ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୪ ଜାନୁଆରୀ ୨୦୨୪
ଦୟଣାରେ ତୋତେ ପୂଜା କରିବାକୁ
ଭାବିଥିଲି ମନେମନେ
ମୋ ମନ କଥା ତୁ
କେମିତି ବୁଝିଲୁ
କାଳିଆ ତୁ ଏତେ ଦିନେ।
ଭଲ କରି କେବେ ପୂଜା କରିନାହିଁ
ତୋତେ ନାନା ଉପଚାରେ
ମନ ଭରି କେବେ ଡାକି ନାହିଁ ଦିନେ
ତୋତେ ପ୍ରଭୁ ଜୀବନରେ।
ଅଭିମାନ କରି ସିଂହ ଦୁଆରୁ
କେତେଥର ଅଛି ଫେରି
ବାଇଶି ପାହାଚେ ଏକା ଏକା ମୁଁ ଯେ
ବସି ଅଛି ମନମାରି।
ଚାହାଣୀ ମଣ୍ଡପ ପାଖରେ ବସିଛି
ଲୁହରେ ଆଞ୍ଜୁଳା ଭରି
ତୋ ଛଡ଼ା ତୁଳସୀ ପାଇଁ କେତେଥର
ମୋ ହାତ ଆସିଛି ଫେରି।