ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୩୦ ଜୁନ୍ ୨୦୨୪
ବହୁଦିନ ପରେ ଆଜି ବର୍ଷା ଯାଏ ଝରି ଝରି
ବାସ୍ନାଭରା ଦିନ ସବୁ ମନେ ପଡ଼େ ଭାରି
ଅତୀତର ସ୍ମୃତି ସବୁ
ମନରେ ହୁଏ ଘାରି ।
ସ୍ମୃତି ଏକ ଦୁଷ୍ଟ ଝିଅ ଭୀଷଣ ଅମାନିଆ
କେତେବେଳେ ହସୁଥାଏ
କେତେବେଳେ କାନ୍ଦୁଥାଏ
କିଛି କେବେ ନାହିଁ ତା ଠିକଣା ।
ବର୍ଷା ରାତେ ମନରେ ମୋର
ସ୍ମୃତିର ଖିଅଟିଏ
ସାରା ରାତି ବର୍ଷା ଆସି ମୋ ସହ ଗପୁଥାଏ
ବହୁଦିନ ପରେ ଆଜି ବର୍ଷା ଯାଏ ଝରି ଝରି
ବାସ୍ନାଭରା ଦିନ ସବୁ ମନେ ପଡ଼େ ଭାରି ।