• About
  • Contact
Saturday, July 12, 2025
Saturday, July 12, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଅନୁରାଗ

ଅନୁରାଗ
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୧୯ ଜୁନ୍ ୨୦୨୩

କେଉଁ ଅନୁରାଗ ଅମୁହାଁ ଦେଉଳେ ତୁମେ ଅଣଦେଖା ଦେବୀ
କେଉଁ ଅନୁରାଗ ଚିତ୍ର ବନେ ତୁମେ ଚିତି ଚଇତର ଛବି
କେଉଁ ଅନୁରାଗ ପୋଡ଼ିଲା ଦେହରେ ଶୀତଳ ଚନ୍ଦନ ଲେପ
ଚୁନା ସପନର ଚାନ୍ଦ ସବାରୀରେ ମୁଦା ଦେହଳୀ ର ତାପ

କେଉଁ ଅନୁରାଗ ହର୍ମ୍ଯ ହାରେମର ଛାତି ତଳ ରଡ଼ ନିଆଁ
ମୁଜୁରା ପରର ଗଭା ଗଜରାର ଶୂନଶାନ ଲୁହପିଆ
କେଉଁ ଅନୁରାଗ ଗଇଁଠା ପିଠା ର ଅଇଁଠା ଦେହର ଦୁଃଖ
କେଉଁ ଅନୁରାଗ ଭୋଦେଇ ଖରାର ଉଷୁମ ଉଷୁମ ବୋକ

କେଉଁ ଅନୁରାଗ ଆହତ ମନର ଅଦିନିଆ ମେଘ ଖଣ୍ଡେ
ଘଡ଼ିଏ ବରଷି ଛାଡ଼ି ଚାଲିଯାଏ କଣ୍ଟ ଦେଇ କରି ଦଣ୍ଡେ
କେଉଁ ଅନୁରାଗ ଗୋପନ ଇସାରା ଗୋଟାପଣେ ଗଞ୍ଜୁଥାଏ
କେଉଁ ଅନୁରାଗ ବଇଶାଖୀ ବାଆ ଭିତରୁ ଭିତରୁ ଦହେ

ସବୁ ଅନୁରାଗ ନରମ ନିଆଁ ରେ ଆହୂତି କୁ ଦେହ ସହେ
ଥରେ ଚିହ୍ନିଗଲେ ଦେହକୁ ନିଆଁ କୁ ବରଫ ବି ଜଳିଯାଏ।

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

ମୁସାଫେର
Literature

ମୁସାଫେର

by ପ୍ରଭୁକଲ୍ୟାଣ ମହାପାତ୍ର
July 8, 2025

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୮ ଜୁଲାଇ ୨୦୨୫ ଆମକୁ ଯିବାକୁ ହେବ ତ ଦିନେ ଅଫେରା ରାଜ୍ୟକୁ ଆଗ ପଛ ହୋଇ, ତଥାପି ମଣିଷ ବିକଳ କିଆଁ...

Read more
ସତରେ ଏମିତି ହୁଅନ୍ତା କି-୧୭

ସତରେ ଏମିତି ହୁଅନ୍ତା କି-୧୭

July 7, 2025
ଶେଷ ବସନ୍ତର ଚିଠି (ଭାଗ ୩୩)

ଶେଷ ବସନ୍ତର ଚିଠି (ଭାଗ ୩୩)

July 7, 2025
ଶ୍ରୀକ୍ଷେତ୍ର ରଥଯାତ୍ରାର ଶ୍ରେଷ୍ଠ ବାର୍ତ୍ତା

ଶ୍ରୀକ୍ଷେତ୍ର ରଥଯାତ୍ରାର ଶ୍ରେଷ୍ଠ ବାର୍ତ୍ତା

July 5, 2025
ଅନୁରାଧା

ଅନୁରାଧା

July 2, 2025
ସାଗର

ସାଗର

July 1, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.