• About
  • Contact
Monday, September 21, 2026
Monday, September 21, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଅଗ୍ନିଶମ୍ଭା

ଅଗ୍ନିଶମ୍ଭା
Share on FacebookShare on Xshare on Whatsappshare on Linkedin
ଅନୁପମା ରାଉତ, ଅନୁଗୁଳ, ୨୪ ଜାନୁଆରୀ ୨୦୨୩

ମୋର ଜନ୍ମରୁ ମୃତ୍ୟୁ ଯାଏ
ଘେରିରହିଥାଏ ଅଗ୍ନିର ବଳୟ
ତାର ଗରମ ଝାସ ରେ ସିଝିଯାଏ
ମୋର ଶରୀର, ମନ ଏବଂ ଭାବନା।
ଝିଅ ବୋଲି ଜନ୍ମ ପୂର୍ବରୁ
ମୋ ପାଇଁ କେତେ କଣ ଯୋଜନା,
ମୁଁ ମାଆ ପେଟ ଭିତରେ ଥାଇ ଦୁନିଆଁ ର ଆଲୋକ ଦେଖିବାକୁ
ଅନେକ ପ୍ରାର୍ଥନା କରେ ଅନେକ ଆଶା ରଖିଥାଏ, ମୋ ମାଆ କୁ, ବାପା ଙ୍କୁ ଦେଖିବାକୁ ବହୁତ ଇଛା କରୁଥାଏ।
ତାଙ୍କ ସ୍ନେହ ଟିକେ ପାଇବାକୁ ମନ ବିକଳ ହୁଏ।
ତଥାପି ନିଷ୍ଠୁର ସମାଜ ମୋର ଆଶା କୁପ୍ରତାରଣା କରେ।
ଯଦି ମୁଁ ସମସ୍ତ ଙ୍କ ଅନିଚ୍ଛା ସତ୍ୱେ ଜନ୍ମ ନେଲି ତଥାପି ମୋତେ ନିସ୍ତାର ନାହିଁ।
ହେଲେ ମୋର ଭୁଲ କଣ?
କାହିଁକି ମୋ ପ୍ରତି ଏ ହୀନ ମନୋଭାବ ଏବଂ ଝିଅ ବୋଲି ସମସ୍ତେ ମୋତେ ବୋଝ ବୋଲି ଭାବୁଛ?
ଜୀବନ ସାରା ଘରଠାରୁ ବାହାର ଯାଏ ଭେଦଭାବ ଆଉ ହିଂସା ର ପସରା ବୋହି ବଞ୍ଚେ।
କାହିଁକି ?
ଏବେ ସେଇ ସମାଜ କୁ ମୁଁ ଜବାବ ମାଗେ!
କାହିଁକି ମୋ ଉପରେ ଏ ପ୍ରକାର ହିଂସା ଏବଂ ଅନ୍ୟାୟ ବାରବାର ହେଇ ଚାଲିଛି?
ତାର କ’ଣ ଶେଷ ନାହିଁ ?
ମୁଁ ବୁଝି ପାରିଛି ଏ ସମାଜ ନୀରବ ରହିବ,
ମୋତେ ମୋ ଉତ୍ତର ମିଳିବନି
କିନ୍ତୁ ମୁଁ କାହିଁକି ଚୁପ ରହିବି ?
ମୁଁ ତ ସୃଷ୍ଟି କାରିଣୀ, ମୋ ବିନା ସମାଜ ର ସ୍ଥିତି ଅସମ୍ଭବ
ମୁଁ ସେଇ ନାରୀ ଯେ ସୃଷ୍ଟି ର ଆଦିମାତା
ଯେଉଁ ନାରୀ ବିନା ଏ ସୃଷ୍ଟି ଅସମ୍ଭବ।
ମୋତେ ବାହାରିବାକୁ ପଡ଼ିବ ସେ ହିଂସା ର ଅଗ୍ନି ବଳୟ ଭିତରୁ।
ମୁଁ ମୋ ନିଜକୁ ରକ୍ଷା କରିବାକୁ ପଡ଼ିବ।
ସେଇ ହିଂସା ର ଅଗ୍ନି ବଳୟ ଭିତରୁ
ଜନ୍ମ ହେବି ମୁଁ ଅଗ୍ନିଶମ୍ଭା!
ମୁଁ ନୁହେଁ ଅବଳା କି ଦୁର୍ବଳା,
ମୁଁ ସ୍ୱାଭିମାନ ର ସହ ବଞ୍ଚିବା ମୋର
ଜନ୍ମଗତ ଅଧିକାର।
ମାନବିକ ଅଧିକାର ନେଇ ମୁଁ ବଞ୍ଚିବି ଏବଂ ବଞ୍ଚେଇବି।
ଏ ସୃଷ୍ଟି ସାରା ବାଣ୍ଟି ଦେବି ସମାନତା ର ବାଣୀ!
ମୁଁ ଚାହେଁ ସେଇ ସମାଜ ଯେଉଁଠି
ନଥିବ ଲିଙ୍ଗ ବୈଷମ୍ୟ।
ଭେଦଭାବ ର ପାଚେରୀ ଭାଙ୍ଗି
ମୁଁ ଗଢିବି ଏକ ସୁରକ୍ଷିତ ବଳୟ।
ଯେଉଁଠି ସୁରକ୍ଷିତ ରହିବେ ମୋ ପରି ଏ ସମାଜ ର ସବୁ ଭଉଣୀମାନେ!!

