ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୪ ଫେବୃଆରୀ ୨୦୨୪
ପରୀ ଆଜି ସିମଲା ବୁଲି ଯାଇଛି
ବାପା ମାଆ ସାଙ୍ଗରେ
ତା ଜନ୍ମଦିନରେ ।
ଟୟ ଟ୍ରେନ୍ରେ ବସି
ପରୀ ମେଘ ଦେଖୁଥିବ ।
ଫୁଲ ଦେଖୁଥିବ
ପ୍ରଜାପତି ଦେଖି
ଖୁସିରେ କୁରୁଳି ଉଠୁଥିବ ।
ପରୀ ଧୀରେ ଧୀରେ ବଡ଼ ହେବ
ତା’ ମାଆ ପରି ହେବ
ଅରଣ୍ୟର ଗଛପରି
ହଠାତ୍ ଦିନେ ବଡ଼ ହୋଇଯିବ
ମୁଁ ସେଦିନ ହୁଏତ ନ ଥିବି
ସେ ପ୍ରତିବର୍ଷ ସିମଲା ଯିବ
ଜନ୍ମ ଦିନରେ ।
ପ୍ରତିଥର ବସିବ ଟୟ ଟ୍ରେନ୍ରେ ।