• About
  • Contact
Thursday, August 27, 2026
Thursday, August 27, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ବିବାହିତା ନାରୀ

ବିବାହିତା ନାରୀ
Share on FacebookShare on Xshare on Whatsappshare on Linkedin
ରଶ୍ମି ସାମଲ, ଭୁବନେଶ୍ଵର, ୧ ଅଗଷ୍ଟ ୨୦୨୩

ମଣିଷକୁ ଏକୁଟିଆ ଯେତିକି କଷ୍ଟ ନ ହୁଏ ବେଶି କଷ୍ଟ ହୁଏ ନିଜ ଲୋକ ଯେତେବେଳ ଅଲୋଡା ଅନୁଭବର ପରିସ୍ଥିତି ସୃଷ୍ଟି କରି ହାତ ଛାଡ଼ି ଦୁରକୁ ଚାଲିଯାଇଥାନ୍ତି। ଏମିତି ସବୁ କିଛି ଭାବୁ ଭାବୁ ଦିନ ଦ୍ବିପ୍ରହରରେ ଘରର ଚଟାରରେ ଆଖି ଦୁଇଟା ଟିକେ ଲାଗି ଯାଇଥିଲା ମୋନାଲିସାର। ହଠାତ ଗୋଟେ ଦୁଃସ୍ବପ୍ନ ଦେଖି ଚାଉଁ କିନା ନିଦ ଟା ଭାଙ୍ଗିଗଲା। ଉଠିକି ଦେଖେ ତ କାନ୍ଥ ଘଣ୍ଟାରେ ଦିନ ଚାରିଟା ବାଜିଲାଣି। ହେଲେ ଦେଖିଥିବା ସ୍ବପ୍ନଟି ପୁରା ମନେ ପଡ଼ୁ ନଥିଲା।ଭୟଙ୍କର କିନ୍ତୁ ଥିଲା ସେ ସ୍ବପ୍ନ, କାହା ପଛରେ ଦୌଡ଼ୁଛି ସେ, କେତେ ପାହାଡ଼ ପର୍ବତ ଘଂଚ ଜଙ୍ଗଲ ଅନ୍ଧାର ରାସ୍ତାସବୁ ଦେଖି ଦେହରୁ ଗମ ଗମ ଝାଳ ବୋହି ଯାଉଥିଲା। ତେବେ ସେ ଜାଣିପାରୁଥିଲା କଦାପି ଏହା ପ୍ରୀତିପଦ ନୁହେଁ। କିଛି ଗୋଟେ ସୁହାଉ ନଥିବା ଘଟଣା ବୋଧେ ଘଟିବାକୁ ଯାଉଛି। ତେଣୁ ଠାକୁରଙ୍କୁ ସେହିକ୍ଷଣି ନମସ୍କାର କରି ସବୁ ଦିନ ପରି ନିଜକୁ ତାଙ୍କ ପାଖରେ ସମର୍ପି ଦେଲା। ଭାବୁଥାଏ ଆଗକୁ କିଛି ଅଘଟଣ ଘଟିବନି ତ…ମନ ଟା ପାପ ଛୁଇଁଲା। ଆସନ୍ତା କାଲି କୋଟରେ ତାର ତାରିଖ ଥିବାରୁ ବହୁତ ବ୍ୟତିବ୍ୟସ୍ତ ହୋଇପଡ଼ୁଥାଏ ମୋନାଲିସା। ସବୁ କାଗଜ ପତ୍ର ରେଡି କରି କାଲି ସକାଳ ସୁଦ୍ଧା ଓକିଲ କୁ ଦେବାକୁ ହେବ। ଆକାଶ ସହ ଡିଭୋର୍ଷ କେଶ ର ଶୁଣାଣୀ ଶୀଘ୍ର ହେଉ ବୋଲି ସ୍ୱାମୀ ତାଙ୍କର ଚାଂହୁଛନ୍ତି। ଡିଭୋର୍ଷ ପରେ ଆରୁଷି ଆକାଶ ଙ୍କ ପାଖରେ ରହିବ। ସେ ପ୍ରମାଣ କରିବାକୁ ଚାଂହୁଛନ୍ତି ଯେ ମୋନାଲିସା ଜଣେ ଭଲ ମା ନୁହନ୍ତି।କି କୌଣସି କାମକୁ ସଠିକ ଭାବେ କରି ପାରନ୍ତିନି। ଏପଟେ ଆଜି ଆରୁଷିର ଏକା ଜିଦି ସେ ସପିଙ୍ଗ କରିବାକୁ ଯିବ ଭୁବନେଶ୍ୱର ର ସବୁଠାରୁ ବଡ଼ ମଲ ଏକସପ୍ଲାନେଡ୍ କୁ। ସେଠାରେ ସେ ଆଜି ପିଜା ଆଉ ବର୍ଗର ଖାଇବ ଆଉ ତାର ଅତି ପ୍ରିୟ ନାଲି କଣ୍ଢେଇ ଟେ ସାଙ୍ଗରେ ଆଣିବ।ତା ମନ ମୁତାବକ ଚକୋଲେଟ ମଧ୍ଯ ସବୁ ନୂଆ ବର୍ଷ ପାଇଁ କିଣିବ।

