ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୯ ଜୁନ୍ ୨୦୨୪
ବରଷା ଆସିଛି ବହୁଦିନ ପରେ
ନୂଆଁଣିଆ ଆକାଶରେ
ମମତାର ଚିଠି ହୋଇ
ଶାଗୁଆ ଓଢ଼ଣୀ ତଳେ ତମ ଗାଆଁ
ଚୁପ ଚାପ୍ ଥବ ଶୋଇ ।
ଟୋପି ଟୋପି ଟୋପି ବିନ୍ଦୁ ବରଷା
ଲାଗିଥିବ ଅବିରତ
ମହ୍ଲାର ରାଗ ବାଜୁଥିବ ରହି ରହି
ତୁମ ମନେ ଅବିରତ ।
ବରଷାର ଧାରା ଝରି ଯାଉଥିବ
ସବୁଜ ପତର ଛୁଇଁ
ବରଷା ଆସିଛି ଆଜି।
ଭଲ ପାଇବାର ଚିଠିଟିଏ ହୋଇ
ବରଷା ଆସିଛି ଆଜି
ଅନେକ ସପନ ନେଇ;
ଭିଜା ମାଟିର ଏ ମଧୁର ମହକ
ହୃଦୟ ଯାଉଛି ଭିଜି ।
ଆକାଶେ ବତାଶେ ଶୁଭେ ଆଜି
ଶ୍ରାବଣର ସାହାନାଇ।
ବରଷା ଆସିଛି ଆଜି।