ମାନସ ରଂଜନ ମହାପାତ୍ର, ପୂରୀ, ୧୪ ଅକ୍ଟୋବର ୨୦୨୩
ବାଟର କିଛି ନାଁ ନଥାଏ
ଦେହ ବି ଗୋଟେ ବାଟ
ପାଗଳ ପବନ ବି
ବାଟ ସରେନି କେବେ
ସମୟ ପରି
ଜହ୍ନ ରାତିରେ କେବେ ହଜିଛ
ଅଥବା ତତଲା ଖରାବେଳେ
ନାଁ ନଥିବାନଦୀ ମାନଙ୍କୁ
କେବେ ଭେଟିଛ ?
ବାଟ ଏକ ଅସରନ୍ତି ଗପ
କହି ହେଉନଥିବା
ଗୋଟେ ପ୍ରେମକଥା
ବାଲିର ପାହାଡ଼
ବାଟ ଏକ ଅବୁଝା ପ୍ରେମିକା
ଚିରକାଳ ଏକାଏକା ।
ଅନେକ ବର୍ଷ ତଳେ ମୁଁ
ଖୋଜିବା ଆରମ୍ଭ କରିଥିଲି ଗୋଟେ ବାଟ
ଏବେ ବି ପାଇନି ଓ ପାଇବାର ସମ୍ଭାବନା ନଥିଲେ ବି
ଖୋଜୁଛି, ଖୋଜି ଚାଲୁଛି !!