ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୩ ସେପ୍ଟେମ୍ବର ୨୦୨୩
ଅଳକାନଈର ଅଳତାଗାର
ଅଳତାଗାରରେ ବାଜେ ନୂପୁର
ସେ ନୂପୁରେ ଥାଏ
ପ୍ରୀତିର ସୁର ।
ସେ ପ୍ରୀତିପୁରରେ ସ୍ମୃତିର ଘର
ସେଇ ଘରେ ଥାଏ ସପନଟିଏ
ଅତିବ ନମ୍ର ଅତିବ ଧୀର
ଅଳକାନଈର ଅଳତାରଗାର ।
ନଈଟିଏ ସିନା ନାରୀ ବି ସିଏ
ନଈ ନାରୀ ଦୁହେଁ ଗୋଟିଏ ସୁର
ଅଳକା ନଈର ଅଳତାଗାର ।