• About
  • Contact
Monday, June 8, 2026
Monday, June 8, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ବଡ଼ଦାଣ୍ଡ ଚିର ବିରାଜିତ

ବଡ଼ଦାଣ୍ଡ ଚିର ବିରାଜିତ
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୮ ସେପ୍ଟେମ୍ବର ୨୦୨୨

ଯେତେବେଳେ ଚାଲୁଥିଲି ସାମନାରେ ଆକାଶଟେ ଥିଲା
ଆକାଶ ସରିଲା ଦିନେ ବାଟ କିନ୍ତୁ ବଢ଼ି ବଢ଼ି ଗଲା
ଅନେକ ଦେଖଣାହାରୀ ଦେଖିବାକୁ ପତିତପାବନ
ବଡ଼ଦାଣ୍ଡେ ବିତାଉଛି ଏବେ ମୋର ବଳକା ଜୀବନ

ଭିଡ଼ ସବୁ ସରିଯାଏ ବଡ଼ଦାଣ୍ଡ ସରେ ନାହିଁ କିଆଁ
କିଏସେ ଅଦୃଶ୍ୟ ନଟ ସବୁଆଡେ ତାଆରି କିମିଆ
ମୁଁ ଏକ କଳାପାହାଡ଼ ମୋ ଲାଗି ମନା ସିଂହଦ୍ଵାର
ପଥ ମୋର ବଡ଼ଦାଣ୍ଡ ସେଇ ମୋର ଅନ୍ତିମ କବର

ବଡ଼ଦାଣ୍ଡେ ଦେଖାହେଲେ ଦିନେ ଆମ ମାଧିଆ ମଉସା
ଘର ଭାଙ୍ଗିଦେଲା ଫନି ଏବେ ତାଙ୍କ ବଡ଼ଦାଣ୍ଡ ବସା
ଥିଲା ଦିନେ ପତ୍ରିକାଟେ ମୁଁ ଥିଲି ସମ୍ପାଦକ ତା’ର
ଏବେ ସିଏ ଇତିହାସ ବଡ଼ଦାଣ୍ଡ ନାମରେ ଗୋଚର

ଯେତେଦିନ ବଡ଼ଦାଣ୍ଡ ମୋ ମନରେ ଥିବ ବିରାଜିତ
ହଜିବନି ନାଁ ମୋର ହେବି ନାହିଁ ସ୍ମୃତିରୁ ଅତୀତ !!

ମାନସ ରଞ୍ଜନ ମହାପାତ୍ର ଜଣେ ବିଶିଷ୍ଟ ସାହିତ୍ୟିକ, ରାଷ୍ଟ୍ରୀୟ ପୁସ୍ତକ ଟ୍ରଷ୍ଟର ପୁର୍ବତନ ସମ୍ପାଦକ ଏବଂ ଜାତୀୟ ଶିଶୁ ସାହିତ୍ୟ କେନ୍ଦ୍ରର ମୁଖ୍ୟ । ଦୂରଭାଷ ନଂ ୯୮୯୧୯୪୬୧୭୮
Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

କୃଷକ
Literature

କୃଷକ

by ଡ଼ଃ. ଗିରିଜା ଶଙ୍କର ମିଶ୍ର
June 3, 2026

ଡଃ. ଗିରିଜା ଶଙ୍କର ମିଶ୍ର, ମାହାଙ୍ଗା, ୩ ଜୁନ୍ ୨୦୨୬ ଲକ୍ଷ୍ୟ ତା ସୁନାର ଫସଲ ମାଟି ସହ ମାଟି ହୋଇ ଆଣେ ମାଟି - ଉର୍ବରତା...

Read more
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
ମଧୁବାବୁ

ମଧୁବାବୁ

April 29, 2026
ଉତ୍କଳ ର ଗୌରବ

ଉତ୍କଳ ର ଗୌରବ

April 28, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.