ଆଲୋକ କୁମାର ପ୍ରଧାନ, ପୁରୀ, ୧୪ ଅପ୍ରେଲ ୨୦୨୫
ଏପାଖରେ ନିଦ ଥାଉ ସେପାଖରେ ସ୍ବପ୍ନ କିଛି ଥାଉ
ସେପାଖର ସଞ୍ଜ ଦେହେ ରାତି ତାର ତୋରଣ ସଜାଉ
ନିରେଖି ଦେଖିଲେ ଦେଖୁ ଆରପାଖ ଝରକାରୁ କେହି
କିଏ ଅବା କାହା ପାଇଁ ରଙ୍ଗ କିଛି ଧାର୍ ନେଇନାହିଁ ?
ବଦଳେଇ ଦେଲେ ଯଦି ବଦଳନ୍ତା ସବୁ ହେଲା କଥା
ନହେଲାର ଏରୁଣ୍ଡିରେ କିଏ କାହିଁ ଯୋଗୀ ଗୀତ ଗା’ନ୍ତା
କାନପାରି ଶୁଣା କଥା କାନିପାତି ମାଗନ୍ତା ବା କାଇଁ
କଥା ନ ସରୁଣୁ କିଏ କହନ୍ତା କି ସମୟ ତା ନାହିଁ!
ଜଳଜଳ ଦିଶୁଥାଏ ଅବିକଳ ଉତାରି ହୁଏନି
ଆଖି ଦେଖା ଦରଜକୁ ଦରଜା ବି ଦେଖେଇ ହୁଏନି
ଦେହସୁହା ଦହନଟା ଲାଗେ ଯେବେ ଭାରି ସହଜିଆ
ନହସିଲେ ଗଉଁମରା ହସିଦେଲେ ଅବା ନବଜିଆ
ଅବା ର ଏପାଖେ ଗାଆଁ ସେପାଖରେ ନାହିଁର ସହର
ଦିପାଖରେ ହାତରଖା ଅବା ଗୋଟେ ଭଲ ସୌଦାଗର।।