ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୯ ଫେବୃଆରୀ ୨୦୨୩
ଭାଷା କୋଣାରକ ଗଢ଼ି ଦେଲ ତୁମେ
ହେ ପ୍ରିୟ କବି
ମାଆର ଭାଷାକୁ କିପରି ବୁଝିଲ
ପାରେନା ଭାବି ।
ଭାଷା ଜନନୀର ସମ୍ମାନ ତୁମେ
ରଖିବା ପାଇଁ
ଶତ ଚକ୍ରାନ୍ତ ପଣ୍ଡ କରିଲ ଆମରି ପାଇଁ ।
ଭାସି ଯାଉଥିବା ଭାଷାକୁ ସେଦିନ
ଭରସା ଦେଲ
ହାରି ଯାଉଥିବା ମନକୁ ତମେ ହିଁ
ସାହସ ଦେଲ ।
ଆଜି ଯେତେବେଳେ ସାରା ଭାରତରେ
ଉପରେ ଉଠିଲା ଓଡ଼ିଆ ଭାଷା
କେଉଁଠି ରହିଛ ଫକୀର ମୋହନ
ସଫଳ ହୋଇଲା ତୁମରି ଆଶା ।