ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୯ ଜୁନ୍ ୨୦୨୩
ମୁଁ ଯଦି କାନ୍ଦିବି ପ୍ରଭୁ ରତ୍ନ ସିଂହାସନ ତଳେ
ବାଇଶି ପାହାଚ ତୋର ବୁଡ଼ିଯବ
ମୋ ବେଦନା ବ୍ୟଥାର ଲୁହରେ ।
ଟଳମଳ ହେବ ତୋର ରନ୍ନ ସିଂହାସନ
ଭକତ ଭାବରେ ବନ୍ଧା ତୋ ଜୀବନ
ସାରା ଜୀବନର ସାଇତା କେବଳ
ବିନ୍ଦୁଏ ମୋର ଲୁହ ।
ସେ ଲୁହରେ ଭାଷେ
ଆଶାର ଆଲୋକ ଛବି
ସେ ଛବି ଭିତରେ
ଜୀବନର ଅକୁହା ଆବେଗ
ପାରେ ନାହିଁ କେବେ ଭାବି ।
ସଭିଏ କହନ୍ତି ଭକତର ଭଗବାନ
ମୋ ଡାକରେ କେବେ
ଦେଉନାହୁଁ ଦିନେ କାନ
ଭକତ ଲୁହରେ ଟଳମଳ ହେବ
ତୋ ରତ୍ନ ସିଂହାସନ ।