖାଇବା ମାଙ୍କୁ ଖୁଆଇଲା । ଆଉ କଣ ବା ଦରକାର ମା ସତେ ସ୍ୱର୍ଗପୁର ପହଁଚିଗଲେ । କେତେ ଓଷା ବ୍ରତ କରି ପୁଅକୁ ପାଇଥିଲି । କିଛି ଦିନ ଭୁଲ୍ ରାସ୍ତାରେ ଯାଇଥିଲା କିନ୍ତୁ ବର୍ତ୍ତମାନ ପରିବର୍ତ୍ତନ ହୋଇଛି ଭାବି ଭାବି ବହୁତ୍ ଖୁସି ହେଉଥାନ୍ତି । ସବୁ ଗାଡ଼ିରେ ବସିଲେ । ପୁଣି ଗାଡ଼ି ଯାଇ ଲାଗିଲା ସେଇ ବୃଦ୍ଧା ଆଶ୍ରମ ନିକଟରେ । ସେପଟୁ କର୍ମଚାରୀ ଜଣେ ଆସି ଗାଡ଼ି କବାଟ ଖୋଲି କହୁଥାଏ ଆସନ୍ତୁ ମା ଆସନ୍ତୁ । ମାଆ କିଛି ବୁଝିପାରୁ ନଥାଏ । ପୁଅକୁ କହୁଥାଏ ବାପା ଆମେ ଘରକୁ ଯିବାପରା । ପୁଅ ନିରୁତ୍ତର । ମାଙ୍କୁ ନେଇ କର୍ମଚାରୀ ଜଣଙ୍କ ଚାଲିଲେ ଆଶ୍ରମ ଭିତରକୁ । ମାର ସ୍ବପ୍ନ ସତେ କିଛି ମୁହୂର୍ତ୍ତ ଭିତରେ କେଉଁଠି ମିଳେଇ ଯାଇଥିଲା । ଭାବୁଥିଲେ ଯଦି ପ୍ରତ୍ୟେକ ଦିନ ମାତୃ ଦିବସ ହୁଅନ୍ତା । ଆଉ ସବୁଦିନ ନିଜ ସନ୍ତାନ ପାଖେ ସ୍ନେହ ମମତା ଭଲପାଇବା ଅଜାଡି ପାରନ୍ତା । ସେହି ଭାବନା ଭିତରେ ଆଖିରୁ କେଇ ବୁନ୍ଦା ଗରମ ଲୁହ ଖସି ଆସୁଥିଲା । ବାସ୍ ଚାହିଁ ରହିଥିଲା ଯେଉଁ ଯାଏ ଗାଡ଼ି ଦୃଶ୍ୟମାନ ହେଉଥିଲା । ଭାବୁଥିଲା ଏଇ ଗୋଟିଏ ଦିନ ପାଳନଟା ସରକାର ସବୁଦିନ କରି ଦିଅନ୍ତନି। କେତେ ଖୁସି ପାଆନ୍ତି….

ତାପସ୍ଵି ଜ୍ଞାନଦର୍ଶିନୀ

ତାପସ୍ଵି ଜ୍ଞାନଦର୍ଶିନୀ

ସାମ୍ବାଦିକା

Related Posts

ଭାରତର ସନ୍ତାନ
Literature

ଭାରତର ସନ୍ତାନ

by ଦେବେନ୍ଦ୍ର କୁମାର ସାହୁ
August 15, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୫ ଅଗଷ୍ଟ ୨୦୨୬ ମୁହିଁ ଭାରତର ଅମୃତ ସନ୍ତାନ ମୋ ଜନ୍ମ ପାଇଁକି ମୁହିଁ ଧନ୍ୟ ବିବିଧତା ମଧ୍ୟେ ଏକତା ଗୀତିକା...

Read more
You, Me and Tea

You, Me and Tea

August 1, 2026
ଛୋଟିଆ ରାତି ସପନ ଅତି

ଛୋଟିଆ ରାତି ସପନ ଅତି

July 23, 2026
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
ଘୋଷ ଯାତ୍ରା

ଘୋଷ ଯାତ୍ରା

July 16, 2026
ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.