ସାତ ବର୍ଷର ଝିଅ ଆରୁଷି। ନିଜେ ଗୋଟେ ନାଲି ଫ୍ରକ ନାଲି ଚପଲ ଓଠରେ ଲିପ୍ସଟିକ ଆଉ ମୁଂହରେ ପାଉଡର ମାରି ଆସି ମୋନାଲିଶା ଙ୍କ ଆଗରେ ପହଞ୍ଚି ଯାଇ କହିଲା, “ମାମା ତମେ ଜଲଦି ଚାଲ।” ଆଜି ଯାଏ ସେ ଆରୁଷି ମନରେ କେବେ ଦୁଃଖ ଦେବାକୁ ଚାହିଁ ନାହିଁ। ଆଜି ବା କେମିତି ତା ମନକୁ ଭାଙ୍ଗିବ? ପିଲା ଟା ବି ଏକା ରହି ରହି ବହୁତ ଜିଦିଆ ହୋଇଗଲାଣି। ମୋନାଲିସା ମଧ୍ୟ ସେହି ମଲ କୁ ଯିବାକୁ ବହୁତ ପସନ୍ଦ କରେ କାରଣ ବାହାଘର ପରେ ଅକାଶ ଙ୍କ ସହ ସେ ସେହି ମଲ କୁ ଯାଇ ନିଜ ପସନ୍ଦ ର ଆଇସକ୍ରିମ ଖାଇ କିଛି ସମୟ ସେଠାରେ ବୁଲାବୁଲି କରି ଆସନ୍ତି। ଏମିତି ପୂର୍ବରୁ ଅକାଶ ସହ କଟାଇଥିବା ଦିନ ଗୁଡ଼ାକମାନେ ମନେମନେ ଭାବୁ ଥାଏ। ଏହି କିଛି ଦିନ ହେବ ଆକାଶ ଙ୍କ ଜିଦି ଆଉ କିଛି ଭୁଲ ବୁଝାବଣା ତାଙ୍କ ଦୁଇ ଜଣକୁ ଅଲଗା କରି ଦେଇଛି। ବେଳେ ବେଳେ କ’ଣ ପାଇଁ କେଜାଣି ଜୀବନର ଅଙ୍କା ବଙ୍କା ରାସ୍ତା ରେ ଅଦିନିଆ ଝଡ଼ ବର୍ଷା ସବୁ ପଶିଆସେ ବୁଝା ପଡ଼େନି।ମୋନାଲିସା ଭାବୁଥାଏ ଏଇଟା ଆର ଜନ୍ମରେ କରିଥିବା ପାପର ଶାସ୍ତି ନା ଏହି ଜନ୍ମରେ କରିଥିବା କିଛି ଭୁଲ ପାଇଁ ଭଗବାନ ଏମିତି କଷ୍ଟ ଦେଉଛନ୍ତି? ହେଲେ ମନ ସମୁଦ୍ରରେ ଯେଉଁ ପ୍ରଶ୍ନ ଗୁଡିକର ଲହଡ଼ି ପ୍ରତି ମୁହୂର୍ତରେ ଖେଳି ଯାଉଛି ସେ କେମିତି ରୋକି ପାରିବ?

