ମାନସ ରଂଜନ ମହାପାତ୍ର, ନଏଡା, ୨୭ ଅକ୍ଟୋବର ୨୦୨୩
ଏବେ କାହାକୁ ସ୍ବପ୍ନ ଭୁଲି
ପଚାରିବି ବାଟ
ତୁମେତ ବାହୁଡ଼ି ଗଲ, ତୁମକୁ
ଦେଇ ଦେଇ ମୁଁ ଏବେ ନିଜେହିଁ କାଙ୍ଗାଳ
ମନ ଦେଇ ରୁଗ୍ଣ ମନସ୍କ ନଟ
ସବୁ ସମ୍ପର୍କର ଚଉହଦୀ ଏବେ ବିଭତ୍ସ
କାହାକୁ ମୁଁ ଦେଇପାରେ ନାହିଁ
ବିଶ୍ବାସ:ବଶମ୍ବଦ କ୍ଷତ
ବୁଲୁଥାଏ ଏକାଏକା
ତୁମ ମନ୍ଦିର ଚାରିପାଖେ
ଓ ତୁମେ ଥାଅ ନିରୁଦ୍ଦିଷ୍ଟ
ମତେ ଏବେ ଅଛପା ନାହିଁ
ତୁମର ସବୁ ଗୀତ
ସକଳ ଅଦୃଶ୍ୟ ସଙ୍ଗମର ଚିତ୍ର
ଏବେ ମୋର ବାହୁଡ଼ି ଯିବାର ବେଳ
ହେଲେ, କେଉଁ ନଗରୀକୁ
ମାୟାର ଦେହଳୀକୁ
ଫେରି ପାରିବି କହିଲ!