ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୨ ସେପ୍ଟେମ୍ବର ୨୦୨୪
ଆଷାଢ଼ର ଏଇ ବରଷା ରାତିରେ
ଗୁରୁ ଗୁରୁ ଗରଜନେ
ମେଘ ବିଜୁଳିର ଶୀତ୍କାର ଆଜି
କମ୍ପନ ଆଣେ ମନେ।
କୂଜନ ବିହୀନ କାନନରେ ଆଜି
ବରଷାର ଘନଘଟା
ମେଘ ମେଦୁରିତ ଆଶାରେ ଉଡ଼େ
ବଳାକାର ରଙ୍ଗ ଛଟା
ଏତେ ଦିନ ପରେ ବରଷା ଆସିଛି
ଏଇ ଧରା ଅଙ୍ଗନେ।
ବନହଂସୀଟି ଉଡ଼ିଆସିଅଛି
ତେଜି ମାୟା ବନାନୀର
ମେଘ କନ୍ୟାର ନୀଳ ଅଞ୍ଚଳ
ଚଞ୍ଚଳ କରେ ମନ।