• About
  • Contact
Thursday, July 16, 2026
Thursday, July 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଭୋଟ ଓ ନୋଟ୍

ଭୋଟ ଓ ନୋଟ୍
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୮ ମଇ ୨୦୨୪

ଭୋଟ ସହ ନୋଟର ଏଠି ଅତୁଟ ବନ୍ଧନ,
ପୂଜାରେ ଯେମିତି ଲୋଡ଼ା ଫୁଲ ଓ ଚନ୍ଦନ ।।

ନୋଟ ବିନା ଭୋଟରେ ବିଶେଷ ମିଳୁନି ସୁଫଳ,
ନିର୍ବାଚନ ହୋଇଛି ଯେଣୁ ଅତି ବ୍ୟୟବହୁଳ ।।

ଅର୍ଥ ବଳେ କବଳିତ ଆଜି ରାଜନୀତି,
ପ୍ରାର୍ଥୀ ଖୋଜା ପଡ଼ନ୍ତି ତେଣୁ ଧନୀ କୋଟିପତି ।।

ଜନସେବା ପାଇଁ କ୍ଷମତା ଏବେ ନିହାତି ଦର୍କାର,
ତାହା ବିନା ରାଜନୀତି ଏଠାରେ ସଂପୂର୍ଣ୍ଣ ଅସାର ।।

ତେଣୁ କ୍ଷମତା ହାସଲ ନିଶା ଦଳଙ୍କୁ ଘାରିଛି,
ଜନସେବା କଥା ଖାଲି ଆବରଣ ସାଜିଛି ।।

ପ୍ରଚାର ଶେଷରେ ଭୋଟରଙ୍କ ଟଙ୍କା ଭାଗବାଣ୍ଟ,
ଯାହାକୁ କୁହାଯାଉଛି ‘ମାଇକ୍ରୋ ମେନେଜମେଣ୍ଟ’ ।।

କେତେକ କହନ୍ତି ତାହା ‘ଅନ୍ଧାରିବିଜେ ‘ ସମୟ,
କୁଜି ନେତା ଟଙ୍କା ବାଣ୍ଟି ତୁରନ୍ତ ନିଅନ୍ତି ବିଦାୟ ।।

ଟିକେଟ ଖର୍ଦ୍ଧିଠୁଁ ଆରମ୍ଭ ହୁଏ ନିର୍ବାଚନୀ ବ୍ୟୟ,
ହିସାବ ରଖିବାକୁ ମିଳେନି ତା’ପରେ ସମୟ ।।

ପୋଷ୍ଟର, ବ୍ୟାନର ବାଦ୍ ଗଡ଼େ ପ୍ରଚାରର ଗାଡ଼ି,
ନାମାଙ୍କନରେ ଆଖିଖୋସା ଟଙ୍କା ଯାଏ ଉଡ଼ି ।।

ଭୋଟ ସହ ନୋଟର ଏମିତି ଅତୁଟ ବନ୍ଧନ,
ଦିଅଁ ବିଜେ ପାଇଁ ଯେମିତି ସୁଶୋଭିତ ବିମାନ ।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ଘୋଷ ଯାତ୍ରା
Literature

ଘୋଷ ଯାତ୍ରା

by ବିଜୟ କୁମାର ପାଣି
July 16, 2026

ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୧୬ ଜୁଲାଇ ୨୦୨୬ ହୋ ଡାହୁକେ ହୋ, ହୋ ଭକତେ ହୋ ବଡ଼ଦାଣ୍ଡେ ଆଜି ଗହଳି ଲାଗିଛି ଛୁଟୁଅଛି କେତେ...

Read more
ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

July 16, 2026
ନିର୍ବାଚନ ପୂର୍ବ, ରାତି

ନିର୍ବାଚନ ପୂର୍ବ, ରାତି

July 11, 2026
କେମିତିକା ଯୁଗ ଇଏରେ

କେମିତିକା ଯୁଗ ଇଏରେ

July 4, 2026
ଜୟ ସମଦୃଷ୍ଟିଦିଆ ଶ୍ରୀଜଗନ୍ନାଥ!

ଜୟ ସମଦୃଷ୍ଟିଦିଆ ଶ୍ରୀଜଗନ୍ନାଥ!

July 3, 2026
ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା

ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା

June 29, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.