ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨ ଅପ୍ରେଲ ୨୦୨୩
ଅଧାଲେଖା ଚିଠିଟିକୁ ଶେଷ କରିଦିଅ
ଅଧାଦେଖା ସପନକୁ ମୋ କାନରେ କୁହ ।
ତୁମେ କି ବୁଝିଵ କେବେ ମୋ ମନର କୋହ
ସବୁ କୋହ ଭିତରେ ଯେ ଦିଶେ ତମ ମୁହଁ
ନୀରବ ଗୋଧୁୂଳୀ ତୀରେ
ଝିରିଝିରି ସ୍ଵପ୍ନ ହୋଇ
ଅନୁରାଗେ ମୋ ମନକୁ
ଧୀରେ ଛୁଇଁ ଦିଅ।
ମୋ ଆଖି ଡୋଳାରେ ଆକି ତମ ଆଖି ଲୁହ
ସବୁତକ ଲୁହ ତମେ ମୋତେ ଦେଇଦିଅ ।
ନଇ ହୋଇ ବୋହିଯାଉ ସବୁ ତମ ଲୁହ
କହିବାକୁ ଅଛି ଯାହା ଆଜି କହିଦିଅ
ଅଧା ଦେଖା ସପନକୁ ମୋ କାନରେ କୁହ ।