ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୯ ଅଗଷ୍ଟ ୨୦୨୨
କଥା ସରୁନଥାଏ
ଜୀବନ ସରିଯାଉଥାଏ
କେତେ ରଙ୍ଗର ସମୟ
ବିତିଯାଏ ଆଖି ପଲକରେ
ମୋ କୋଠରୀ ଭିତରେ ଥାଏ
ଯୁଗଯୁଗର କ୍ଷୁଧା
ଥାଏ ଗୋଟେ ସ୍ଵପ୍ନ ଭଳି
ଅସୀମ ଆକାଶ
ନିରବ ନିରବତାରେ
ଏମିତି କ’ଣ କଥା ଯେ
ସରେନାହି, ମରିଯାଏ ଫୁଲଗଛ
କେଉଁ ଅନନ୍ତ ଇସାରାରେ !
ମୋର ଏଠି ରହିବାର ନଥିଲା
ମୁଁ ତ ଥିଲି ବାସ୍ତୁହରା
ଏଠି ଏତେ ବିଳାସ ରେ ମୋର
କରିବାର ନଥିଲା ବିଳାପ
ହେଲେ କିଏ ମତେ ଡାକି ଆଣିଲା ଏଠାକୁ
ଦିନ ଦି’ପହରେ ଡହଡହ ଖରାରେ
ମୁଁ କେତେ ଏକୁଟିଆ କହିଲ !