ଆକାଶଙ୍କର ସମସ୍ତ ଅଭିଯୋଗକୁ ପୁଟୁଳି କରି ମୁଣ୍ଡେଇ ଚାଲିଥିଲା, ଭାଗ୍ୟକୁ ଆଦରି ସୁଖ ମିଳୁ ଅବା ଦୁଃଖ ମିଳୁ ସାହସ ବାନ୍ଧି ଥିଲା, ପ୍ରତ୍ୟେକ ପରିସ୍ଥିତି କୁ ସାମ୍ନା କରିବା ପାଇଁ। ହେଲେ ଦିନକୁ ଦିନ ଆକାଶ ଙ୍କ ପାଖରେ ଚଳିବା ଅସମ୍ଭବ ହୋଇ ପଡ଼ିଲା। ହାତ ଧରିଥିବା ଆକାଶଙ୍କର ସ୍ନେହ ଶ୍ରଦ୍ଧା ସତେ ଯେପରି ବରଫ ପରି ମିଳେଇ ଯାଉଥିଲା। ଭଲ ପାଉଥିବା ମଣିଷର ଭାବନାକୁ ସମ୍ମାନ ଦେବା ଅନ୍ତରର ବେଦନାକୁ ଲାଘବ କରିବାକୁ ପ୍ରୟାସ କରିବା ଅନ୍ୟର ବାକ ସଂଯମତାରୁ ବେଶି ନ ହେଲେବି କିଛି ଟା ଗ୍ରହଣ କରିବା ମଣିଷର କର୍ତ୍ତବ୍ୟ। ଯାହା ଆକାଶ ଙ୍କ ଠାରେ ଲକ୍ଷ କରୁ ନଥିଲା ମୋନାଲିସା। ସେ ଦିନ ସବୁ କଳ୍ପନା ଜଳ୍ପନାକୁ ପୂର୍ଣ୍ଣଛେଦ ପକାଇ ଆକାଶ ଙ୍କ ଠାରୁ ଅଲଗା ରହିବ ବୋଲି ବାହାରୀ ଆସିଥିଲା। ଆଜି ତାର ଠିକ ମନେ ଅଛି ସେ ଦିନର କଥା, ପ୍ରେମର ପ୍ରଲୋଭନ ରେ ଆଗ ପଛ ବିଚାର ନ କରି ବାପା ମାଙ୍କ ବିରୋଧ ସତ୍ତ୍ୱେ ଘର ଛାଡ଼ି ଚାଲିଆସିଥିଲା ଆକାଶଙ୍କ ସହ। ହେଲେ ଆରୁଷି ଜନ୍ମ ପରେ କୁଆଁରୀ ବୟସର ରଙ୍ଗିନ ସ୍ବପ୍ନ ସବୁ ସତେ ଯେପରି ଫିକା ପଡ଼ି ଯାଇଥିଲା କିଛି ଦିନ ପରେ। ଏବେ କିନ୍ତୁ ଗୋଟିକିଆ ଭଡ଼ା ଘରେ ଜୀବନ ବଞ୍ଚିବା ପାଇଁ ସଂଘର୍ଷ କରୁଛି। ବାହାର ଦୁନିଆ ଯେତେବେଳେ ଶାନ୍ତ ଆଉ ମୋନାଲିସା ର ମନ କପୋତଟି ସତେ ଯେପରି ଗୁମୁରି ଗୁମୁରି କାନ୍ଦୁଥିଲା। ପାଖରେ ସାତ ବର୍ଷର ଝିଅ ଆରୁଷି। ମୋନାଲିସାର ଚେହେରାରେ ଏବେ ପୃଷ୍ଟି ହୀନତାର ସ୍ପଷ୍ଟ ଝଲକ। ଆଖିତଳେ ମନ୍ଦା ମନ୍ଦା ଦୁଃଖର ଚିହ୍ନ। ତା ସାଥେ ପୁଣି ସ୍ୱାମୀ ଙ୍କ ଠାରୁ ଦୂରେଇ ରହିବାର ଚିନ୍ତା।ଆଜି ସବୁ ସେହି ଛୋଟ ବଡ଼ ସ୍ମୃତି କୁ ମନେ ପକାଇ ଆଖିରୁ ଲୁହ ଜକେଇ ଅସୁଥିଲା ମୋନାଲିସାର। ଏହି ସମୟରେ ଆରୁଷି ର ମାମା ଡାକରେ ଫେରି ଆସିଲା ଭାବନା ରାଜ୍ୟରୁ ସତ ଦୁନିଆକୁ। ବାହାରିଗଲା ଆରୁଷିକୁ ଧରୀ ମଲ ଅଭିମୁଖେ। ଯାଇ ପଂହଁଚି ଗଲେ ଦୁହେଁ ମଲ ପାଖରେ। ଗାଡ଼ି ପାର୍କିଂରେ ଗାଡ଼ି ରଖି ଓଲ୍ହା୍ଇଲା ମୋନାଲିସା ଝିଅ ଆରୁଷିକୁ ଧରି। କିଛି ସମୟର ର କିଣାକିଣି ଭିତରେ ମୋନାଲିସାର ଟିକେ ଅନ୍ୟମନସ୍କତା ଯୋଗୁ ଝିଅର ହାତ ଟା ସେ କେତେବେଳେ ଛାଡ଼ି ଦେଇଥିଲା।ଆଖି ପିଛୁଳାକେ କୁଆଡ଼େ ଚାଲିଗଲା ଆଉ ଦେଖି ପାରିଲାନି ଝିଅକୁ। ସବୁ ବୁଦ୍ଧି ହଜିଗଲା ସେହି ମୁହୂର୍ତ୍ତରେ। ଖାଲି ହେ ଭଗବାନ ମୋ ଝିଅ କହି ପାଗଳୀଙ୍କ ଭଳି ଚିତ୍କାର କରୁଥାଏ।ସତରେ କଣ ଆଜି ପ୍ରମାଣ ହୋଇଯିବ ସେ ଜଣେ ଭଲ ମା ନୁହେଁ ବୋଲି। ସ୍ୱାମୀଙ୍କ କଥା ଅନୁସାରେ ସେ କଣ ମା ହେବା ପାଇଁ ଯୋଗ୍ୟ ନୁହେଁ? ହେ ପ୍ରଭୁ ଗୋଟେ ମାଆ ର ଆତ୍ମ ସମ୍ମାନ କୁ ଭାଙ୍ଗି ମାଟିରେ କଣ ମିଶାଇଦେଲ? ଏବେ ସେ କେମିତି କାହାକୁ କଣ କହିବ….ସେହି ରାସ୍ତାରେ ଲୁହ ଓ କୋହ ସହ ଏକାକର ହୋଇ ଯାଇଥିଲା। ଠିକ୍ ଏହି ସମୟରେ କିଏ ଜଣେ ଅଜଣା ଦେବ ଦୂତ ପରି ଆରୁଷିକୁ ଆଣି ମୋନାଲିସାର ହାତରେ ଧରାଇ ଚାଲି ଯାଇଥିଲେ। ଖାଲି ଏତିକି କହିଥିଲେ ଏହି ଝିଅ ଟି ଗୋଟେ ଦୋକାନ ପାଖରେ ଠିଆ ହୋଇ କାନ୍ଦୁଥିଲା। ପୋଷାକ ପ୍ରଦର୍ଶନ ପାଇଁ ବ୍ୟବହୃତ ମହମ କିମ୍ବା କାଠ ପ୍ରତିମା ଗୁଡ଼ିକୁ ଦୋକାନ ସମ୍ମୁଖରେ ଶୋ ପାଇଁ ଠିଆ କରାଯାଇଥାଏ, ଏହାକୁ ଦେଖି ଦେଖି ଆରୁଷି କିଛି ଦୂରକୁ ଚାଲିଯାଇଛି।ଝିଅ କେମିତି ଆସି ପାଖରେ ପଂହଁଚିଲା ପ୍ରକାଶ କରିବା ପାଇଁ ତା ପାଟିରେ ଭାଷା ନଥିଲା। ମୋନାଲିସା କୁ ଲାଗୁଥିଲା ତା ହାତରେ ଝିଅର ହାତକୁ ଦେଲାବେଳେ ସେହି ଲୋକ ଜଣକ ଯେମିତି ଅତି ପରିଚିତ ଲାଗୁଥିଲେ। ଏତେ ଲୋକ ଗହଳି ଭିତରେ ତାକୁ ସେ ଲୋକଟି ବହୁତ ଆତ୍ମୀୟର ଲାଗୁଥିଲେ, ସେହି ଭଗବାନ ଙ୍କୁ ପ୍ରଣାମ କରି ପୁଣି ଗାଡ଼ି ପାଖକୁ ଫେରିଲା ମୋନାଲିସା।

