ଅନୁପମା ରାଉତ, ଅନୁଗୁଳ, ୨୪ ଜାନୁଆରୀ ୨୦୨୩
ମୋର ଜନ୍ମରୁ ମୃତ୍ୟୁ ଯାଏ
ଘେରିରହିଥାଏ ଅଗ୍ନିର ବଳୟ
ତାର ଗରମ ଝାସ ରେ ସିଝିଯାଏ
ମୋର ଶରୀର, ମନ ଏବଂ ଭାବନା।
ଝିଅ ବୋଲି ଜନ୍ମ ପୂର୍ବରୁ
ମୋ ପାଇଁ କେତେ କଣ ଯୋଜନା,
ମୁଁ ମାଆ ପେଟ ଭିତରେ ଥାଇ ଦୁନିଆଁ ର ଆଲୋକ ଦେଖିବାକୁ
ଅନେକ ପ୍ରାର୍ଥନା କରେ ଅନେକ ଆଶା ରଖିଥାଏ, ମୋ ମାଆ କୁ, ବାପା ଙ୍କୁ ଦେଖିବାକୁ ବହୁତ ଇଛା କରୁଥାଏ।
ତାଙ୍କ ସ୍ନେହ ଟିକେ ପାଇବାକୁ ମନ ବିକଳ ହୁଏ।
ତଥାପି ନିଷ୍ଠୁର ସମାଜ ମୋର ଆଶା କୁପ୍ରତାରଣା କରେ।
ଯଦି ମୁଁ ସମସ୍ତ ଙ୍କ ଅନିଚ୍ଛା ସତ୍ୱେ ଜନ୍ମ ନେଲି ତଥାପି ମୋତେ ନିସ୍ତାର ନାହିଁ।
ହେଲେ ମୋର ଭୁଲ କଣ?
କାହିଁକି ମୋ ପ୍ରତି ଏ ହୀନ ମନୋଭାବ ଏବଂ ଝିଅ ବୋଲି ସମସ୍ତେ ମୋତେ ବୋଝ ବୋଲି ଭାବୁଛ?
ଜୀବନ ସାରା ଘରଠାରୁ ବାହାର ଯାଏ ଭେଦଭାବ ଆଉ ହିଂସା ର ପସରା ବୋହି ବଞ୍ଚେ।
କାହିଁକି ?
ଏବେ ସେଇ ସମାଜ କୁ ମୁଁ ଜବାବ ମାଗେ!
କାହିଁକି ମୋ ଉପରେ ଏ ପ୍ରକାର ହିଂସା ଏବଂ ଅନ୍ୟାୟ ବାରବାର ହେଇ ଚାଲିଛି?
ତାର କ’ଣ ଶେଷ ନାହିଁ ?
ମୁଁ ବୁଝି ପାରିଛି ଏ ସମାଜ ନୀରବ ରହିବ,
ମୋତେ ମୋ ଉତ୍ତର ମିଳିବନି
କିନ୍ତୁ ମୁଁ କାହିଁକି ଚୁପ ରହିବି ?
ମୁଁ ତ ସୃଷ୍ଟି କାରିଣୀ, ମୋ ବିନା ସମାଜ ର ସ୍ଥିତି ଅସମ୍ଭବ
ମୁଁ ସେଇ ନାରୀ ଯେ ସୃଷ୍ଟି ର ଆଦିମାତା
ଯେଉଁ ନାରୀ ବିନା ଏ ସୃଷ୍ଟି ଅସମ୍ଭବ।
ମୋତେ ବାହାରିବାକୁ ପଡ଼ିବ ସେ ହିଂସା ର ଅଗ୍ନି ବଳୟ ଭିତରୁ।
ମୁଁ ମୋ ନିଜକୁ ରକ୍ଷା କରିବାକୁ ପଡ଼ିବ।
ସେଇ ହିଂସା ର ଅଗ୍ନି ବଳୟ ଭିତରୁ
ଜନ୍ମ ହେବି ମୁଁ ଅଗ୍ନିଶମ୍ଭା!
ମୁଁ ନୁହେଁ ଅବଳା କି ଦୁର୍ବଳା,
ମୁଁ ସ୍ୱାଭିମାନ ର ସହ ବଞ୍ଚିବା ମୋର
ଜନ୍ମଗତ ଅଧିକାର।
ମାନବିକ ଅଧିକାର ନେଇ ମୁଁ ବଞ୍ଚିବି ଏବଂ ବଞ୍ଚେଇବି।
ଏ ସୃଷ୍ଟି ସାରା ବାଣ୍ଟି ଦେବି ସମାନତା ର ବାଣୀ!
ମୁଁ ଚାହେଁ ସେଇ ସମାଜ ଯେଉଁଠି
ନଥିବ ଲିଙ୍ଗ ବୈଷମ୍ୟ।
ଭେଦଭାବ ର ପାଚେରୀ ଭାଙ୍ଗି
ମୁଁ ଗଢିବି ଏକ ସୁରକ୍ଷିତ ବଳୟ।
ଯେଉଁଠି ସୁରକ୍ଷିତ ରହିବେ ମୋ ପରି ଏ ସମାଜ ର ସବୁ ଭଉଣୀମାନେ!!