• About
  • Contact
Friday, January 23, 2026
Friday, January 23, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଆଳାପ

ଆଳାପ
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୦ ନଭେମ୍ବର ୨୦୨୨

ବହୁ କଥା ବାକି ଅଛି ଅନେକ ଦିନରୁ
କଥା ସରିନାହିଁ
ସରିଗଲେ ମରିଯିବ ଫୁଲଗଛ
ଜଣାନାହିଁ, ତା’ପରେ
ଆମେ ଆଉ ଦେଖା ହେଇପାରିବା
କି ନାହିଁ
ଚାଲ ଶେଷଥର ପାଇଁ କଥାହେବା !

ଏମିତି ଗୋଟେ ଜୀବନ ଆଜିକାଲି
ପ୍ରତିବାଦହୀନ
ସ୍ଵପ୍ନ ସବୁ ରଙ୍ଗହୀନ
କେଉଁଠି ଏବେ ଅପହୃତ ମୋର ମନ !

ଏମିତି ସମୟ ଯେ
ନିଜ ନିଶ୍ଵାସ ଉପରେ ବି
ହେଇପାରୁନି ବିଶ୍ଵାସ
ପିଲାମାନେ ଥା’ନ୍ତି ବିଦେଶରେ
ମୁଁ ଥାଏ ଚୁପଚାପ୍
ପଡୋଶୀମାନଙ୍କ କାନ୍ଧରେ
ମଶାଣି ରାସ୍ତାରେ !

କେତେ ଅଜବ ଦିନସବୁ କହିଲ
ଶବଗଦାରେ ଠିଆ ମୁଁ
ବହୁକାଳୁ ଏକାକୀ
ନିର୍ବାସିତ
ନିଶବ୍ଦ !

ଏଇଟା କ’ଣ ଶେଷଦିନ
ପ୍ରତି ମୁହୂର୍ତ୍ତରେ ମୃତ୍ୟୁ ଅପେକ୍ଷାରେ
ନା ଗୋଟେ ନୂଆ ଆରମ୍ଭର ଦିନ ?

ମାନସ ରଞ୍ଜନ ମହାପାତ୍ର ଜଣେ ବିଶିଷ୍ଟ ସାହିତ୍ୟିକ, ରାଷ୍ଟ୍ରୀୟ ପୁସ୍ତକ ଟ୍ରଷ୍ଟର ପୁର୍ବତନ ସମ୍ପାଦକ ଏବଂ ଜାତୀୟ ଶିଶୁ ସାହିତ୍ୟ କେନ୍ଦ୍ରର ମୁଖ୍ୟ । ଦୂରଭାଷ ନଂ ୯୮୯୧୯୪୬୧୭୮
Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ମନ୍ତ୍ରୀ ସେବେର
Literature

ମନ୍ତ୍ରୀ ସେବେର

by ପ୍ରଭୁକଲ୍ୟାଣ ମହାପାତ୍ର
January 22, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୨ ଜାନୁୟାରୀ ୨୦୨୬ ମନ୍ତ୍ରୀଙ୍କର ଆଗେ ଥିଲା ନିଜସ୍ୱ ଚମକ, ଦକ୍ଷତାରେ ରଖୁଥିଲେ ଏ ରାଜ୍ୟର ଟେକ। ।।୧।। ରାଜ୍ୟର ପ୍ରଗତି ଥିଲା...

Read more
ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

January 20, 2026
ସତରେ ଏମିତି ହୁଅନ୍ତା କି-୨୨

ସତରେ ଏମିତି ହୁଅନ୍ତା କି-୨୨

January 20, 2026
କହିଲେ ମଦୁଆ, ବାଧିଯାଏ କିଆଁ?

କହିଲେ ମଦୁଆ, ବାଧିଯାଏ କିଆଁ?

January 17, 2026
ଅପରାହ୍ନ

ସ୍ମୃତିରେ ମନୋଜ ଦାସ (ଭାଗ ୫୮)

January 14, 2026
ଅପରାହ୍ନ

ଅପରାହ୍ନ

January 14, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.