ନିଜ ଯନ୍ତ୍ରଣା ଜର୍ଜରିତ ଜୀବନ ର କଥା ସବୁ କାହାକୁ ବା କହିବ ନିଜେ ବସି ବହୁତ ଭାବିଲା ଅତୀତ ସବୁ। ସେ ଜଣେ ବିବାହିତା ନାରୀ। ଜାଣିଥିଲା ସମାଜରେ ବଞ୍ଚି ବାକୁ ହେଲେ ଯେତେ ସବୁ ସାମାଜିକ ନିୟମ ଅଛି ମାନିବାକୁ ପଡ଼ିବ।ନଚେତ ବିଶୃଙ୍ଖଳିତ ବୋହୂ, ସ୍ତ୍ରୀ, ମାଆ ର କଳଙ୍କ ନେଇ ସାରା ଜୀବନ ବଞ୍ଚିବାକୁ ହେବ। ନିଜ ସ୍ଥିତି କୁ ଅନୁଶୀଳନ କରୁଥିଲା। ଆହୁରି ଅନେକ ବାଟ ଚାଲିବାକୁ ପଡ଼ିବ।କଣ୍ଟକିତ ରାସ୍ତା ହେଲେ ବି ପାରି ହେବାକୁ ପଡ଼ିବ। ଶେଷରେ ନିଜ ଲୋକଙ୍କ ଆଶ୍ରୟ ନେବା ପାଇଁ ବାଧ୍ୟ ହେବ। ନିଜ ବିବେକ ଆଉ ମନ ଭିତରେ ବାରମ୍ବାର ପ୍ରତିଧ୍ୱନୀତ ହେଉଥାଏ ଯାହାବି ହେଉ ମୁଁ ଫେରିଯିବି। ଏମିତି ଭାବି ଭାବି ଟେବୁଲ ରେ ଥିବା ଆକାଶ ସହ ଉଠାଇଥିବା ଫଟୋ ଟିକୁ ଧରି ଧୂଳି ପୋଛୁ ପୋଛୁ ଠପ୍ ଠପ୍ ଆଖିରୁ ଉଷୁମ ଲୁହ ଗାଲ ଦେଇ ବହି ଆସିଲା ହାତ ଉପରକୁ। ନା ସବୁ ଭୁଲ ଠିକ୍ କୁ ପଛରେ ପକାଇ ଆରୁଷି ପାଇଁ ଆକାଶ ସହ ହିଁ ରହିବ ବୋଲି ଦୃଢ ନିଷ୍ପତି ନେଲା। କାଲି ଯାଇ ଡିଭୋର୍ଷ କେଶ କୁ ଆଗକୁ ନ ବଢ଼ାଇ ସେଇଠି ହିଁ ସମାଧାନ କରିଦେବ। ଉତ୍ତମ ପତ୍ନୀ, ଉତ୍ତମ ବୋହୂର ମର୍ଯ୍ୟାଦା ରକ୍ଷା କରି ଏକ ସୁନ୍ଦର ମାତୃତ୍ବର ପରି ସ୍ପୁଟନ କରିବ। ତାହା ହିଁ ହେବ ତାର ବିଜୟ ।

