ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୫ ସେପ୍ଟେମ୍ବର ୨୦୨୪
ଛାଡି ଚାଲିଗଲ କାଟି, ସ୍ନେହର ବନ୍ଧନ।
ମନେ ପଡେ ସବୁବେଳେ, ତୁମ କଥା ମାନ।।
ଆଜି ଶ୍ରୀହୀନ ଦିଶୁଛି, ତୁମ ଅନୁଷ୍ଠାନ।
କାଲି ପରି ଲାଗେ ସବୁ, ପୂର୍ବ ସ୍ମୃତି ମାନ।।
ମଜା ମଜା କଥା କେତେ, ମିଠା ରାଗ ତୁମ।
ସ୍ନେହ ଭରା ଡାକ ତୁମ, ଓଜସ୍ୱୀ ଭାଷଣ।।
ସେ ସବୁ ପାଇଛୁ ବୋଲି, ତୁମେ ଆମ ପ୍ରାଣ।
ବିଦାରି ହୁଅଇ ଛାତି, ଦୁଃଖେ ମ୍ରିୟମାଣ।।
ଆମେ ତୁମ ପରିବାର, ଗଢ଼ିଲ ଯତନ।
ରହିଛି ରହିବ କେବେ, ନୋହିବ ଅମ୍ଳାନ।।
ଗଢ଼ିଥିଲ ଭାଙ୍ଗିଦେଇ ଗଲ, ଝୁରେ ମନ।
ତୁମେ ଦେଖିଥିବା ସ୍ବପ୍ନ, କରିବୁ ପୂରଣ।।
ମିଳି ମିଶି କରିଥିଲେ, କେତେ ଅନୁଷ୍ଠାନ।
ତୁମ ବିନା ଖାଲି ଖାଲି, ପୂଜା ଓ ପାର୍ବଣ।।
ଦୁଃଖ ରେ ସୁଖ ରେ ଆମେ, ଏକ କରି ମନ।
ଆଜି ସାଥେ ତୁମେ ନାହଁ, ଲାଗେ ଶୂନ୍ୟ ଶୂନ୍ୟ।।
ଆଜି ଜନ୍ମ ଜୟନ୍ତି ରେ କରୁଛି ବନ୍ଦନ।
ସତ କୋଟି ପ୍ରଣିପାତ କରୁଛି ନମନ।।
ଶରତ କର ଅମର ରହେ