ଅନୁପମା ରାଉତ

ଅନୁପମା ରାଉତ

କବୟତ୍ରୀ ଅନୁପମା ରାଉତ ଏକ ବ୍ୟତିକ୍ରାନ୍ତ ସାରସ୍ବତ ଉଚ୍ଚାରଣ।
ଅନନ୍ୟ ଓ ଅସାଧାରଣ ତାଙ୍କର ଶବ୍ଦ ସ୍ଥାପତ୍ୟ।
ତାଙ୍କର ବିଭିନ୍ନ ଗଳ୍ପ, କବିତା, ପ୍ରବନ୍ଧ ଓଡ଼ିଆ ସାହିତ୍ୟକୁ ସମୁଜ୍ବଳ କରିଛି।
Mobile - 9437452719
Email - anupamarout04@gmail.com

Related Posts

ପକ୍ଷୀଘର।
Literature

ପକ୍ଷୀଘର।

by ସଚ୍ଚିଦାନନ୍ଦ ବେହେରା
September 19, 2026

ସଚ୍ଚିଦାନନ୍ଦ ବେହେରା, ମାହାଙ୍ଗା , ୧୯ ସେପ୍ଟେମ୍ବର ୨୦୨୬ ନୀଡ଼ହରା ଏକ କ୍ଲାନ୍ତ ପକ୍ଷୀ ମୁଁ ମୋ ଠିକଣା ଯାଇଛି ହଜି ନୀଳ ଆକାଶରେ ଉଡ଼ି ବୁଲୁଛି...

Read more
ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

September 19, 2026
ନୂଆ ଖାଇ- କୃଷି ଓ କୃଷକର ପର୍ବ

ନୂଆ ଖାଇ- କୃଷି ଓ କୃଷକର ପର୍ବ

September 15, 2026
ସିଏପା ବୁଦ୍ଧିଦାତା

ସିଏପା ବୁଦ୍ଧିଦାତା

September 14, 2026
ବର୍ଷା ଭିଜା ରାତି(୨)

ବର୍ଷା ଭିଜା ରାତି(୨)

September 12, 2026
ସନ୍ଧ୍ୟା ତୁମେ ଆଜି

ସନ୍ଧ୍ୟା ତୁମେ ଆଜି

September 11, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.