ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୪ ଅଗଷ୍ଟ ୨୦୨୨
ତୁମଠି ହାତ ପହଞ୍ଚି ପାରେନାହିଁ
କାରଣ ତମେ କୁଆଡ଼େ ପବନ ପରି ଘୁଞ୍ଚି ଯାଅ
ନିଃଶ୍ବାସ ର ଦୋଳନରେ
ଏବଂ ବିଞ୍ଚି ହେଇଯାଅ ଫୁଲହେଇ
ମଳିନା ମାଟିର ପ୍ରତ୍ଯୟରେ
ଜୀବନ କିନ୍ତୁ ଧକ୍କା ଖାଏ ବସନ୍ତରେ
କେବେ କେବେ ତୁମରି ଇଛାରେ
ବସନ୍ତ ପାଲଟିଯାଏ ବର୍ଷାର ଅଜଣା ଶ୍ଳୋକ
କାହାଣୀ ପରି ଗଡ଼ି ଯାଏ ଉପଲବ୍ଧି ର ମହାସ୍ରୋତ
ନାହିଁ ଭିତରେ ହଁ ଓ
ବାଲି ଭିତରେ ମହାସମୁଦ୍ରକୁ
ଅନୁଭବ କରିହୁଏ
ତୁମକୁ ଖୋଜିଲେ
ତୁମରି ସ୍ଵରରେ
ମୁଖରିତ ହୋଇଯାଏ ଏବେ
ହୃଦୟର ଦ୍ଵାର
କେଜାଣି କେମିତି ମନେହୁଏ:
ତୁମେ ମୋର ଆଖିର ଚେତନା ଏବଂ
ମୁଁ ତୁମର କାଗଜର ଘର ।।