ପ୍ରଫୁଲ୍ଲ ଶ୍ରୀବାସ୍ତବ, କଟକ, ୧୯ ସେପ୍ଟେମ୍ବର ୨୦୨୨
ବାଟ ଭୁଲି ଗଲେ ତୋ ଅଂକା ବଂକା ଗଳିରେ,
ନୂଆ ନୂଆ ମୁହଁ, ଅଜଣା ରାସ୍ତାରେ
ପଚାରିଲେ ବାଟ ଆସନ୍ତି ତିନିହେଁ
ଅଛି ଏଠି ଟ୍ରାଫିକ ଜାମ ରେ
ରିକ୍ସା ଟ୍ରଲି ସ୍କୁଲ ଭ୍ୟାନ୍ ରେ
ରାସ୍ତା କଡେ ବିକୁଥିବା ମାଛ ଆଉ ପରିବା ବାଲାରେ
ତଥାପି ତୁ ମତେ ଭଲ ଲାଗୁରେ
ଚିହ୍ନା ଚିହ୍ନା ଗଳି ଅଜଣା ହେଲେରେ
ପୁଣି ବାଟ ଭୁଲି ଗଲେ
ତୋ ଅନା ବନା ଗଳିରେ
ଭାରି ଭଲ ଲାଗେରେ
ଦହିବରା ଆଳୁଦମ, ଗୋପାଳ ପାନ ରେ
ଚାନ୍ଦି ମେଢ଼ ବେଲୁନ୍ ମଜାରେ
ସତରେ ତୁ ଭାରି ଭଲ ଲାଗୁରେ
କଟକ ମୁଁ ତୋତେ ଭଲ ପାଏରେ…..