ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୨ ଫେବୃଆରୀ ୨୦୨୫
କର ପତ୍ର ଯୋଡ଼ି କରୁଛି ସ୍ତୁତି
ମାଘ ମାସ ଶୁକ୍ଳ ପଞ୍ଚମୀ ତିଥି।
ମରାଳ ବାହିନୀ – ମାତା ଆସୁଛନ୍ତି
ଉତ୍ସବ ପାଳନ୍ତି ମରତ ବାସୀ।।
ବସନ୍ତ ପଞ୍ଚମୀ ଆଜିର ଦିନ
ବ୍ରହ୍ମା ମୁଖୁ ମାତା ହେଲେ ଉତ୍ପନ୍ନ।
ଚତୁର୍ଭୁଜା ହସ୍ତେ ବୀଣା ଶୋଭା ପାଏ
ପଦ୍ମ ଆସନରେ ଶୁଭ୍ରବସନ।।
ଜନ୍ମନ୍ତେ ମାତାଙ୍କ ବୀଣାର ଧ୍ଵନୀ
ତ୍ରିପୁରେ ଶୁଭିଲା ରାଗ ରାଗିଣୀ।
ଜଡ଼ ଚେତନାକୁ ଜାଗ୍ରତ କରିଲେ
ସୁନ୍ଦର ଦିଶିଲା ଧରଣୀ ରାଣୀ।।
ସ୍ରଷ୍ଟାଙ୍କ ସୃଷ୍ଟିରେ ଲାଗିଲା ଗୋଳ
ପର୍ବତ ଶିଖରୁ ଝରଣା ଜଳ।
ଝର ଝର ହୋଇ ଝରି ପଡୁଅଛି
ସୃଷ୍ଠି ହେଲା ନଦୀ ହ୍ରଦର ଧାର।।
ସୁଜଳା ସୁଫଳା ହେଲା ଅବନୀ
ଆଶ୍ରିବାଦ ଦେଲେ ବୀଣା ବାଦୀନି।
ସର୍ବସଙ୍କଟର ସମାଧାନ କଲେ
ବିଦ୍ୟା ବୁଦ୍ଧି ଦେଇ ବିଦ୍ୟା ଦାୟିନୀ।।
ଜଗତ ଜନଙ୍କ ମଙ୍ଗଳ କରି
ଘରେ ଘରେ ଆଜି ପୂଜା ତୁମରି।
ଶ୍ରୀପଞ୍ଚମୀ ତିଥି ସବୁ ଶୁଭ କାର୍ଯ୍ୟ
କରୁଛନ୍ତି ମାତା ନାମ ସୁମରି।।
ବିଦ୍ୟା ନିକେତନ ଆଜିର ଦିନ
ପିଲାଙ୍କର ମନ ଭାରି ପ୍ରସନ୍ନ।
ସାଜ୍ଜ ସଜ୍ଜା କରି ପ୍ରଫୁଲ୍ଲ ଚିତ୍ତରେ
ମାତାଙ୍କୁ ବସାଇ ଦିବ୍ୟଆସନ।।
ଅଗରୁ ଚନ୍ଦନ ପୁଷ୍ପର ବାସ
ପୂଜା କରୁଛନ୍ତି କରି ଉପାସ।
ଶଙ୍ଖ ଘଣ୍ଟା ଆଉ ବେଦ ମନ୍ତ୍ର ଧ୍ଵନୀ
ମୁଖରିତ କରେ ସାରା ଜଗତ।।
ଦୀନ ଅକିଞ୍ଚନ ଶିରି ଚରଣେ
ଭକ୍ତି ଭାବ ରହୁ ମୋହରି ମନେ।
ତୁମ ଆଶିଷରେ ବିତି ଯାଉ ଦିନ
କଲ୍ୟାଣ କରନ୍ତୁ ଜଗତ ଜନେ।।
।। ଜୟ ମା’ ବୀଣାବାଦୀନି ।।