ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୦ ଜାନୁଆରୀ ୨୦୨୫
ବଣୁଆ ନଈର ହାତ ପାପୁଲିରେ
ଜହ୍ନ ଉଇଁଲା ବେଳେ
ବାଦସାହୀ ତାର ମନର ମହଲେ
ପ୍ରୀତିର ଦୀପାଳି ଜଳେ।
ପ୍ରୀତି କିବା ଏକ ମନୋଇ ଝିଅର
ମଂଜୁଆତି ରଂଗ ହସ
ସାତ ସାଗରର ନୀଳିମା ଭିତରେ
ଆଖିରେ ସେ ପ୍ରୀତି ରାସ
ଗୋଧୂଳି ଲଗନ ଅନୁରାଗ ହୋଇ
ପ୍ରୀତିର ପାଖୁଡ଼ା ମେଲେ।
ମହୁଲ ଫୁଲର ମହକ ଭିତରେ
ବଣୁଆ ନଈର ଧାର
ମାଦକତା ଭରା ମନ ଯମୁନାରେ
ଲେଖା କେତେ କବିତାର
ଭଲ ପାଇବାର ପୁଲକ ଭିତରେ
ନିତି ସିଏ ଆଖି ଖୋଲେ।