• About
  • Contact
Wednesday, October 14, 2026
Wednesday, October 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଭସାଣୀ

ଭସାଣୀ
Share on FacebookShare on Xshare on Whatsappshare on Linkedin
ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୨୫ ଫେବୃଆରୀ ୨୦୨୪

ଦାଣ୍ଡ ଦୁଲୁକୁଛି ଡି.ଜେ ସାଉଣ୍ଡରେ
ପାଖେ ନ ପଶନ୍ତି କେହି ।
ସାହି ପିଲାମାନେ ନାଚନ୍ତି କେତୋଟି
ମଦ ପେଟେ ପେଟେ ପିଇ ।।

କାହିଁ ଲୁଚି ଗଲା ପରମ୍ପରା ଆମ
ଐତିହ୍ୟ ସଂସ୍କୃତି ଆଜି ।
କହି ହେଉ ନାହିଁ ସହି ହେଉ ନାହିଁ
ମୁରବିତ୍ଵ ଯାଏ ହଜି ।।

ଦଶହରା ଠାରୁ କାଳୀ ପୂଜା ଯାଏଁ
ମନେପଡେ ପିଲା ଦିନ ।
ଗଣେଶ ଚତୁର୍ଥୀ,ମାତା ସରସ୍ୱତୀ
ଆସିଲେ ଆନନ୍ଦ ମନ ।।

ମେଢ଼ ବିସର୍ଜନ ସମୟ ଆସିଲେ
ଭକ୍ତି ନୈବେଦ୍ୟ ଦେଇ ।
ଶଙ୍ଖ ଘଣ୍ଟା ଆଉ ହୁଳହୁଳି ଧ୍ଵନି
ଜନ ମନ ନିଏ ମୋହି ।।

ପାଇକଚ୍ଛା ମାରି କାନ୍ଧରେ ବସାଇ
ଦିଅଁଙ୍କୁ ନିଅନ୍ତି ବୋହି ।
ସଂକୀର୍ତ୍ତନ ଆଉ ମୃଦଙ୍ଗ ବାଦ୍ୟରେ
କମ୍ପି ଯାଉଥିଲା ମହୀ ।।

ଜଳେ ବିସର୍ଜନ କରନ୍ତି ଶ୍ରଦ୍ଧାରେ
ନେତ୍ର ଛଳ ଛଳ କରି ।
ବରଷକ ଥରେ ଆସି ଥିଲ ପ୍ରଭୁ
ଦୀନ ଜନେ କୃପା କରି ।।

କାହିଁ ଗଲା ହଜି ସେ କାଳର ଛବି
ବିପରୀତ ଆଜି ସବୁ ।
ମେଢ଼ ବିସର୍ଜନ ପ୍ରହସନ ଲାଗେ
କେତେ ବୁଝାଇ କହିବୁ ।।

ବେଳ ଥାଉ ଥାଉ ସତର୍କ ହୁଅରେ
କଳିଙ୍ଗ ମାଟିର ପୁଅ ।
ବୀର ବାଦ୍ୟ ଯେବେ ବାଜୁଥିଲା ଏଠି
ଶତ୍ରୁ କରୁଥିଲା ଭୟ ।।

ବିଜୟ କୁମାର ପାଣି

ବିଜୟ କୁମାର ପାଣି

ସମାଜସେବୀ ଏବଂ କବି

Related Posts

ଚିହ୍ନ
Literature

ଚିହ୍ନ

by ପ୍ରଭୁକଲ୍ୟାଣ ମହାପାତ୍ର
October 13, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୩ ଅକ୍ଟୋବର ୨୦୨୬ କିଛି ଚିହ୍ନ ଲିଭିଯାଏ ସମୟ ସୁଅରେ ଆଉ କିଛି ନିଶ୍ଚିହ୍ନ ହୁଏ ଅଳ୍ପ ଦିନରେ ବାକି କିଛି ଲିଭିବାକୁ...

Read more
ନିଆରା ମଣିଷ : ଶରତ ବାବୁ

ନିଆରା ମଣିଷ : ଶରତ ବାବୁ

October 12, 2026
ଅଦ୍ବିତୀୟ ଶରତ

ଅଦ୍ବିତୀୟ ଶରତ

October 12, 2026
ଉତ୍କଳ ମଣି ଗୋପବନ୍ଧୁ ଦାସ

ଉତ୍କଳ ମଣି ଗୋପବନ୍ଧୁ ଦାସ

October 9, 2026
ଚାକିରି

ଚାକିରି

October 6, 2026
ମନେ ପଡେ ଆଜି ଦିନ

ମନେ ପଡେ ଆଜି ଦିନ

October 2, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.