ରଶ୍ମି ସାମଲ

ରଶ୍ମି ସାମଲ

ରଶ୍ମି ସାମଲ, ଭୁବନେଶ୍ୱର, ବିଶିଷ୍ଟ କବି ଓ ଗାଳ୍ପିକ

Related Posts

ସ୍ମୃତିରେ ପ୍ରଣବ କିଶୋର
Literature

ସ୍ମୃତିରେ ପ୍ରଣବ କିଶୋର

by ବିଜୟ କୁମାର ପାଣି
August 25, 2026

ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୨୫ ଅଗଷ୍ଟ ୨୦୨୬ ଓଡ଼ିଆ ସଙ୍ଗୀତ ଐରାବତ ତୁମେ ଚିର ସବୁଜ ସୁନ୍ଦର। ସୀମାହୀନ ସେହି ସାଗର ବୁକୁରେ ତୁମେ...

Read more
ଭାରତର ସନ୍ତାନ

ଭାରତର ସନ୍ତାନ

August 15, 2026
You, Me and Tea

You, Me and Tea

August 1, 2026
ଛୋଟିଆ ରାତି ସପନ ଅତି

ଛୋଟିଆ ରାତି ସପନ ଅତି

July 23, 2026
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
ଘୋଷ ଯାତ୍ରା

ଘୋଷ ଯାତ୍ରା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.